ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ଦିନ ୩ଟା ସୁଦ୍ଧା ୫୩% ମତଦାନ
ଚାଲିଛି ୬ ଲୋକସଭା ଓ ୪୧ ବିଧାନସଭା ଲାଗି ଭୋଟିଂ। ଦିନ ୩ଟା ସୁଦ୍ଧା ରାଜ୍ୟରେ ୫୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ମୟୂରଭଞ୍ଜରେ ୫୪.୩୮ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୫୧.୨୬ ପ୍ରତିଶତ, ଭଦ୍ରକରେ ୫୦.୮୦%, ଯାଜପୁରରେ ୫୧.୭୨%, କେନ୍ଦ୍ରାପଡ଼ାରେ ୫୫.୩୮%, ଜଗତସିଂହପୁରରେ ୪୫.୮୨ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
ହିଂସା ସତ୍ତ୍ୱେ ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟ
୭୧ ଲୋକସଭା ଆସନଲାଗି ଆଜି ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେଉଛି। ହିଂସା ସତ୍ତ୍ୱେ ପଶ୍ଚିମବଙ୍ଗରେ ସକାଳ ୧୦ଟା ସୁଦ୍ଧା ସବୁଠୁ ଅଧିକ ମତଦାନ ହୋଇଛି। ସକାଳ ୧୦ଟା ସୁଦ୍ଧା ବିହାରରେ ୧୦.୭୬ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୧.୩୦ପ୍ରତିଶତ,ମଧ୍ୟ ପ୍ରଦେଶରେ ୧୧.୩୯ପ୍ରତିଶତ, ମହାରାଷ୍ଟ୍ରରେ ୬.୩୯ପ୍ରତିଶତ, ଓଡ଼ିଶାରେ ୯ପ୍ରତିଶତ, ରାଜସ୍ଥାନରେ ୧୨.୨୭ପ୍ରତିଶତ,ଉତ୍ତରପ୍ରଦେଶରେ ୯.୮୭ପ୍ରତିଶତ, ପଶ୍ଚିମବଙ୍ଗରେ ସବୁଠୁ ଅଧିକ ୧୬.୮୯ପ୍ରତିଶତ ଓ ଝାରଖଣ୍ଡରେ ୧୨ ପ୍ରତିଶତ ମତଦାନ ହୋଇଛି।

