ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଚନ୍ଦ୍ରବାବୁଙ୍କୁ ଝଟ୍‌କା – ବିଜେପିରେ ଯୋଗ ଦେଲେ ୪ ଟିଡିପି ସାଂସଦ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଜୋରଦାର ଝଟ୍‌କା ଲାଗିଛି। ୪ ଜଣ ରାଜ୍ୟସଭା ସାଂସଦ ଟିଡିପି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେମାନେ ହେଲେ ସିଏମ୍‌ ରମେଶ, ଟି ଜି ବେଣ୍ଟକେସ୍‌, ଜି ମୋହନ ରାଓ, ୱାଇଏସ୍‌ ଚୌଧୁରୀ।

କିଏ ହେବେ ବିରୋଧୀ ଦଳ ନେତା?

ନବଗଠିତ ଓଡ଼ିଶା ବିଧାନସଭାର ପ୍ରଥମ ଓ ବଜେଟ ଅଧିବେଶନ ଆସନ୍ତା ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସମସ୍ତଙ୍କ ନଜର ଲାଖି ରହିଛି ବିରୋଧୀ ଦଳ ନେତା କିଏ ହେବେ ତାହାରି ଉପରେ। ସମ୍ଭବତଃ ସୋମବାର ସୁଦ୍ଧା ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ଓ ସେହି ସମୟରେ ନେତା ନିର୍ବାଚିତ ହେବେ।

୨୦୦ ଫୁଟ ତଳକୁ ଖସିଲା ବସ୍‌ – ୨୫ ମୃତ, ୩୫ ଆହତ

ହିମାଚଳ ପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। କୁଲ୍ଲୁ ଜିଲ୍ଲାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌(HP 66-7065) ଦୁର୍ଘଟଣାଗ୍ରସ୍ତ ହୋଇଛି। ପାହାଡ଼ିଆ ଘାଟି ଅଞ୍ଚଳ ଦେଇ ବସ୍‌ଟି ଯାଉଥିବା ସମୟରେ ପ୍ରାୟ ୨୦୦ ଫୁଟ୍‌ ତଳକୁ ବସ୍‌ଟି ଖସି ପଡ଼ିଛି।

ନୂଆ ଭାରତ ଗଠନର ଚିତ୍ର ଉଜ୍ଜ୍ୱଳ ଦିଶୁଛି : ରାଷ୍ଟ୍ରପତି

ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ଗୁରୁବାର ଦିନ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୭ତମ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହୋଇଛନ୍ତିା ଏହାର ପ୍ରମାଣ ହେଉଛି ଆତଙ୍କବାଦୀ ମସୁଦ ଆଜାହରକୁ ମିଳିତ ଜାତିସଂଘ  ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା।

ଟିମ୍‌ ଇଣ୍ଡିଆକୁ ପୁଣି ଝଟକା – ବିଜୟ ଶଙ୍କର ଆହତ

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି। ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବିଜୟ ଶଙ୍କର ଆହତ। ବୁଧବାର ଅଭ୍ୟାସ ସିଜନ୍‌ରେ ବିଜୟଙ୍କରଙ୍କ ପାଦ ଆଙ୍ଗୁଠିରେ ଆଘାତ ଲାଗିଛି।

ପାକିସ୍ତାନ କ୍ରିକେଟ ବୋର୍ଡ କମିଟି ଅଧ୍ୟକ୍ଷଙ୍କ ଇସ୍ତଫା

ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କମିଟି ଅଧ୍ୟକ୍ଷ ମୋହସିନ୍‌ ଖାନ୍‌ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ମୋହସିନ୍‌ ନିଜ ଇସ୍ତଫା ପତ୍ର ପିସିବି ଚେୟାରମ୍ୟାନ୍‌ ଏହସାନ ମନୀଙ୍କୁ ପଠାଇଛନ୍ତି। ମୋହସିନ୍‌ ଖାନ୍‌ ହେଉଛନ୍ତି ପାକିସ୍ତାନର ପୂର୍ବତନ ଟେଷ୍ଟ କ୍ରିକେଟର। ତେବେ ତାଙ୍କ ଇସ୍ତଫା ପରେ ବୋର୍ଡ ୱାସିମ୍ ଖାନ୍‌ଙ୍କୁ ପିସିବି କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

