ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ମାଟିରେ ମିଶିଲା ପାଠାଗାର, ଶନିବାର ଏମାର ମଠ ପାଳି

ତିନି ଦିନର ଅପରେସନ ପରେ ମାଟିରେ ମିଶିଲା ରଘୁନନ୍ଦନ ପାଠାଗାର। ଏହାସହ ଇତିହାସ ହୋଇଗଲା ପୁରୀର ଆଉ ଏକ ଐତିହ୍ୟ। ପାଠାଗାର ପରେ ପ୍ରଶାସନର ନଜର ଏମାର ମଠର ମୂଳଗାଦି ଉପରେ ପଡ଼ିଛି। ଶନିବାର ଏମାର ମଠରେ ପ୍ରଶାସନର ବୁଲ୍‌ଡୋଜର ଚାଲିବ ବୋଲି କୁହାଯାଉଛି।

ମିଶ୍ରଣ ପରେ ଏବେ ଦେଶରେ ମାତ୍ର  ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନଙ୍କ ବ୍ୟାଙ୍କ ମିଶ୍ରଣ ନେଇ ବଡ଼ ଧରଣର ଘୋଷଣା ପରେ ଏବେ ୨୭ ସ୍ଥାନରେ ଦେଶରେ ମାତ୍ର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିବ।

ଆଇଏଏସ୍‌ ସ୍ତରରେ ଅଦଳବଦଳ – ବିଷ୍ଣୁପଦ ସେଠୀ ହେଲେ ଶକ୍ତି ବିଭାଗ ସଚିବ

ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏହି ପ୍ରକ୍ରିୟାରେ ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ତେବେ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ ଉନ୍ନୟନ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସେ ସ୍ୱତନ୍ତ୍ର ରିଲିଫ୍‌ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

କାହିଁକି ଗାଦି ଛାଡୁ ନାହାନ୍ତି ଏମାର ମଠ ମହନ୍ତ?

ବାହାରେ ବୁଲ୍‌ଡୋଜର। ଭିତରେ ମହନ୍ତ। ଏମିତି ଚିତ୍ର ଦେଖିବାକୁ ମିଳିଛି ପୁରୀର ଐତିହାସିକ ଏମାର୍‌ ମଠରେ। ଏମାର ମଠକୁ ଗୁଣ୍ଡ କରିବା ପାଇଁ ପ୍ରଶାସନ ଚାହିଁ ରହିଥିଲେ ମଧ୍ୟ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ଛାଡୁ ନାହାନ୍ତି। ପ୍ରଶାସନ କେମିତି ଏମାର ମଠକୁ ଭାଙ୍ଗିବ ତାକୁ ନେଇ ଚିନ୍ତାରେ ପଡ଼ିଛି।

୫ ବର୍ଷ ଧରି ଛୁଟିରେ ଥିଲେ ପୋଲିସ ବାବୁ, ଚାକିରିରୁ ହେଲେ ବହିଷ୍କୃତ

ଦିନେ ନୁହେଁ କି ଦୁଇ ଦିନ ନୁହେଁ। ଗତ ୫ ବର୍ଷ ଧରି ଛୁଟିରେ ରହିଛନ୍ତି ପୋଲିସ ବାବୁ। ଏଥିପାଇଁ ଆଜି ଉକ୍ତ ପୋଲିସ୍‌ ବାବୁଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଶୁକ୍ରବାର ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କର୍ତ୍ତବ୍ୟରେ ଅବହେଳା ଏବଂ ବିଶୃଙ୍ଖଳା ଯୋଗୁଁ କଳାହାଣ୍ଡି ପୋଲିସ ଇନ୍‌ସ୍ପେକ୍ଟର ପ୍ରଫୁଲ କୁମାର ସାହୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସେ ଦୀର୍ଘ ୫ ବର୍ଷ ଧରି ନିଜ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ପ୍ରବଚନ ଦେବାକୁ ମନ ବଳାଇଲେ ସାରଥି

