ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

ଓଡ଼ିଶାଲାଇଭର କଫି ଟେବୁଲ୍ ବୁକ୍ ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ ଉନ୍ମୋଚିତ

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ଇଂରାଜୀ ଭାଷାରେ କଫି ଟେବୁଲ୍ ବୁକ୍ ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ ଉନ୍ମୋଚିତ ହୋଇଯାଇଛି। ଧନୁଯାତ୍ରାର ୧୦ମ ଦିନରେ କଂସ ମହାରାଜା ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

ବୋଲେରୋ-ଟ୍ରକ୍‌ ମୁହାଁମୁହିଁ- ୫ ମୃତ

କେନ୍ଦ୍ରାପଡ଼ା ଚାନ୍ଦୋଳ କାକତିଆ ନିକଟସ୍ଥ ଏକ ବୋଲେରୋ ସହିତ ଟ୍ରକ୍‌ ମୁହାଁମୁହିଁ ହୋଇଛି। ଏହି ଦୁର୍ଘଟଣା ଫଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ଗଠନ ହେଲା ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’

ଓଡ଼ିଶା ରାଜନୀତିରେ ନୂଆ ଦଳର ଅଭ୍ୟୁଦୟ ହୋଇଛି। ଆଜି ଗଠନ ହୋଇଛି ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’। ସମତା କ୍ରାନ୍ତି ଓ ଉତ୍କଳ ଭାରତ ମିଶି ଗଢ଼ିଲେ ନୂଆ ଦଳ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଭୟ ଦଳର ନେତା।

ଜଳେଶ୍ୱର-ଦୀଘା ରେଳଲାଇନ୍‌ ନିର୍ମାଣ ନେଇ ପିୟୂଷ ଗୋଏଲଙ୍କୁ ନବୀନଙ୍କ ଚିଠି

କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଜଳେଶ୍ୱର- ଦୀଘା ରେଳଲାଇନ୍‌ ନିର୍ମାଣ ନେଇ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ନବୀନ। ଦୀର୍ଘ ୭ ବର୍ଷ ଧରି ରେଳଲାଇନ ନିର୍ମାଣ ପ୍ରସ୍ତାବ ଅଟକି ରହିଥିବା ଚିଠିରେ ଲେଖିଛନ୍ତି।

ଆସିଲା ନୂଆ ଭୋଟର ତାଲିକା

ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କରି ନୂଆ ଭୋଟର ତାଲିକା ନେଇ ସୂଚନା ଦେଇଛନ୍ତି। ଭୋଟର ତାଲିକାରେ ୩କୋଟି ୧୮ଲକ୍ଷ ୭୮୭ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧୧ଲକ୍ଷ ୯୮ହଜାର ୮୧୯ଜଣ ନୂଆ ଭୋଟର ତାଲିକାରେ ଅଛନ୍ତି।

ରାଜନୀତିରେ ବେବୋଙ୍କ ଏଣ୍ଟ୍ରି – ଭୋପାଳରୁ ଲଢ଼ିବେ ନିର୍ବାଚନ!

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିବା ପରେ ଏବେ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ଆଗାମୀ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଆଗାମୀ ନିର୍ବାଚନରେ ଭୋପଳରୁ କୌଣିସି ନେତା ନୁହେଁ ବରଂ ବଲିଉଡ୍‌ ଷ୍ଟାର ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଛି।

Comment