ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ପ୍ରଥମ ଦିନରେ ବନ୍ଧାହେଲେ ୩୮ ମଦୁଆ ଡ୍ରାଇଭର

ସାବାଡ଼ ହେଲେ ମଦୁଆ ଡ୍ରାଇଭର। ନୂଆ ଟ୍ରାଫିକ ଆଇନ ଅନୁଯାୟୀ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ଟୋଲଗେଟ୍‌ରେ ମଦ୍ୟପ ଡ୍ରାଇଭରଙ୍କ ଯାଞ୍ଚ କଡ଼ାକଡ଼ି କରାଯାଇଛି। ନିୟମ ଲାଗୁ ହେବାର ପ୍ରଥମ ଦିନରେ ଓଡ଼ିଶାର ବିଭିନ୍ନ ଟୋଲଗେଟ୍‌ରୁ ୩୮ ଜଣ ମଦୁଆ ଡାଇଭରଙ୍କୁ ପୋଲିସ ଗିରଫ କରିଛି।

ସେପ୍ଟେମ୍ବର ୨୭ରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ନିର୍ବାଚନ

ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ)ର ନିର୍ବାଚନ ହେବ। ବିଭିନ୍ନ ପଦପଦବୀ ନଯୁକ୍ତ ପାଇଁ ନିର୍ବାଚନ ପ୍ରକ୍ରିୟାରେ ଓସିଏ ରାଜି ହେଉନଥିଲା। ତେବେ ବିସିସିଆଇର ପ୍ରଶାସନିକ କମିଟି(ସିଇଓ)ର ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର ୨୭ରେ ନିର୍ବାଚନ କରିବା ଲାଗି ଓସିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଇଣ୍ଡିଆ ଗ୍ରୀନକୁ ପରାସ୍ତ କରି ଦଲିପ ଟ୍ରଫି ଜିତିଲା ଇଣ୍ଡିଆ ରେଡ୍

ଦଲିପ ଟ୍ରଫିରେ ସାନଦାର ବିଜୟ ହାସଲ କରିଛି ଇଣ୍ଡିଆ ରେଡ୍ ଦଳ। ଡାହାଣ ହାତି ଅଫ୍ ସ୍ପିନର ଅକ୍ଷୟ ୱାଖରେଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଇଣ୍ଡିଆ ରେଡ୍‌ ଦଳ ଦଲିପ ଟ୍ରଫି ହାସଲ କରିଛନ୍ତି। ଫାଇନାଲ ମ୍ୟାଚରେ ଇଣ୍ଡିଆ ଗ୍ରୀନକୁ ଗୋଟିଏ ଇଂନିସ ପାଳି ଓ ୩୮ ରନରେ ପରାସ୍ତ କରିଛି।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ‘ଭରସା’, ଶୁଭାରମ୍ଭ କଲେ ଅପରାଜିତା

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କ ପାଇଁ ଆରମ୍ଭ ହେଲା ‘ଭରସା’ ଟ୍ରଷ୍ଟ। ଶନିବାର ଦିନ ଇଡକୋଲ ଅଡିଟୋରିୟମରେ ଏହାକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗରିବ ଜନସାଧାରଣଙ୍କୁ ଅସୁବିଧା ବେଳେ ଆର୍ଥିକ ସହାୟତା ଯୋଗାଇ ଦେବା ହେଉଛି ଏହି ଟ୍ରଷ୍ଟର ଲକ୍ଷ୍ୟ।