ନିକଟରେ ଜାମିନ ପାଇ ଜେଲ୍‌ରୁ ବାହାରିଥିବା ଆତ୍ମଘୋଷିତ ବାବା ସାରଥି ପୁଣିଥରେ ପ୍ରବଚନ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ହାଇକୋର୍ଟଙ୍କୁ ଅନୁମତି ମାଗିଛନ୍ତି ବାବା ସାରଥି ଓରଫ୍‌ ସନ୍ତୋଷ ରାଉଳ। ଏନେଇ ସାରଥିଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

ଗାଦି ଛାଡୁ ନାହାନ୍ତି ଏମାର ମଠ ମହନ୍ତ, ଉପଜିଲ୍ଲାପାଳ କହିଲେ ‘ନୋ କମେଣ୍ଟ’

ଏମାର ମଠ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ। ଆଜି ରଘୁନନ୍ଦନ ଲାଇବ୍ରେରୀ ମାଟିରେ ମିଶିଛି। ଏହାପରେ ବୁଲ୍‌ଡୋଜର ଏମାର ମଠକୁ ଟାର୍ଗେଟ କରିବ। ମଠରୁ ସବୁ ଜିନିଷପତ୍ର ଖାଲି ହୋଇ ସାରିଥିଲେ ମଧ୍ୟ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ଛାଡୁ ନାହାନ୍ତି। ସେ କାହିଁକି ଗାଦି ଛାଡୁ ନାହାନ୍ତି ତାର ଉତ୍ତର ବି ପ୍ରଶାସନ ପାଖରେ ନାହିଁ।

ଜେଏନୟୁର ଛାତ୍ର ସଭାପତି ପ୍ରାର୍ଥୀ ହେଲେ ଓଡ଼ିଆ ପୁଅ

ବିଲରେ ଦିନ ମଜୁରିଆ ଭାବେ କାମ କରି ନିଜ ପେଟ ପୋଷୁଥିଲେ। ହେଲେ ଏବେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ୟୁନିଭରସିଟି(ଜେଏନୟୁ)ରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ଲଢ଼େଇ କରୁଛନ୍ତି ଜଣେ ଓଡ଼ିଶା ପୁଅ। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ପୌରକେଲାର ଜିତେନ୍ଦ୍ର ସୁନା। ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସେ ବିର୍ସା ଆମ୍ଵେଦକର ଫୁଲେ ଷ୍ଟୁଡେଣ୍ଟ ଆସୋସିଏସନ(ବିଏପିଏସଏ) ତରଫରୁ ନିର୍ବାଚନ ଲଢୁଛନ୍ତି।

ମିଶିଯିବ ଦେଶର ୧୦ଟି ବ୍ୟାଙ୍କ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା

ଭାରତୀୟ ବ୍ୟାଙ୍କ୍‌ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ମିଶିଯିବେ ଦେଶର ୧୦ଟି ଜାତୀୟ ବ୍ୟାଙ୍କ। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏନେଇ ବଡ଼ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କଗୁଡ଼ିକ ମିଶିଛନ୍ତି।

ସେପ୍ଟେମ୍ବର ୨ ଯାଏଁ ବଢ଼ିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି

ପୁଣି ରିମାଣ୍ଡରେ ଗଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌। ରାଉଜ ଏବିନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଚିଦାମ୍ବରଙ୍କୁ ପୁଣି ଥରେ ରିମାଣ୍ଡରେ ନେଇଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଯାଏଁ ଚିଦାମ୍ବରମ ସିବିଆଇ ହେପାଜତରେ ରହିବେ।

ମୋଦୀଙ୍କ ଫ୍ୟାନ ହେଲେ କଂଗ୍ରେସ ସାଂସଦ ଶଶୀ ଥରୁର୍‌

ବାରମ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ଏବେ ଚର୍ଚ୍ଚାରେ କଂଗ୍ରେସ ସାଂସଦ ଶଶୀ ଥରୁର। ମୋଦୀ ପ୍ରତିଦିନ ଇଂରାଜୀ, ହିନ୍ଦୀ ବ୍ୟତୀତ ଆଉ ଏକ ଭାଷା ଶିଖିବାକୁ ପରାମର୍ଶ ଦେଇଛନ୍ତି। ତେବେ ମୋଦୀଙ୍କ ଏହି ଲାଙ୍ଗୁଏଜ୍‌ ଚ୍ୟାଲେଞ୍ଜକୁ ସ୍ଵିକାର କରି ଶଶି ଥରୁର୍‌ ପ୍ରତିଦିନ ଇଂରାଜୀ, ହିନ୍ଦୀ ଓ ମାଲାୟାଲାମ ଭାଷାରେ ଟୁଇଟ କରିବେ ବୋଲି କହିବା ସହ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