କିଏ ହେବ କଂଗ୍ରେସ ଅଧ୍ୟକ୍ଷ? ସୋନିଆ କହିଲେ, ‘ନୋ କମେଣ୍ଟ’

୨୦୧୯ ନିର୍ବାଚନ ଫଳାଫଳ କଂଗ୍ରେସକୁ ନିରାଶ କରିବା ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରୁନି। କିନ୍ତୁ ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ରାହୁଲ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ଯଦି ରାହୁଲ ଅଧ୍ୟକ୍ଷ ପଦ ଛାଡ଼ନ୍ତି ତାହାଲେ କଂଗ୍ରେସର ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ କମଳା ରଙ୍ଗ ଜର୍ସିରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ

ଆଇସିସି ବିଶ୍ଵକପର ୩୮ତମ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳକୁ ଏକ ନୂଆ ରଙ୍ଗ ଜର୍ସିରେ ଦେଖିବାକୁ ମିଳିବ। ଜୁନ ୩୦ରେ ବିର୍ମଙ୍ଗ୍‌ହାମ୍‌ରେ ହେଉଥିବା ଏହି ମ୍ୟାଚରେ ଦଳ ନୀଳ ଜର୍ସି ପରିବର୍ତ୍ତେ କମଳା ରଙ୍ଗ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ।

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ବେକ କାଟି ଦେଲେ ଦୁର୍ବୃତ୍ତ: ସାରା ଜିଲ୍ଲାରେ ଉତ୍ତେଜନା

କେନ୍ଦ୍ରାପଡ଼ାରେ ପ୍ରବାଦ ପୂରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ବେକ କେହି ଦୁର୍ବୃତ୍ତ କାଟିଦେଇଥିବାର ଅଭିଯୋଗ ହୋଇଛି। ରାଜନଗର ସ୍ଥିତ ତ୍ରିନାଥ ବଜାର ନିକଟରେ ଥିବା ବିଜୁ ସ୍ମୃତି ସଂସଦ କାର୍ଯ୍ୟାଳୟ ପରିସରରେ ଏହି ଘଟଣା ଘଟିଛି। କେହି ଦୁର୍ବୃତ୍ତ ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଛି। ଏହା ପରେ ସାରା ଜିଲ୍ଲାରେ ଉତ୍ତେଜନ ଦେଖା ଦେଇଥିବାବେଳେ ଅପରାଧିକୁ ଗିରଫ କରିବାକୁ ଦାବି କରିଛି ବିଜେଡି।

ଜଗତସିଂହପୁରରେ ବଜ୍ରପାତ – ୧୫ ବର୍ଷର ଝିଅ ମୃତ, ୨ ଆହତ

ଜଗତସିଂହପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାରଣପୁର ଗାଁରେ ଗୁରୁବାର ସକାଳେ ବଜ୍ରପାତ ପଡ଼ି ଜଣେ ୧୫ ବର୍ଷୀୟ ଝିଅର ମୃତ୍ୟୁ ହୋଇଛି। ଏହି ଘଟଣାରେ ପରିବାର ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ ୧୫ ବର୍ଷୀୟ ଝିଅର ନାଁ ସୁଜାତା ଭୋଇ ବୋଲି ଜଣାପଡ଼ିଛି।

୨୪ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡ଼ିଶା ଦେଇ ରାଜ୍ୟରେ ପ୍ରବେଶ କରିବ ମୌସୁମୀ ବାୟୁ। ପ୍ରାଥମିକ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବାପରେ ସାରା ଓଡ଼ିଶାରେ ପ୍ରବାହିତ ହେବ ମୌସୁମୀ। ମୌସୁମୀ ଲଘୁଚାପକୁ ସାଙ୍ଗରେ ନେଇ ଓଡ଼ିଶାରେ ପ୍ରବେଶ କରିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିମାନ AN-32 ଦୁର୍ଘଟଣାସ୍ଥଳରୁ ୬ ଶବ ଓ ୭ ଦେହାବଶେଷ ଉଦ୍ଧାର : ବାୟୁସେନା

