ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

ପାକ ଅଧିକୃତ କଶ୍ମୀର ଉପରେ ବାୟୁସେନାର ଆକ୍ରମଣ, ୩୦୦ ଆତଙ୍କବାଦୀ ମୃତ!

ଆଜି ବଡ଼ି ଭୋରରରୁ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଏକ ବଡ଼ ଧରଣର ହମଲା ହୋଇଛି। ଭାରତୀୟ ବାୟୁସେନାର ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛନ୍ତି। ୧୦୦୦ କେଜିର ବୋମା ପଡ଼ିବା ଫଳରେ ଜୈଶ-ଏ-ମହମ୍ମଦର ପ୍ରାୟ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।

ଭାରତର ପ୍ରତିଶୋଧ ପରେ ଡରିଲା ପାକିସ୍ତାନ, ISI ବଦଳାଇଲା ମସୁଦ୍‌ ଅଜହରର ଠିକଣା

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଡରିଲା ପାକିସ୍ତାନ। ଆତଙ୍କବାଦୀ ବିରୋଧରେ ପୂରା ଦେଶ ଏକାଠି ହୋଇଥିବା ବେଳେ ପାକିସ୍ତାନ ଏନେଇ ବିଭିନ୍ନ ଟିପ୍ପଣୀ ଦେଉଛି। ବର୍ତ୍ତମାନ ସୂଚନା ମିଳୁଛି କି ଭାରତ ହିସାବ ବରାବର କରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଉଛି। ଏହି ଚେତାବନୀକୁ ଡରି ପାକିସ୍ତାନର ଏଜେନ୍ସି ISI ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ୍‌ ଅଜହର ଏକ ସୁରକ୍ଷିତ ସ୍ଥାନରେ ଲୁଚେଇ ରଖିଛନ୍ତି।

ଆକ୍ରମଣ ନେଇ ଯୋଜନା କରୁଥିଲା ଜୈଶର କ୍ୟାମ୍ପ- ବୈଦେଶିକ ସଚିବ

ପୁଲୱାମାରେ ହୋଇଥିବା ଆତଙ୍କବାଦ ଆକ୍ରମଣର ଭାରତ ବଦଲା ନେଇଛି। ଭାରତୀୟ ବାୟୁସେନା ଏଲଓସି ପାର କରି ଆତଙ୍କୀ କ୍ୟାମ୍ପ୍‌କୁ ପୂରା ନଷ୍ଟ କରିଦେଇଛି। ମଙ୍ଗଳବାର ବଡ଼ି ଭୋରରରୁ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଏକ ବଡ଼ ଧରଣର ହମଲା ହୋଇଛି। ଭାରତୀୟ ବାୟୁସେନାର ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛନ୍ତି।

ଅପରେସନ ଶତପ୍ରତିଶତ ସଫଳ-ଅଜିତ ଡୋଭାଲ, ବାୟୁସେନା ମୁଖ୍ୟାଳୟରେ ବୈଠକ

ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦ ଆକ୍ରମଣ ବିରୋଧରେ ସେନାର ପ୍ରତିଶୋଧ ପରେ ପୂରା ଦେଶ ସେନାକୁ ସାଧୁବାଦ ଜଣାଉଛି। ଏହାସହିତ ଅପରେସନକୁ ନେଇ ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ଏହାସହିତ ଅପରେସନ ଶତ ପ୍ରତିଶତ ସଫଳ ହୋଇଥିବା ଅଜିତ ଡୋଭାଲ କହିଛନ୍ତି।

ପାକିସ୍ତାନକୁ କଡ଼ା ଚେତାବନୀ ସୁଧୁରି ଯାଅ ନହେଲେ ସୁଧାରି ଦେବୁ : ବିରେନ୍ଦ୍ର ସେହୱାଗ

ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇ ଏଲଓସିକୁ ପାର କରି ଜୈଶର ଶିବିରକୁ ଧ୍ୱସଂ କରିଛି। ସେନାର ଏହି କାର୍ଯ୍ୟକୁ ନେଇ କ୍ରିକେଟର ବିରେନ୍ଦ୍ର ସେହୱାଗ ଓ ଗୌତମ ଗମ୍ଭୀର ଭାରତୀୟ ବାୟୁସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Comment