ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଲାଲଗଡ଼ରୁ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାରୁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। କୋରାପୁଟରେ ପ୍ରଚାର କରି ନବୀନ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। “ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି କେନ୍ଦ୍ର ସରକାର। କେବିକେ ଯୋଜନା ବନ୍ଦ କଲା କେନ୍ଦ୍ର। ଗରିବଙ୍କ ପାଇଁ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି”, ଏହା କହି ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ରକୁ ଆକ୍ରମଣ କରିଛନ୍ତି।

ନବୀନ କହିଛନ୍ତି, ‘‘ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ’ ପରିବାର। ସେମାନଙ୍କ ସୁଖ ଦୁଃଖରେ ମୁଁ ରହିଥିଲି ଏବଂ ଆଗକୁ ମଧ୍ୟ ରହିବି। ଓଡ଼ିଶାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛିା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ହୋଇଛିା ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଛନ୍ତିା ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତିା ଆଉ ୨୦ ଲକ୍ଷ ଚାଷୀଙ୍କୁ ଯୋଡ଼ିବା ପାଇଁ ତାଲିକା କରାଯାଇଛିା”

୩ ନେତାଙ୍କୁ ନୂଆ ଦାୟିତ୍ଵ ଦେଲା ବିଜେଡି

ଟିକେଟ ବଣ୍ଟାରେ ଅସନ୍ତୁଷ୍ଟ ନେତାଙ୍କୁ ଏକପ୍ରକାର ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଭୁବନେଶ୍ଵର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଆଉ ଦୁଇ ନେତାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ନବୀନ। ନବୀନ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ସାଧାରଣ ସମ୍ପାଦକ ଦାୟିତ୍ଵ ଦେଇଛନ୍ତି। ସେହିପରି ଜନ୍ମେଜୟ ଲେଙ୍କାଙ୍କୁ ଓ ମୀନକେତନ ଅମାନ୍ତଙ୍କୁ ମଧ୍ୟ ସମାନ ଦାୟିତ୍ଵ ମିଳିଛି। ଅନ୍ୟପକ୍ଷରେ ଜିତୁ ପଟ୍ଟନାୟକ, ବିଜୟ ନାୟକଙ୍କୁ ବିଜେପୁର ସହପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଛନ୍ତି ବିଜେଡି ସୁପ୍ରିମୋ।

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମୋଦି

ବିଜେପି ଫୋକସରେ ରହିଛି ଓଡ଼ିଶା। ଏହା ସ୍ପଷ୍ଟ ହୋଇଛି ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତରୁା ଆସନ୍ତାକାଲି ଅର୍ଥାତ ଏପ୍ରିଲ ୬ରେ ମୋଦି ପୁଣି ଓଡ଼ିଶା ଆସୁଛନ୍ତି। କାଲି ମୋଦିଙ୍କର ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦିଙ୍କ ତୃତୀୟ ଓଡ଼ିଶା ଗସ୍ତ। ମାର୍ଚ୍ଚ୨୯ ତାରିଖରେ ଜୟପୁରଠାରେ ନିର୍ବାଚନୀ ପ୍ରଚାର କରିଥିବା ମୋଦି ଏପ୍ରିଲ ୨ରେ ବି ଭବାନିପାଟଣାରେ ପ୍ରଚାର କରିଥିଲେ।

ଓଡ଼ିଶାରେ ମିଶନ ୧୨୦ର ଲକ୍ଷ୍ୟ ରଖିଛି ବିଜେପି। ଏହି ମିଶନ ମୋଡରେ କାମ କରୁଛି ବିଜେପିା ୧୨୦ଟି ବିଧାନସଭା ସମେତ ୨୧ଟି ଲୋକସଭା ଆସନରେ ପଦ୍ମ ଫୁଟାଇବା ପାଇଁ ମୋଦି ଓଡ଼ିଶା ଉପରେ ଫୋକସ କରିଛନ୍ତି। ଦେଖାଯାଉ ମୋଦିଙ୍କର ଓଡ଼ିଶା ଗସ୍ତ ବିଜେପି ପାଇଁ କେତେ ଫାଇଦା ହେଉଛିା

ଆଜି ଗାଜିଆବାଦରେ ପ୍ରିୟଙ୍କା  କରିବେ ରୋଡ ସୋ’

ଉତ୍ତରପ୍ରଦେଶର ଗାଜିଆବାଦରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ପ୍ରିୟଙ୍କା ଗାନ୍ଧି ଆଜି ଗାଜିଆବାଦରେ କଂଗ୍ରେସ ପାର୍ଥୀ ଡୋଲି ଶର୍ମାଙ୍କ ସମର୍ଥନରେ ରୋଡ ସୋ’ କରିବେ। ପ୍ରିୟଙ୍କାଙ୍କ ରୋଡ ସୋ’ ଦିନ ୩ଟାରୁ ଆରମ୍ଭ ହୋଇ ୬ଟା ପର୍ଯ୍ୟନ୍ତ ଜାରି ରହିବ।

ରୋଡ ସୋ’ର ଆରମ୍ଭ ପ୍ରସିଦ୍ଧ ଦୁଧେଶ୍ଵରନାଥ ମନ୍ଦିରରୁ ହେବ। ଏହାପରେ ଘଣ୍ଟାଘରରେ ସହିଦ ଭଗତ ସିଂହଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ପ୍ରିୟଙ୍କା। ଏହି ରୋଡ ସୋ’ ଆମ୍ବେଦକର ପାର୍କରେ ସମାପ୍ତ ହେବ। ଏହାପରେ ଏକ ଜନସଭାରେ ଯୋଗ ଦେବେ ପ୍ରିୟଙ୍କା। ପ୍ରିୟଙ୍କା ରୋଡ ସୋ’ ନେଇ ଗୁରୁବାର ଗାଜିଆବାଦସ୍ଥିତ କଂଗ୍ରେସ ଅଫିସ୍‌ରେ ବୈଠକ ହୋଇଥିଲା।