ଭାରତୀୟ ବାୟୁସେନାର ନଖୋଜ ବିମାନ AN-32ର ଦୁର୍ଘଟଣାସ୍ଥଳରୁ ୬ ଶବ ଓ ୭ ଜଣଙ୍କ ଦେହାବଶେଷ ଉଦ୍ଧାର କରାଯାଇଛି। ଏନେଇ ଗୁରୁବାର ବାୟୁସେନାର ପକ୍ଷରୁ ସୂଚନା ଦିଆଯାଇଛି। ଗତ ଜୁନ୍‌ ୩ ତାରିଖରେ ଆସମର ଏୟାରବେସ୍‌ରୁ ଏଏନ୍‌-୩୨ ବିମାନ ଉଡ଼ାଣ ଭରିଥିଲା। ତେବେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନାମରେ ହାଇକୋର୍ଟରେ ମାମଲା

ହାଇକୋର୍ଟରେ ଦାୟର ହେଲା ଆଉ ଏକ ନିର୍ବାଚନୀ ମାମଲା। ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନାମରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଧଡାଙ୍କ ଜାତିଗତ ପ୍ରମାଣପତ୍ରରେ ତ୍ରୁଟି ନେଇ ମାମଲା ଦାୟର କରିଛନ୍ତି ପରାଜିତ ବିଜେପି ପାର୍ଥି ରାକେଶ ମଲ୍ଲିକ। ସୋର ବିଧାନସଭା ସିଟ୍ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ଥିବାବେଳେ ଧଡା ଏହି ଜାତିର ଅନ୍ତର୍ଭୁକ୍ତ ନୁହନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଶୁକ୍ରବାର ପ୍ରକାଶ ପାଇବ ଯୁକ୍ତ ୨ କଳା-ବାଣିଜ୍ୟ ରେଜଲ୍ଟ

ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା-ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଜଲ୍ଟ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଥିବା ଗୀତଗୋବିନ୍ଦ ସଦନରେ ଅପରାହ୍ଣ ୩ଟା ୩୦ରେ ପୁସ୍ତିକା ଉନ୍ମୋଚନ କରାଯିବ। ବିଦ୍ୟାର୍ଥୀମାନେ www.chseodisha.nic.in ଓ www.orissaresults.nic.in ସାଇଟରେ ରେଜଲ୍ଟ ଦେଖିପାରିବେ। ରେଜଲ୍ଟ ପାଇଁ ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବରର ଆବଶ୍ୟକତା ରହିଛି।

ଆଜିଠୁ ଆରମ୍ଭ ଏମବିବିଏସ-ବିଡିଏସ ରେଜିଷ୍ଟ୍ରେସନ୍

ଆଜିଠୁ ଆରମ୍ଭ ହେବ ଏମବିବିଏସ-ବିଡିଏସ ପାଠ୍ୟକ୍ରମରେ ନାମ ରେଜିଷ୍ଟ୍ରେସନ। ଏନଇଇଟିରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଅନଲାଇନରେ ପଞ୍ଜିକରଣ କରିପାରିବେ। ଜୁନ୍ ୨୦ରୁ ଜୁନ୍ ୨୫ ମଧ୍ୟରେ ଉର୍ତ୍ତୀର୍ଣ୍ଣ ବିଦ୍ୟାର୍ଥୀ ନାମ ରେଜିଷ୍ଟ୍ରେସନ୍ କରିପାରିବେ। ଆଜି ସନ୍ଧ୍ୟା ୫ଟାରୁ ଓଜେଇଇ ସାଇଟ www.ojee.nic.in କୁ ଯାଇ ନାମ ରେଜିଷ୍ଟ୍ରେସନ କରିପାରିବେ।

ନ୍ୟୁଜିଲାଣ୍ଡ ୪ ଓ୍ଵିକେଟରେ ବିଜୟୀ – ସଙ୍କଟରେ ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ଆଶା

ବୁଧବାର ଆଇସିସି ବିଶ୍ଵକପର ୨୫ତମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ଦଳକୁ ୪ ଓ୍ଵିକେଟରେ ପରାସ୍ତ କରିଛି। ଏହାସହ ଚଳିତ ବିଶ୍ଵକପରେ ଦକ୍ଷିଣ ଆଫ୍ରିକାର ବିଶ୍ଵକପ ଯାତ୍ରା ଆଶା ମଉଳି ଯାଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ ଓ୍ଵିଲିୟମସନ ଦାୟିତ୍ଵର ସହ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ।