ରାଜ୍ୟ ସୂଚନା କମିସନର ଭାବେ ଶପଥ ନେଲେ ବାଳକୃଷ୍ଣ ମହାପାତ୍ର

ରାଜ୍ୟ ସୂଚନା କମିସନର ଭାବେ ଶପଥ ଗ୍ରହଣ କଲେ ବାଳକୃଷ୍ଣ ମହାପାତ୍ର। ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍‌ ତାଙ୍କୁ ନିଜ ପଦ ଓ ଗୋନୀୟତାର ଶପଥ ପାଠ କରାଇଛନ୍ତି। ଶୁକ୍ରବାର ସକାଳେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସଭାରେ ବାଳକୃଷ୍ଣ ମହାପାତ୍ର ସୂଚନା କମିସନର ଭାବେ ଶପଥ ଗ୍ରହଣ କରିଛନ୍ତି।

ଗାଦିରୁ ହଲୁ ନାହାନ୍ତି ଏମାର ମଠ ମହନ୍ତ, କିଳିଲେ କବାଟ

ଆଜି ତୃତୀୟ ଦିନରେ ମଧ୍ୟ ଅଡ଼ୁଆରେ ପଡ଼ିଛି ପ୍ରଶାସନ। ସକାଳୁ ସକାଳୁ ପ୍ରଶାସନ ସଜବାଜ ହୋଇ ବୁଲଡୋଜର, ଜେସିବି ଧରି ମଠ ଆଗରେ ପହଞ୍ଚିଲା ବେଳକୁ ମଠ ମହନ୍ତ କବାଟ କିଳିକି ଭିତରେ ବସିଛନ୍ତି। ମହନ୍ତ ନିଜ ଗାଦିରୁ ହଲିବାର ନା ଧରୁ ନାହାନ୍ତି। ତେଣୁ ପ୍ରଶାସନ ବର୍ତ୍ତମାନ କବାଟ କିଳା ଆଲୋଚନା ଚଳାଇଛନ୍ତି ଯେ, କେମିତି ମହନ୍ତଙ୍କୁ ସେଠୁ ହଟାଯିବ।

ଥାନାରୁ କିଭଳି ସେବା ପାଇଲେ, ପୋଲିସକୁ ମାର୍କ ଦେବେ ଅଭିଯୋଗକାରୀ

ଏଣିକି ପୋଲିସକୁ ମାର୍କ ଦେବେ ଅଭିଯୋଗକାରୀ। ଥାନାରୁ କିଭଳି ସେବା ପାଇଲେ ପୋଲିସକୁ ତା’ର ମାର୍କ ଦେବେ ଅଭିଯୋଗକାରୀ। ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ। ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ପୋଲିସ ବିଭାଗରେ ଲାଗୁ କରିବାକୁ ରାଜ୍ୟ ପୋଲିସର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୋଲିସ ଡିଜି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି।

ବସ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ବାତିଲ ହେବ ଫିଟନେସ୍‌

ଏଣିକି ବସ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ବସ୍‌ର ଫିଟନେସକୁ ବାତିଲ କରାଯିବ। ବସ୍‌ରେ ଯାତ୍ରୀମାନଙ୍କର ସୁରକ୍ଷା ଓ ଟ୍ରାଫିକ ସମସ୍ୟାକୁ ଦୂର କରିବାକୁ ବସ୍‌ ମାଲିକ ସଂଘ, ଆରଟିଓ ଓ ପୋଲିସ ଏସିପିଙ୍କ ଏକ ମିଳିତ ବୈଠକ ହୋଇଥିଲା।

