ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

ଭାରତ ବନ୍ଦର ଦ୍ଵିତୀୟ ଦିନ, ଲୋକେ ହନ୍ତସନ୍ତ

କେନ୍ଦ୍ରିୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଦୁଇଦିନିଆ ଭାରତ ବନ୍ଦର ବୁଧବାର ଦ୍ଵିତୀୟ ଦିନ। ସାରା ରାଜ୍ୟରେ ଭାରତ ବନ୍ଦର ପ୍ରଭାବ ଦେଖାଯାଇଛି। ଧର୍ମଘଟ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଛି।

ମହାମେଣ୍ଟକୁ ନା କହିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ମହାମେଣ୍ଟକୁ ନେଇ ଯେଉଁ କଳ୍ପନା ଜଳ୍ପନା, ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା ସେଥିରେ ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାମେଣ୍ଟରେ ଆମେ ସାମିଲ ହେବୁ ନାହିଁ କହିଲେ ମୁଖ୍ୟମନ୍ତ୍ରୀ।

ଅଯୋଧ୍ୟା ମାମଲା ଶୁଣାଣି ପାଇଁ ୫ଜଣିଆ ଖଣ୍ଡପୀଠ ଗଠିତ – ଗୁରୁବାର ହେବ ଶୁଣାଣି

ସୁପ୍ରିମକୋର୍ଟ ଜାନୁଆରୀ ୧୦ରେ ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ମାମଲାରେ ଶୁଣାଣି କରିବେ। ମାମଲାର ଶୁଣାଣି ପାଇଁ ୫ ଜଣିଆ ଖଣ୍ଡପୀଠ ଗଠନ ହୋଇଛି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଏସ୍‌ ଏ ବୋବଡେ, ଏନ୍‌ ଭି ରମଣ, ୟୁ୍ୟୁ ଲଳିତ, ଡିୱାଇ ଚନ୍ଦ୍ରଚୂଡ଼ ରହିଛନ୍ତି।

ପଞ୍ଚଦଶ ଅର୍ଥ କମିଶନଙ୍କୁ ନବୀନଙ୍କ ପ୍ରସ୍ତାବ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଞ୍ଚଦଶତମ ଅର୍ଥ କମିଶନଙ୍କ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ଅର୍ଥକମିଶନ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓଡିଶା ଲାଗି ଅନେକ ଦାବି ରଖିଛନ୍ତି। ଏହା ସହିତ କେନ୍ଦ୍ର ଅବହେଳା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି।

ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ୍

ସଂସଦର ମଧ୍ୟବର୍ତ୍ତୀକଳୀନ ବଜେଟ୍ ଅଧିବେଶନ ପାଇଁ ତାରିଖ ଘୋଷଣା ହୋଇଛି। ଏହି ବଜେଟ୍‌ ଅଧିବେଶନ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ବଜେଟ ନେଇ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିରେ ନିଷ୍ପତ୍ତି ନିଆଯାଇଛି। ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍‌ ଉପସ୍ଥାପନ କରିବେ। ଏହି ବଜେଟ୍ ସକାଳ ୧୧ଟାରେ ଉପସ୍ଥାପନ କରାଯିବ।

୨୫ରେ ବାଲିଯାତ୍ରା ପଡ଼ିଆରେ ରାହୁଲଙ୍କ ସଭା, କଂଗ୍ରେସ ଶିବିରରେ ଉତ୍ସାହ

ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୨୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରାହୁଲ କଟକ ବାଲିଯାତ୍ରା  ପଡିଆରେ ଆୟୋଜନ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବେ। ରାହୁଲଙ୍କ ଗସ୍ତ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରସ୍ତୁତି ବୈଠକ କରିଛନ୍ତି।

କିନ୍ନର ଭୋଟବ୍ୟାଙ୍କ ଉପରେ ରାହୁଲଙ୍କ ନଜର, କଂଗ୍ରେସରେ ସାମିଲ ହେଲେ ଅପ୍ସରା ରେଡ୍ଡି

ପାଖେଇ ଆସୁଛି ୨୦୧୯ ଲୋକସଭା ନିର୍ବାଚନ। ସବୁ ବର୍ଗର ଭୋଟରଙ୍କ ଭୋଟ ପାଇବା ପାଇଁ ବିଭିନ୍ନ ରାଜନୀତିକ ଦଳ ଅଙ୍କ କଷୁଥିବା ବେଳେ କଂଗ୍ରେସ ଗୋଟିଏ ପାଦ ଆଗକୁ ଟପିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କିନ୍ନର ଭୋଟ ଉପରେ ନଜର ପକାଇଛନ୍ତି।

Comment