ଭବାନୀଙ୍କ ସଫଳତା – ଦିନରେ ଜଳଖିଆ ବିକ୍ରି, ରାତିରେ ପାଠ ପଢ଼ି ହେଲେ ଓଜେଇଇ ଟପ୍ପର

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁ ବନ୍ଧବାଡ଼। ଏହାକୁ ସତ ପ୍ରମାଣ କରି ସମସ୍ତଙ୍କ ପାଇ ଉଦାହରଣ ପାଲଟିଛନ୍ତି ଓଜେଇଇ ଟପ୍ପର ଭବାନୀ ଶଙ୍କର ବେହେରା। ଆର୍ଥିକ ଅଭାବ ଅନଟନ ଭିତରେ ସେ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ କରିଛନ୍ତି କସରତ। ଏବେ ଇଞ୍ଜିନିୟର ହେବା ପାଇଁ ସ୍ୱପ୍ନ ଦେଖୁଥିବା ଭବାନୀଙ୍କ ସ୍ୱପ୍ନ ପୂରଣ ପାଇଁ ଖୋଲିଛି ବାଟ। ଓଜେଇଇ ଟପ୍ପର ହୋଇ ନିଜ ସ୍ୱପ୍ନରେ ଡେଣା ଲଗାଇଛନ୍ତି ଭବାନୀ।

ବିଶ୍ଵକପ ଇତିହାସରେ ଦୁଇଦେଶ ପାଇଁ ଖେଳିଥିବା ଖେଳାଳି

ଆଇସିସି ବିଶ୍ଵକପ କ୍ରିକେଟ ଏକ ବଡ଼ ପ୍ଲାଟଫର୍ମ। ଏହା ପ୍ରତି ୪ବର୍ଷରେ ଥରେ ହୋଇଥାଏ। ବର୍ତ୍ତମାନ ବିଶ୍ଵକପର ୧୨ତମ ସଂସ୍କରଣ ଚାଲୁଅଛି। ସମସ୍ତ ଖେଳାଳିଙ୍କ ସ୍ଵପ୍ନ ବିଶ୍ଵକପ କ୍ରିକେଟରେ ନିଜ ଦେଶରୁ ପ୍ରତିନିଧିତ୍ଵ କରିବା। ତେବେ ବିଶ୍ଵକପ ଇତିହାସରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଦୁଇଟି ଦେଶ ପକ୍ଷରୁ ବିଶ୍ଵକପ ଖେଳିଛନ୍ତି।

କରଞ୍ଜିଆ ଜେଲରୁ କଏଦୀ ଫେରାର

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ କାରଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାମୀ ଫେରାର । ଫେରାର ହୋଇଯାଇଥିବା କଏଦୀ ଜଣକ ହେଲେ ଭଗବାନ ଟୁଡ଼ୁ। କଏଦୀ ଜଣକ ନର ହତ୍ୟା ଅଭିଯୋଗରେ ଗିରଫ ହୋଇ କରଞ୍ଜିଆ ଜେଲରେ ଥିଲେ। କଏଦୀ ଜଣକ ଫେରାର ହେବା ପୂର୍ବରୁ ଏକ ଚିଠି ଲେଖି ରଖିଦେଇ ଯାଇଥିଲେ। ସେ ଉକ୍ତ ଚିଠିରେ ଲେଖିଛନ୍ତି ଯେ, ଜେଲର ଜଣେ କର୍ମଚାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଏବଂ ନିଜର ମୃତ୍ୟୁ ପାଇଁ ଜେଲର ଦାୟୀ ହେବେ।