ବିରାଟ ଭାଙ୍ଗିପାରନ୍ତି ଧୋନିଙ୍କ ରେକର୍ଡ

ଭାରତର ପୂର୍ବତନ ସଫଳ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଗୋଟିଏ ପାଦ ପଛରେ ଅଛନ୍ତି ବିରାଟ କୋହଲି। ଶୁକ୍ରବାର ଆରମ୍ଭ ହେବାକୁ ଥିବା ଭାରତ-ଓ୍ଵେଷ୍ଟଇଣ୍ଡିଜ ଶେଷ ଟେଷ୍ଟ ମ୍ୟାଚରେ ଯଦି ଭାରତ ବିଜୟ ହାସଲ କରେ ତେବେ ବିରାଟ କୋହଲି ସର୍ବାଧିକ ଟେଷ୍ଟ ଜିତିଥିବା ଅଧିନାୟକ ଭାବେ ଧୋନିଙ୍କୁ ପଛରେ ପକାଇବେ।

ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଭୁବନେଶ୍ୱର ସପିଂ ମଲ୍‌ରେ ମକ୍‌ଡ୍ରିଲ

ଆତଙ୍କବାଦୀ ଆକ୍ରମଣ ହେଲେ କିଭଳି ମୁକାବିଲା କରିବେ ସୁରକ୍ଷାକର୍ମୀ। ଏନେଇ ରାଜଧାନୀ ଭୁବନେଶ୍ୱରର ଏକ ସପିଂ ମଲ୍‌ରେ ମକ୍‌ଡ୍ରିଲ କରାଯାଇଛି। ବମ୍‌ ନିଷ୍କ୍ରିୟକାରୀ ଟିମ୍‌, ଆଣ୍ଟି ଟେରୋରିଷ୍ଟ ସ୍ୱାଡ , ଏନଡିଆରଏଫ୍‌ ଟିମ୍‌, ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ମକଡ୍ରିଲରେ ସାମିଲ ହୋଇଥିଲେ।

ଆସୁଛି ଲଘୁଚାପ – ବର୍ଷାରେ ଭିଜିବ ଗଣେଶ ପୂଜା

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହି ଲଘୁଚାପ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାରେ ସକ୍ରିୟ ହୋଇ ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ସେପ୍ଟେମ୍ଵର ୨ରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ୪ଦିନ ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ବଢ଼ିଲା ସୁରକ୍ଷା – ଭୁବନେଶ୍ଵର ବିମାନ ବନ୍ଦରରେ ଲାଗିବ ଫୁଲ୍‌ ବଡି ସ୍କାନର

ସୁରକ୍ଷା ବ୍ୟବସ୍ଥାରେ ଆଉ ଏକ ପାଦ ଆଗେଇଛି ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଯାତ୍ରୀମାନଙ୍କୁ ସଂପୂର୍ଣ୍ଣ ଯାଞ୍ଚ କରିବା ପାଇଁ ଏଠାରେ ଫୁଲ୍‌ ବଡି ସ୍କାନର ସ୍ଥାପନ କରାଯିବ। ତେବେ ଦେଶରେ ଆତଙ୍କବାଦ ଆକ୍ରମଣ ଆଶଙ୍କା ଦିନକୁ ଦିନ ବଢୁଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ିଚାଲିଛି।

ଶ୍ରୀମନ୍ଦିର ଓ ଚେମିଣି ବସା – କ’ଣ ରହିଛି ଧାର୍ମିକ ବିଶ୍ୱାସ?

ଚେମିଣି ଏକ ବିରଳ ପକ୍ଷୀ। ସବୁଜିମା ତଥା ଚାଳଘର ନଥିବା ଯୋଗୁଁ ଏମାନଙ୍କ ବଂଶ ‌ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। କିନ୍ତୁ ଶ୍ରୀକ୍ଷେତ୍ରରେ ଚେମିଣି ଧାର୍ମିକ ବିଶ୍ୱାସ ସହିତ ଜଡ଼ିତ। କାରଣ ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଚେମିଣି ରହୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାରକୁ ଚେମିଣି ଦ୍ୱାର ବୋଲି କୁହାଯାଏ।

Comment