ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଝାରପଡ଼ା ଜେଲ୍ ଗଲେ ପ୍ରଦୀପ ମହାରଥୀ

ଜେଲ୍ ଗଲେ ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ମହାରଥୀଙ୍କ ଜାମିନ ଉପରେ କୋର୍ଟ କୌଣସି ରାୟ ନଦେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ୨୪ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି ହେବ। ସେ ପର୍ଯ୍ୟନ୍ତ ମହାରଥୀ ଝାରପଡ଼ା ଜେଲରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମହାରଥୀଙ୍କ ଗିରଫଦାରୀ, ପିପିଲି ନିର୍ବାଚନରେ ପଡ଼ିବନି କିଛି ପ୍ରଭାବ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହାର ଦିନକ ପୂର୍ବରୁ ଅର୍ଥାତ ଆଜି ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପିପିଲ ପୋଲିସ। ଏହାପରେ ଚର୍ଚ୍ଚା ଆସନ୍ତାକାଲି ପିପିଲିରେ ହେବାକୁ ଥିବା ଭୋଟକୁ ନେଇ ଅନେକ ପ୍ରଶ୍ନ ସହ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ପିପିଲିରେ ଯଥାରୀତି ଅନୁସାରେ ମତଦାନ ହେବ। ପିପିଲି ନିର୍ବାଚନରେ କୌଣସି ପ୍ରଭାବ ପଡ଼ିବ ନାହିଁ।”

ମହାରଥୀ କେମିତି ହେଲେ ବନ୍ଧା? ପୁରୀ ଏସପି ଦେଲେ ପୂରା ସୂଚନା

ମତଦାନର ଦିନକ ପୂର୍ବରୁ ଗିରଫ ହୋଇଛନ୍ତି ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ। ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ ଏବଂ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ମହାରଥୀ ଗିରଫ ହୋଇଛନ୍ତି। ଏହି ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଥିବା ବେଳେ ମହାରଥୀଙ୍କୁ ସୋମବାର ଅପରାହ୍ଣରେ ଗିରଫ କରାଯାଇଛି। ତେବେ ମହାରଥୀଙ୍କୁ କେମିତି ପିପିଲି ଥାନା ପୋଲିସ ଗିରଫ କଲା ସେ ସମ୍ପର୍କରେ ପୁରୀ ଏସପି ଉମାଶଙ୍କର ଦାସ ପୂରା ସୂଚନା ଦେଇଛନ୍ତି।

ମୁଁ ବୋଧେ କାଲି ମରିଯାଇଥାନ୍ତି – ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍

ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍‌ରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଆକ୍ରମଣ ଘଟଣା ଗୁରୁତର ମୋଡ ନେଇଛି। ‘‘ମୁଁ ବୋଧେ କାଲି ମରିଯାଇଥାନ୍ତି’’ – ଏଭଳି ମନ୍ତବ୍ୟ ଦେଇଛନ୍ତି ଏହି ଘଟଣାରେ ଆକ୍ରମଣ ଶିକାର ହୋଇଥିବା ନିର୍ବାଚନ କମିଶନଙ୍କ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍ ରବିନାରାୟଣ ପାତ୍ର।

ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଆସନ୍ତାକାଲି ଦେଶରେ ୧୧୬ ଲୋକସଭା ଆସନ ଲାଗି ମତଦାନ ହେବ। ୧୩ରାଜ୍ୟ ସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଲାଗି ଆସନଲାଗି ଭୋଟ ପଡ଼ିବ। ତେବେ ଆସନ୍ତୁ ଜାଣିବା ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା।

 

ଗିରଫ ହେଲେ ପ୍ରଦୀପ ମହାରଥୀ

ପିପିଲି ଥାନା ପୋଲିସ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି। ଫାର୍ମହାଉସରେ SST ଟିମ୍‌ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି। ଗିରଫ ନେଇ ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ମହାରଥୀଙ୍କ ବିରୋଧରେ ଅନେକ ସଙ୍ଗୀନ ଦଫା ଲଗାଇଛି ପିପିଲି ପୋଲିସ। ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି) ୧୮୬ ଏବଂ ଲୋକପ୍ରତିନିଧି ଆଇନ ୧୦୩ ଅନୁସାରେ ପ୍ରଦୀପଙ୍କୁ ଗିରଫ କରାଯାଇଛି।

