ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ନ୍ୟୁଜ୍‌ ଅପ୍‌ଡେଟ୍‌।

ଓଡ଼ିଶା ସଂସ୍କୃତି ବିଭାଗ ପକ୍ଷରୁ ୫ ପଦ୍ମଶ୍ରୀଧାରୀଙ୍କୁ ଆର୍ଥିକ ସହାୟତା

ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ମିଳିଲା ଆର୍ଥିକ ସହାୟତା। ଗତ ଜୁଲାଇ ମାସରେ ରାଜ୍ୟ ସରକାର ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହାକୁ ଆଧାର କରି ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ମୋଟ ୩୦ ହଜାର ଟଙ୍କା ଦୈତାରୀଙ୍କୁ ପ୍ରଦାନ କରାଯାଇଛି।

ଜମ୍ମୁ-କଶ୍ମୀରରେ ନିୟୋଜିତ ଥିବା ଭାରତୀୟ ସେନା ପିନ୍ଧିବେ ସ୍ୱଦେଶୀ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବ ଭାରତୀୟ ସେନା।

ଜାଣନ୍ତୁ, ଭୁବନେଶ୍ୱରରେ କେଉଁଠି ଦେବେନି ପାର୍କିଂ ଫି’?

ଭୁବନେଶ୍ୱରର ସପିଂମଲ୍‌ଠାରୁ ଆରମ୍ଭ କରି ହସ୍ପିଟାଲ ଆଦି ସ୍ଥାନରେ ଥିବା ପାର୍କିଂ ସ୍ପଟ୍‌ରେ କେହି ପାର୍କିଂ ଫି’ ଆଦାୟ କରିପାରିବେ ନାହିଁ। ଏନେଇ ଗୁରୁବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ନିୟମକୁ ଅବମାନନା କରି ଆଜି ମଧ୍ୟ ଅନେକ ସପିଂମଲ୍‌ରେ ଫି’ ଆଦାୟ କରାଯାଉଛି।

୨୦ରୁ ୨ୟ କୋରାପୁଟ ସାହିତ୍ୟ ଉତ୍ସବ, ଯୋଗଦେବେ ରାଜ୍ୟପାଳ ଓ ସଂସ୍କୃତି ମନ୍ତ୍ରୀ

ରାଜ୍ୟର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେଉଛି ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଦୁଇଦିନ ଧରି ହେବାକୁ ଥିବା ଉତ୍ସବର ଉଦ୍‌ଘାଟନୀ ସମାରୋହ କୋରାପୁଟ ସହରଠାରୁ ୨୨ କିଲୋମିଟର ଦୂର ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ର ପ୍ରାକୃତିକ ପରିବେଶରେ ଅନୁଷ୍ଠିତ ହେବା।

Comment