ଗୁରୁଦାସପୁର ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ସନ୍ନି ଦେଓଲ, ସାଙ୍ଗରେ ଥିଲେ ଭାଇ ବବି ଦେଓଲ
ଅଭିନେତାରୁ ନେତା ବନିଥିବା ସନ୍ନି ଦେଓଲ ଆଜି ପଞ୍ଜାବର ଗୁରୁଦାସପୁର ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସାଥୀରେ କେନ୍ଦ୍ରମନ୍ତ୍ରୀ ବିକେ ସିଂହ ଓ ଜିତେନ୍ଦ୍ର ସିଂହ ଓ ଭାଇ ବବି ଦେଓଲ ଉପସ୍ଥିତ ରହିଥିଲେ।
ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବାକୁ କହି ଫସିଲେ ଦୁଇ ପୋଲିଂ ଅଫିସର
ଫଟୋ ଫଟୋରେ ସେଲିବ୍ରେଟିଙ୍କ ମତଦାନ
ସକାଳ ୭ଟାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲାଗି ମତଦାନ। ମୁମ୍ବାଇରେ ଏହି ପର୍ଯ୍ୟାୟରେ ଭୋଟିଂ ହେଉଛି, ଯେଉଁଠି ସମସ୍ତଙ୍କର ନଜର ରହିଛି। ସକାଳ ସକାଳୁ ଅନେକ ସେଲିବ୍ରେଟି ସେମାନଙ୍କର ମତଦାଧିକାର ସାବ୍ୟସ୍ତ କରିଛନ୍ତି।
ଭୋଟ୍ ଦେଲେ ଅନିଲ ଅମ୍ବାନୀ
ଓଡ଼ିଶା ସମେତ ୯ଟି ରାଜ୍ୟରେ ମତଦାନ ହେଉଛି। ୭୧ ଲୋକସଭା ଆସନ ଲାଗି ଭୋଟ୍ ଦେଉଛନ୍ତି ୧୨ କୋଟିରୁ ଅଧିକ ଭୋଟର୍। ଗଣତନ୍ତ୍ର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ଶିଳ୍ପପତି ଅନୀଲ ଅମ୍ବାନୀ। ଜିଡି ସୋମାନି ସ୍କୁଲର ୨୧୬ ନମ୍ବର ବୁଥରେ ଅନୀଲ ନିଜ ଭୋଟ୍ ଦେଇଛନ୍ତି।
ଭୋଟ ଦେଲେ ପରେଶ-ରେଖା-ରବି କିଶନ
ସକାଳ ୭ଟାରୁ ଓଡ଼ିଶା ସମେତ ୯ଟି ରାଜ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲାଗି ନିର୍ବାଚନ। ୭୧ ଲୋକସଭା ଆସନ ଲାଗି ମତଦାନ ହେଉଛି। ଆଜି ଅନେକେ ହେଭିୱେଟଙ୍କ ଭାଗ୍ୟପରୀକ୍ଷା କରୁଛନ୍ତି ଜନତା ଜନାର୍ଦ୍ଦନ। ଗଣତନ୍ତ୍ରର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ଅଭିନେତା ଓ ଅଭିନେତ୍ରୀ। ସକାଳୁ ସକାଳୁ ସମସ୍ତେ ପୋଲିଂ ବୁଥକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଚାଲିଛି ଭୋଟିଂ – ଅନ୍ତିମ ପର୍ଯ୍ୟାୟରେ ୯୫ ଲକ୍ଷ ୬୩୫ ଭୋଟର ସାବ୍ୟସ୍ତ କରିବେ ମତଦାନ
ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ। ୬ ଲୋକସଭା ଏବଂ ୪୧ଟି ବିଧାନସଭା ଆସନରେ ହେବ ମତଦାନ ହେଉଛି। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ‘‘୧୦ ହଜାର ୭୯୨ ବୁଥରେ ମତଦାନ ହେବ। ମୋଟ ୯୫ ଲକ୍ଷ ୬୩୫ ଭୋଟର ମତଦାନ କରିବେ। ୪୯ ଲକ୍ଷ ୧୦୭୯ ପୁରୁଷ ଭୋଟର ଏବଂ ୪୫ ଲକ୍ଷ ୯୮ ହଜାର ୯୭୮ ଭୋଟର ଭୋଟ ଦେବେ। ଚତୁର୍ଥ ପର୍ଯ୍ୟାୟ ମତଦାନରେ ୭୨ ହଜାର ୩୬୩ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।’’

ଭୋଟ ଦେଲେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଭୋଟ ଦେଇଛନ୍ତି। ସାଉଥ୍ ମୁମ୍ବାଇ ପେଡର ରୋଡ୍ ସ୍ଥିତ ମତଦାନ କେନ୍ଦ୍ରରେ ବୁଥ୍ ନମ୍ବର ୪୦ ଓ ୪୧ରେ ଭୋଟ ଦେଇଛନ୍ତି ଶକ୍ତିକାନ୍ତ ଦାସ।

ଭୋଟ ଦେଲେ ଅତନୁ ସବ୍ୟସାଚୀ
ଭୋଟ ଦେଲେ ମହାକାଳପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ। ପାଟକୁରା ସାନଅଢ଼ଙ୍ଗ ଏମ୍ଇ ସ୍କୁଲ୍ ବୁଥ୍ ନମ୍ବର ୨୩୦ରେ ଅତନୁ ଭୋଟ ଦେଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଆଜି ଉର୍ମିଳା, କହ୍ନେୟା, ଗିରିରାଜଙ୍କ ଭାଗ୍ୟପରୀକ୍ଷା
ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଲୋକସଭା ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ହେଭିୱେଟଙ୍କ ସହିତ ବହୁ ଚର୍ଚ୍ଚିତ ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜାନାର୍ଦ୍ଦନ। ଚର୍ଚ୍ଚିତ ନେତାଙ୍କ ଭିତରେ ରହିଛନ୍ତି ଉର୍ମିଳା ମାତୋଣ୍ଡକର, କହ୍ନେୟା କୁମାର, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଆଜି ଭାଗ୍ୟପରୀକ୍ଷା।