ପୋଲିସ ଗାଡ଼ି ଅଟକାଇ ପବ୍ଲିକ କଲେ ପାଲଟା ଚେକିଂ, ଭୁବନେଶ୍ଵର ରାଜମହଲ ଛକରେ ଲଙ୍କାକାଣ୍ଡ

ଟ୍ରାଫିକ ଫାଇନକୁ ନେଇ ପୋଲିସ ଜନତା ମୁହାଁମୁହିଁ। ଭୁବନେଶ୍ଵରସ୍ଥିତ ରାଜମହଲ ଛକଠାରେ ୩ଟି ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ମାଗି ଥିଲେ ଲୋକେ। ପିସିଆର ଭ୍ୟାନର ପ୍ରଦୂଷଣ ସାର୍ଟିଫିକେଟ ନଥିବାରୁ ରାସ୍ତା ଉପରେ ଭ୍ୟାନକୁ ଛାଡ଼ି ନଥିଲେ ଲୋକେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ ଆରମ୍ଭ କରିଛି।

ପୁରୀର ଏମାର ମଠ-ଆରମ୍ଭ ଓ ଶେଷ

ଶ୍ରୀକ୍ଷେତ୍ର ପୁରୀ ଚାରିଧାମ ମଧ୍ୟରୁ ଅନ୍ୟତମ ଏହି ପବିତ୍ର ଧାମ, ଯେଉଁଠି ପୂଜା ପାଆନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜଗନ୍ନାଥ। ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ପୁରୀର ପ୍ରାଚୀନ ମଠ ସଂସ୍କୃତି। ଶ୍ରୀମନ୍ଦିରର ଅନେକ ନୀତି ସହିତ ରହିଛି ଏହି ମଠଗୁଡ଼ିକର ସମ୍ପର୍କ। କୁହାଯାଏ, ଏହି ମଠଗୁଡ଼ିକ ଶ୍ରୀମନ୍ଦିରର ଚାରିପାଖରେ ଏକପ୍ରକାର ସୁରକ୍ଷା ବଳୟ କରି ଗଢ଼ି ଉଠିଛନ୍ତି। ହେଲେ ଶତାବ୍ଦୀ ଶତାବ୍ଦୀ ଧରି ଆଧ୍ୟତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରିଆସିଥିବା ଏହି ମଠଗୁଡିକ ଏବେ ପାଲଟିବାକୁ ଯାଉଛି ଇତିହାସ।

ପାଞ୍ଚଦିନିଆ ବିଦେଶ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ସେ ସେପ୍ଟେମ୍ବର ୭ ରୁ ୧୨ତାରିଖ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯାଇଛନ୍ତି। ଏହି ବିଦେଶ ଗସ୍ତରେ ସେ ସାଉଦି ଆରବ, ୟୁଏଇ ଓ କତାର ଗସ୍ତରେ ଯାଇଛନ୍ତି।

ପବ୍ଲିକ ସ୍କାନରରେ ପୋଲିସ ଓ ସରକାରୀ ଗାଡ଼ି

ପୋଲିସ ସବୁବେଳେ ପବ୍ଲିକ ଗାଡ଼ିକୁ ଚେକିଂ କରି ଜରିମାନା ଆଦାୟ କରିଥାଏ। କିନ୍ତୁ ଆଜି ଓଲଟା ଚିତ୍ର ଦେଖିବାକୁ ମିଳିଛି। ପୋଲିସ ଏବଂ ସରକାରୀ ଗାଡ଼ି ପବ୍ଲିକ ସ୍କାନରକୁ ଆସିଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ରାଜମହଲ ଛକ ରଣକ୍ଷେତ୍ର ପାଲଟି ଯାଇଥିଲା।

ଆସିଲା ହେଲ୍ପ ଲାଇନ୍‌ ନମ୍ବର: ଫୋନ୍ କରି ଜଣେଇପାରିବେ ଟ୍ରାଫିକ୍‌ ସମସ୍ୟା

ସେପ୍ଟେମ୍ବର ୧ରୁ ସାରାଦେଶରେ କାର୍ଯ୍ୟକାରୀ ହୋଇଛି ନୂଆ ମୋଟର ଯାନ ଆଇନ୍। ଏଥିପାଇଁ ଲୋକମାନଙ୍କୁ ସହାୟତା ଦେବାପାଇଁ ଆରମ୍ଭ ହୋଇଛି ହେଲ୍ପ ଡେକ୍ସ ବ୍ୟବସ୍ଥା।