୯ରେ ପୁଣି ଓଡ଼ିଶା ଆସିବେ ରାହୁଲ

ନିର୍ବାଚନ ପ୍ରଚାର ଯେତିକି ପାଖେଇ ଆସୁଛି ନେତାଙ୍କର ମାରାଥନ ପ୍ରଚାର ସେତିକି ଜୋରଦାର ହେଉଛି। ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶାରେ କେନ୍ଦ୍ର ନେତାଙ୍କର ସୁଅ ଛୁଟିଛି। ଏହି ମଧ୍ୟରେ ପୁଣିଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲ ଏପ୍ରିଲ ୯ରେ ଓଡ଼ିଶା ଆସିବେ। ସେ ଦିଗପହଣ୍ଡିରେ ଆୟୋଜିତ ଏକ ସମାବେଶରେ ଯୋଗ ଦେବେ। ଏହା ପୂର୍ବରୁ ଏପ୍ରିଲ ୪ରେ ରାହୁଲଙ୍କର ଆସିବାର ଥିଲା। ପରେ ରାହୁଲଙ୍କ ଗସ୍ତରେ ପରିବର୍ତ୍ତନ କରାଯାଇଥିଲା।

ରାହୁଲଙ୍କର ସମ୍ପତ୍ତି କେତେ?

ରାହୁଲ ଗାନ୍ଧି ଗୁରୁବାର କେରଳର ୱାୟନାଡ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ସହ ରାହୁଲ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ତାଙ୍କ ସମ୍ପତ୍ତି ୧୫କୋଟି ୮୮ ଲକ୍ଷ। ଏହା  ତାଙ୍କ ସତ୍ୟପାଠରୁ ଜଣାପଡ଼ିଛି। ୨୦୧୪ରେ ରାହୁଲଙ୍କ ସମ୍ପତ୍ତି ପାଖାପାଖି ୧୦କୋଟି ଥିଲାବେଳେ ୫ ବର୍ଷରେ ୫କୋଟି ଟଙ୍କାର ବୃଦ୍ଧି ହୋଇଛି। ରାହୁଲଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୫କୋଟି ୮୦ଲକ୍ଷ ୫୮ହଜାର ୭୯୯ ଟଙ୍କା ହୋଇଥିବାବେଳେ ଆସ୍ଥାବର ସମ୍ପତ୍ତିର ମୂଲ୍ୟ ୭କୋଟି ୯୩ଲକ୍ଷ ୯ହଜାର ୩୭୭ ଟଙ୍କା ରହିଛି।

ତାଙ୍କ ନିର୍ବାଚନ ସତ୍ୟପାଠରୁ ବିଭିନ୍ନ ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନିଠାରୁ ୭୨ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡ଼ିଛି। ତାଙ୍କ ପାଖରେ ନିଜର ଗୋଟିଏ ହେଲେ ବି କାର୍‌ ନଥିବା ମଧ୍ୟ ଦର୍ଶାଇଛନ୍ତି। ମା’ ସୋନିଆ ଗାନ୍ଧିଙ୍କଠାରୁ ୫ଲକ୍ଷ ବ୍ୟକ୍ତିଗତ ଋଣ ନେଇଥିବାର ଜଣାପଡ଼ିଛି। ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ପାଖରେ ମାତ୍ର ୪୦ ହଜାର ଟଙ୍କା ନଗଦ ଅଛି।

ଏପ୍ରିଲ ୭ରେ ଓଡ଼ିଶା ଆସିବେ ଅମିତ ଶାହ

ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋର ସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଏପ୍ରିଲ ୭ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନୀ ପ୍ରଚାର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୋଟିଏ ସପ୍ତାହରେ ପରେ ଅମିତ ଶାହା ଓଡ଼ିଶାକୁ ପୁଣିଥରେ ଗସ୍ତ କରୁଛନ୍ତି। ଏହି ଗସ୍ତ ସମୟରେ ଶାହ ବରଗଡ଼ ଓ ପୋଲସରାରେ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବେ। ଏ ନେଇ ବିଜେପି ରାଜ୍ୟ ସମ୍ପାଦକ ଜତୀନ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିବରାଜ ସିଂ ଚୌହନ, ରଘୁବର ଦାଶଙ୍କ ପରି ବରିଷ୍ଠ ନେତା ଆସି ଓଡ଼ିଶାରେ ବିଜେପି ଲାଗି ପ୍ରଚାର କରିଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଗଞ୍ଜାମର ଶ୍ୟାମବାବୁ ସୁବୁଦ୍ଧି: ବୟସ ୮୪, ୬୨ ବର୍ଷ ମଧ୍ୟରେ ୨୮ ଥର ପ୍ରାର୍ଥୀ

ଖଣ୍ଡପଡ଼ାରେ ଏଥର ଖାତା ଖୋଲି ପାରିବେ କି ସୌମ୍ୟରଞ୍ଜନ?

ଦିଲ୍ଲୀପ ରାୟ କୌଣସି ଦଳରେ ଯୋଗ ଦେବେ ନାହିଁ କାହିଁକି?

ଓଡ଼ିଶା ଲୋକସଭା ନିର୍ବାଚନ – ବିଜେଡି ୭, ବିଜେପି ୧୩, କଂଗ୍ରେସ ୧!

ଏଥର ମହିଳା ବ୍ରିଗେଡକୁ ମିଳିଲାନି ଟିକେଟ

ମୁଁ ବ୍ରହ୍ମଗିରିର ଝିଅ – ଉପାସନା

Comment