ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।
ଭିନ୍ନ ପରମ୍ପରା, କୁମାରୀ ରୂପରେ ପୂଜା ପାଆନ୍ତି ମା’ ଦୁର୍ଗା
ଆସିଛି ପାର୍ବଣର ଋତୁ। ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ। ମା’ ଙ୍କୁ ଆଗମନକୁ ଅପେକ୍ଷା କରିଥିବା ଭକ୍ତଗଣ, କିଏ କେତେ ଭାବ ଓ ଭକ୍ତିରେ ପୂଜା କରିଥାନ୍ତି। ଏହା ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଙ୍ଗାଳି ସାହିରେ ଭିନ୍ନ ରୂପରେ ପୂଜା ପାଆନ୍ତି ମା। ଏଠାରେ ମା’ଙ୍କୁ କୁମାରୀ କନ୍ୟା ରୂପରେ ପୂଜା କରିବାର ନିଆରା ବିଧି ପ୍ରଚଳିତ।
୩୯ତମ ବିଶ୍ୱ କବି ସମ୍ମିଳନୀର ଚତୁର୍ଥ ଦିନ – ‘‘ଆଧ୍ୟାତ୍ମିକ କବିତା ହେଉଛି ଆମ ଜୀବନର ମାର୍ଗ ଦର୍ଶକ’’
୩୯ତମ ବିଶ୍ୱ କବି ସମ୍ମିଳନୀର ଚତୁର୍ଥ ଦିନରେ ପୁରୀଠାରେ ଅନୁଷ୍ଠିତ ହୋଇଥିଲା ଆଧ୍ୟାତ୍ମିକ କବିତା ଅଧିବେଶନ। ଏହାକୁ ଉଦ୍ଘାଟନ କରିଥିଲେ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ।
ଅକ୍ଟୋବର ମାସରେ ୧୫ ଦିନ ପ୍ରଡକ୍ସନ ବନ୍ଦ କରିବ ଅଶୋକ ଲେଲାଣ୍ଡ!
ପୂଜା ସିଜନରେ ଦେଶର ନାମି ଅଟୋ ମୋବାଇଲ କମ୍ପାନି ଅଶୋକ ଲେଲାଣ୍ଡ ବଡ଼ ଘୋଷଣା କରିଛି। ହିନ୍ଦୁଜା ଗ୍ରୁପ୍ର ଅଶୋକ ଲେଲାଣ୍ଡର କମ୍ପାନି ଅକ୍ଟୋବର ମାସରେ ଏହାର ବିଭିନ୍ନ ପ୍ଲାଣ୍ଟରେ ୧୫ ଦିନ ଉତ୍ପାଦନ ବନ୍ଦ ରଖିବାକୁ ସ୍ଥିର କରିଛି।
ନୀଳଗିରି ବିଧାୟକ-ତହସିଲଦାର ଗଣ୍ଡଗୋଳରେ ବାବୁଲି ଷଡ଼ଙ୍ଗୀ କିଏ?
ନୀଳଗିରି ବିଧାୟକ ଏବଂ ତହସିଲଦାରଙ୍କ ଭିତରେ ଦେଖାଦେଇଥିବା ବିବାଦ ଆଜି ନୂଆ ମୋଡ଼ ନେଇଛି। ଏହି ଗଣ୍ଡଗୋଳର ସୂତ୍ରଧର ବାବୁଲି ଷଡ଼ଙ୍ଗୀ ବୋଲି ନିଜେ ତହସିଲଦାର ଅଭିଯୋଗ କରିଛନ୍ତି। ହେଲେ ବାବୁଲି ଏହି ଅଭିଯୋଗକୁ ଫୁତ୍କାର ମାରି ଉଡ଼ାଇ ଦେଇଛନ୍ତି।
ଅକ୍ଟୋବର ୩୧ ଯାଏଁ ବଢ଼ିଲା ବିଜେଡି ଜନ ସଂପର୍କ ପଦଯାତ୍ରା
ବିଜେଡି ଜନସଂପର୍କ ପଦଯାତ୍ରାର ସମୟ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା ଚାଲିବା ନେଇ ସୂଚନା ଦିଆଯାଇଛି।
ଡିସେମ୍ଵରରୁ ସବୁ ଟୋଲଗେଟ୍ରେ ଲାଗୁ ହେବ ‘ଓ୍ଵାନ୍ ନେସନ୍ ଓ୍ଵାନ୍ ଫାଷ୍ଟଟ୍ୟାଗ’, ଜାଣନ୍ତୁ କ’ଣ ଏହି ଫାଷ୍ଟଟ୍ୟାଗ
ଟୋଲଗେଟରେ ସ୍ଵଚ୍ଚତା ଓ ଭିଡ଼ କମାଇବାକୁ ଲାଗୁ ହେବ ‘ଓ୍ଵାନ ନେସନ ଓ୍ଵାନ ଫାଷ୍ଟଟ୍ୟାଗ’ ବ୍ୟବସ୍ଥା। ଜାତୀୟ ରାଜପଥର ଟୋଲ ଗେଟ୍ ଫି ପ୍ଲାଜାର ସବୁ ଲେନ୍ ଫାଷ୍ଟଟ୍ୟାଗ ଲେନ୍ରେ ପରିଣତ ହେବ। ଡିସେମ୍ବର ପହିଲାରୁ ଏହା କାର୍ଯ୍ୟକାରୀ କରିବା ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପଶ୍ଚିମ ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର ପ୍ରଚାର ପ୍ରସାର ପାଇଁ ଓଡ଼ିଶାଲାଇଭ୍ ସହ ଏଚ୍ଆର୍ଏଏସ୍ର ଆଲୋଚନା