ରାଜଧାନୀର ରାଜମହଲ ରାସ୍ତା ପାଲଟିଗଲା ଶ୍ରୀନଗର

ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଚିତ୍ର। ପୋଲିସର ଗାଡ଼ି ଚେକିଂକୁ ବିରୋଧ କରି ପୋଲିସ-ପବ୍ଲିକ ମୁହାଁମୁହିଁ। ସାଧାରଣ ଲୋକେ ପୋଲିସର ଦମନଲୀଳାକୁ ବିରୋଧ କରି ରାସ୍ତାରେ ପ୍ରତିବାଦ କରିଥିବା ବେଳେ ପୋଲିସ କରିଥିଲା ଲାଠିମାଡ଼। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ କରିଥିଲା ଫ୍ଲାଗମାର୍ଚ୍ଚ। ଫଳରେ କିଛି ସମୟ ପାଇଁ ରାଜଧାନୀର ରାଜମହଲ ରାସ୍ତା ଶ୍ରୀନଗର ପାଲଟି ଯାଇଥିଲା।

ନୋରାଙ୍କ ବାର୍ବି ଲୁକ୍‌

ଟିଭିର ରିଆଲିଟି ସୋ ‘ବିଗ୍‌ ବସ’ରୁ ଆସି ଏବେ ବଲିଉଡରେ ରାଜ କରୁଛନ୍ତି ଅଭିନେତ୍ରୀ ନୋରା ଫତେହି। ନିଜର ଜବରଦସ୍ତ ଡ୍ୟାନ୍ସ ପାଇଁ ସେ ଦର୍ଶକଙ୍କୁ ଦିଓ୍ୱାନା କରିଛନ୍ତି। ଫିଲ୍ମ ‘ସତ୍ୟମେବ ଜୟତେ’ରେ ‘ଦିଲବର’, ‘ବାଟଲା ହାଉସ’ର ‘ସକି ସକି’ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କୁ ଝୁମାଇ ଦେଇଥିଲେ।

ମୟୁରଭଞ୍ଜ – ମହିଳାଙ୍କୁ ନିର୍ମମ ହତ୍ୟା, ଗଣ୍ଡିରୁ ମୁଣ୍ଡକୁ ଅଲଗା କଲେ ଦୁର୍ବୃତ୍ତ

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ପାଟୁଳିଡ଼ିହି ବନ୍ଧସାହି ଗ୍ରାମର ଜିରାମଣି ସୋଏ ନାମକ ଜଣେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ହତ୍ୟାକାରୀ ଗଣ୍ଡିରୁ ମୁଣ୍ଡକୁ ହାଣି ହତ୍ୟା କରିବା ପରେ ମୁଣ୍ଡକୁ ପାଖା ପାଖି ୪୦୦ମିଟର ଦୂରରେ ଥିବା ଏକ ଗାଧୁଆତୁଠ ନିକଟରେ ଫୋପାଡ଼ି ଦେଇଛି।

ଭଦ୍ରକ – ଟ୍ରାଫିକ ନିୟମ ଭାଙ୍ଗି ୧୩ ହଜାର ଟଙ୍କା ଫାଇନ ଦେଲେ ସ୍କୁଟି ଚାଳିକା

ନୂଆ ଟ୍ରାଫିକ ନିୟମର ପ୍ରଭାବ ଏବେ ଭଦ୍ରକରେ ପଡ଼ିଛି। ବିଭିନ୍ନ ଟ୍ରାଫିକ ନିୟମ ଭାଙ୍ଗିବାରୁ ଜଣେ ମହିଳା ସ୍କୁଟି ଚାଳକଙ୍କୁ ୧୩ ହଜାର ଟଙ୍କାର ଫାଇନ ଦବାକୁ ପଡ଼ିଛି। ବାପାଙ୍କ ନାଁରେ ସ୍କୁଟି ଚଲାଉଥିବାରୁ ୫ ହଜାର ଫାଇନ, ଲାଇସେନ୍ସ ନଥିବାରୁ ୫ ହଜାର, ଇନ୍ସୁରାନ୍ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧିନଥିବାର ୧ହଜାର ଟଙ୍କା ଫାଇନ ପଡ଼ିଛି।