ଆସନ୍ତାକାଲି ଇଭିଏମରେ ସିଲ ହେବ ଅମିତ ଶାହ, ରାହୁଲ ଗାନ୍ଧିଙ୍କ ଭାଗ୍ୟ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ୧୪ ରାଜ୍ୟରେ ରାଜ୍ୟର ୧୧୭ ଆସନରେ ମତଦାନ ହେବା ତୃତୀୟ ପର୍ଯ୍ୟାୟରେ ଦୁଇ ହେବିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା ହେବା ଏହି ଦୁଇ ହେଭିଓ୍ୱେଟ ନେତା ହେଲେ ଅମିତ ଶାହ, ରାହୁଲ ଗାନ୍ଧି। ଆସନ୍ତା କାଲି ଏହି ଦୁଇ ନେତାଙ୍କ ଆସନ ଗୁଜୁରାଟ ଓ କେରଳରେ ମତଦାନ ହେବ। ଗୁଜୁରାଟର ଗାନ୍ଧି ନଗରରୁ ଅମିତ ଶାହ, କେରଳ ଓ୍ୱାଇନାଡରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ଇଭିଏମରେ ସିଲ ହେବା

ବିଜେପିର ୫ ନୂଆ ମୁଖପାତ୍ର ନିଯୁକ୍ତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ରାଜ୍ୟରେ ୫ଜଣ ମୁଖପାତ୍ରଙ୍କୁ ନିଯୁକ୍ତି ଦେଇଛି। ରାଜ୍ୟରେ ସଂଗଠନକୁ ସୁଦୃଢ କରିବା ଲାଗି ବିଜେପି ୫ଜଣ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛି।

ଦିଲ୍ଲୀ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଉତ୍ତର-ପୁର୍ବରୁ ଲଢ଼ିବେ ଶୀଲା ଦୀକ୍ଷିତ

ଦିଲ୍ଲୀରେ ଆମ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛିା ଦିଲ୍ଲୀରେ କଂଗ୍ରେସ ଏକାକୀ ଲଢ଼ିବା ସ୍ପଷ୍ଟ ହୋଇଛିା ଦିଲ୍ଲୀରେ ୭ଟି ଆସନ ରୁ ୬ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛିା ଏହି ତାଲିକାରେ ଶୀଲା ଦୀକ୍ଷିତ, ଜେପି ଅଗ୍ରୱାଲ, ଅରବିନ୍ଦର ସିଂହ ଲଭଲୀ, ଅଜୟ ମାକନ, ମହାବଳ ମିଶ୍ର, ରାଜେଶ ଲିଲୋଥିଆ ଆଦି ବରିଷ୍ଠ ନେତାଙ୍କ ନାମ ରହିଛିା

modi

୨୩ରେ ଓଡ଼ିଶା ଆସିବେ ମୋଦି, କେନ୍ଦ୍ରାପଡ଼ାରେ କରିବେ ପ୍ରଚାର

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଥିଲାବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ରାଜନୈତିକ ଦଳମାନେ ପ୍ରଚାର ଜୋର କରୁଛନ୍ତିା ଏହି କ୍ରମରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ଏପ୍ରିଲ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତିା ମୋଦି କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ନିର୍ବାଚନ ସଭାରେ ଯେୋଗ ଦେବୋ

amit shah

୨୭ରେ ଓଡ଼ିଶା ଆସିବେ ଅମିତ ଶାହ

ଶେଷ ପର୍ଯ୍ୟାୟ ମତଦାନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଏପ୍ରିଲ ୧୭ରେ କଟକ ଆସିଥିଲେ ଅମିତ ଶାହ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଥିଲେ ଅମିତ ଶାହ।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ପ୍ରସ୍ତୁତି ଚୂଡ଼ାନ୍ତ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଭୁବନେଶ୍ୱର, ପୁରୀ, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଓ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ମତଦାନ ହେବା

election

ଅନନ୍ତ, ଜଗନ୍ନାଥଙ୍କୁ ମିଳିବ ଏସ୍କର୍ଟ ସୁରକ୍ଷା

ଭୁବନେଶ୍ୱର ମଧ୍ୟ ଆସନର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏବଂ ମଧ୍ୟ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ମିଳିବ ଏସ୍କର୍ଟ ସୁରକ୍ଷା। ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ନିର୍ବାଚନୀ ଶେଷ ପଯ୍ୟନ୍ତ ଦୁଇ ବିଧାୟକ ପ୍ରାର୍ଥୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଏସ୍କର୍ଟ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ପିପିଲିରେ କ’ଣ ହେବ ମହାରଥୀଙ୍କ ଭାଗ୍ୟ?

ମତଦାନର ମାତ୍ର ଦିନକ ଆଗରୁ କାହିଁକି ଗିରଫ ହେଲେ ପ୍ରଦୀପ ମହାରଥୀ?

ମୁଁ ଲଢ଼ୁଛି ନୟାଗଡ଼ର ସମସ୍ୟା ବିରୋଧରେ, ବିରୋଧୀ ଲଢ଼ୁଛନ୍ତି ମୋ ବିରୋଧରେ – ଅରୁଣ ସାହୁ

ବିଜୟ ମହାପାତ୍ରଙ୍କ ସମୟ ଖରାପ!

Comment