ସମ୍ବଲପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ଭରପୂର ସମ୍ଭାର ରହିଛି। ହେଲେ ଏଠାକାର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ହୋଇପାରୁ ନାହିଁ। ପଶ୍ଚିମ ଓଡ଼ିଶାରେ ଥିବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ପ୍ରଚାର ପ୍ରସାର କିପରି ଡିଜିଟାଲ ମିଡିଆ ମାଧ୍ୟମରେ ହୋଇପାରିବ ସେନେଇ ଓଡ଼ିଶାଲାଇଭ୍ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସହ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ୍ ସମ୍ବଲପୁରର (ଏଚ୍ଆର୍ଏଏସ୍) କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ।
ଭୂମି ପେଡ୍ନେକର୍ଙ୍କୁ “ଫେସ୍ ଅଫ୍ ଏସିଆ” ସମ୍ମାନ
ଅଭିନେତ୍ରୀ ଭୂମି ପେଡ୍ନେକର୍ ହାସଲ କରିଛନ୍ତି “ଫେସ୍ ଅଫ୍ ଏସିଆ” ନାମକ ଆନ୍ତର୍ଜାତିକ ସମ୍ମାନ। ବୁସାନ୍ରେ ଆୟୋଜିତ ୨୪ତମ ଇଣ୍ଟର୍ନ୍ୟାସନାଲ୍ ବୁସାନ୍ ଫିଲ୍ମ ଫେଷ୍ଟିଭାଲ୍ (ବିଆଇଏଫ୍ଏଫ୍)ରେ ଭୂମିଙ୍କୁ ମିଳିଛି “ଫେସ୍ ଅଫ୍ ଏସିଆ” ପୁରସ୍କାର। ଫିଲ୍ମ “ଡଲି କିଟ୍ଟି ଅର୍ ବୋ ଚମକ୍ତେ ସିତାରେ” ପାଇଁ ଭୂମିଙ୍କୁ ଫେସ୍ ଅଫ୍ ଏସିଆ ସମ୍ମାନରେ ସମ୍ମାନିତ କରାଯାଇଛି।
ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ଦରକାର ୩୮୪ ରନ୍
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଭାରତ ଚତୁର୍ଥ ଦିନ ଶେଷ ସୁଦ୍ଧା ୩୮୪ ରନରେ ଆଗୁଆ ରହିଛି। ଶନିବାର ଚତୁର୍ଥ ଦିନରେ ଭାରତ ପକ୍ଷରୁ ଓପନର ରୋହିତ ଶର୍ମା ଶତକ ହାସଲ କରିବା ସହ ଦଳ ୩୨୩ ରନରେ ଇଂନିସ ଘୋଷଣା କରିଥିଲା। ଯାହା ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୩୯୫ ରନର ବିଜୟ ଲକ୍ଷ୍ୟ ରହିଥିଲା।
କୋରାପୁଟ: ଲୁଟ୍ ଯୋଜନା ପଣ୍ଡ – ଦେଶୀ ପିସ୍ତଲ ଜବତ, ଜଣେ ଗିରଫ
ଏକ ବଡ଼ ଲୁଟ୍ ଯୋଜନାକୁ ପଣ୍ଡ କରିଛି ଜୟପୁର ସଦର ପୋଲିସ। ଏହାସହ ଲୁଟରେ ସାମିଲ ଥିବା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମର ଶ୍ରୀଧର ମହାପାତ୍ରକୁ ଗିରଫ କରିଛି ପୋଲିସ। ଗିରଫ ଶ୍ରୀଧରଠାରୁ ପୋଲିସ ଦେଶି ପିସ୍ତଲ ମୋବାଇଲ ଫୋନ ଜବତ କରିଛି।