ପୁଅ ପାଇଁ ଅଲୋଡ଼ା ବାପା, ମା’ – କେବିନରେ ୨୦ ବର୍ଷ ହେଲା ବିତୁଛି ଜୀବନ

ବୃଦ୍ଧା ଅବସ୍ଥାରେ ବାପା ମା’ଙ୍କ ସାହାରା ପାଲଟିଥାଏ ପୁଅ। ହେଲେ ଏପରି ଏକ ସମୟ ଆସେ ବାପା ମା’ଙ୍କ ଅସହାୟ ଅବସ୍ଥାକୁ ପୁଅ ନିଜର ବୋଝ ବୋଲି ଭାବେ। ଏହି ବୋଝରୁ ମୁକ୍ତି ପାଇବା ପାଇଁ ବାପା ମା’ଙ୍କୁ ଏକୁଟିଆ ଛାଡ଼ି ଦିଏ। ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ସହରର ଜୋବ୍ରା ଅଞ୍ଚଳରେ। ୭୫ ବର୍ଷୀୟ କାଶୀନାଥ ବାରିକ ଓ ତାଙ୍କ ପତ୍ନୀ ୭୦ ବର୍ଷୀୟା ରେଣୁବାଳା ବାରିକଙ୍କୁ ତାଙ୍କ ପୁଅ ବୋଝ ବୋଲି ଭାବି ନେଇ ଭୁବନେଶ୍ୱରରୁ ଆଣି କଟକରେ ଛାଡ଼ି ଚାଲି ଯାଇଛନ୍ତି।

ସଂସଦକୁ ସମ୍ବୋଧିତ କଲେ ରାଷ୍ଟ୍ରପତି, ନବନିର୍ବାଚିତ ସାଂସଦଙ୍କୁ ଦେଲେ ଅଭିନନ୍ଦନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଯୁଗ୍ମ ଅଧିବଶେନକୁ ସମ୍ବୋଧିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଛନ୍ତିା ସର୍ବପ୍ରଥମେ ରାଷ୍ଟ୍ରପତି ସଂସଦରେ ନବନିର୍ବାଚିତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପାଟକୁରା – କଂଗ୍ରେସ ପାଇଁ ଆଉ ଏକ ପରାଜୟର ଅପେକ୍ଷା

ପାଟକୁରା ଉପନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ପ୍ରଚାର ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ଶିବିରରେ ସେଭଳି କିଛି ଉତ୍ସାହ ଆଖିରେ ପଡ଼ୁନାହିଁ। ନିକଟରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପାଟକୁରାରେ ଆଉ ଏକ ପରାଜୟ ଦଳକୁ ଅପେକ୍ଷା କରିଛି ଏହା ସ୍ପଷ୍ଟ। ଅବଶ୍ୟ ଏ ପର୍ଯ୍ୟନ୍ତ ପାଟକୁରା ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ତେବେ ପ୍ରଚାରରେ ବିଜେଡି ଓ ବିଜେପି ପୂରା ଆଗୁଆ ଅଛନ୍ତି।

ଭାରି ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୧ ଜିଲ୍ଲାକୁ ସତର୍କ ସୂଚନା

ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ଝିପ୍ ଝିପ୍ ବର୍ଷା ହୋଇଛି। ଅନ୍ୟ କିଛି ଜିଲ୍ଲାରେ ଭାରି ବର୍ଷା ସହ ବତ୍ରପାତ ହେବାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ମୋଟୋରୋଲା ଲଞ୍ଚ କଲା ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ ‘ୱାନ ଭିଜନ’

ସ୍ମାର୍ଟଫୋନ ନିର୍ମାଣକାରୀ ସଂସ୍ଥା ମୋଟୋରୋଲା ବହୁ ପ୍ରତିକ୍ଷିତ ଫୋନ ‘ୱାନଭିଜନ’ ଗୁରୁବାର ଭାରତରେ ଲଞ୍ଚ କରିଛି। ଗତ ମେ’ ମାସରେ ବ୍ରାଜିଲରେ ଏହାକୁ ବଜାର ପ୍ରବେଶ କରାଇଥିଲା କମ୍ପାନି।

ନିଷ୍ପତ୍ତି ବଦଳେଇଲେ ସରକାର, ଆସନ୍ତାକାଲିଠୁ ଖୋଲିବ ସ୍କୁଲ

ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ପାଗ ପରିବର୍ତ୍ତନ ଯୋଗୁଁ ଶୁକ୍ରବାରଠାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଖରା ଯୋଗୁଁ ଜୁନ୍୨୫ ତାରିଖ ଯାଏଁ ଛୁଟି ବଢ଼ାଇଥିଲେ ସରକାର। ଖରା କମିଯିବା ଯୋଗୁଁ ପୁଣି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି।

ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ସଚିବାଳୟରେ ୫.୪୫ ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ।

Comment