ବିଏସ୍ଏନ୍ଏଲ୍ର ନୂଆ ପ୍ଲାନ : ମିଳିବ ଦୈନିକ ୩୩ ଜିବି ଡାଟା, ଅନ୍‌ଲିମିଟେଡ କଲିଂ

ବିଏସ୍‌ଏନ୍‌ଏଲ୍‌ ନିଜର ଭାରତ ଫାଇବର ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌କୁ ବିସ୍ତାର କରି ଏକ ନୂଆ ପ୍ଲାନ ଘୋଷଣା କରିଛି। ୧,୯୯୯ ଟଙ୍କା ବିଶିଷ୍ଟ ଏହି ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌ରେ ଆପଣଙ୍କୁ ଦୈନିକ ୩୩ ଜିବି ଡାଟା ଏବଂ ଅନ୍‌ଲିମିଟେଡ ଭଏସ୍‌ କଲିଂର ସୁବିଧା ମିଳିବ। ଭାରତରେ ଜିଓ ଫାଇବର ଲଞ୍ଚ ହେବାପରେ ବିଏସ୍‌ଏନ୍‌ଏଲ୍‌ ଏହି ନୂଆ ପ୍ଲାନ ଘୋଷଣା କରିଛି।

କି ସୁନ୍ଦର! ଟ୍ରକ ମାଲିକ ଗଣିଲେ ୮୬ ହଜାର ୫୦୦ଟଙ୍କା ଫାଇନ୍

ଟ୍ରାଫିକ ନିୟମ ଉଲଙ୍ଘନ କରି ଜଣେ ଟ୍ରକ ମାଲିକ ବଡ଼ ଅଙ୍କା ତଣ୍ଡ ଗଣିଛନ୍ତି। ଶୁକ୍ରବାର ସମ୍ବଲପୁରରେ ଏକ ମାଲ ବୋଝେଇ ଟ୍ରକକୁ ଟ୍ରାଫିକ ନିୟମ ଭାଙ୍ଗିବା ନେଇ ୮୬ ହଜାର ୫୦୦ଟଙ୍କା ଜରିମାନା କରାଯାଇଛି। ଏହି ଟ୍ରକଟି ନାଗାଲାଣ୍ଡରୁ ଓଡ଼ିଶା ଆସିଥିଲା। ତେବେ ଏହାକୁ ବର୍ତ୍ତମାନ ଯାଏଁ କଟାଯାଇଥିବା ରାଜ୍ୟର ସବୁଠୁ ଅଧିକା ଜରିମାନା ବୋଲି କୁହାଯାଉଛି।

ଦୁଇ ପୁଅଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା’

ଦୁଇ ଛୁଆଙ୍କୁ ବିଷ ଦେବା ପରେ ନିଜେ ବିଷ ପଇଛି ମା’। ଫଳରେ ମା’ ସହ ୫ ବର୍ଷୀୟ ପୁଅର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟଜଣେ ୪ ବର୍ଷର ପୁଅ ଗୁରୁତର ଅଛି। ମାଲକାନଗିରି କାଲିମେଳା ଥାନା, ତେଲରୋଇ ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଗୁରୁତର ପୁଅକୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ ମୁକା ପଡ଼ିଆମୀ ଜଣାପଡ଼ିଛି।

ଦୁର୍ଘଟଣା କ୍ଷେତ୍ରରେ ୭ ଦିନ ମଧ୍ୟରେ ଦେଖାଇ ପାରିବେ ଗାଡ଼ିର କାଗଜପତ୍ର

ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ୁଛି।

Comment