ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରଯାନ-୨ ଭାରତ ପାଇଁ ଏକ ନୂଆ ଅନୁଭବ

ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରଯାନ-୨ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ଉଚ୍ଚତାକୁ ନେଇଯାଇଛି। ଯଦିଓ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିନାହିଁ, ତେବେ ଏହି ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଭାରତର ଉଦ୍ୟମ ପାଣିରେ ପଡ଼ିବ ନାହିଁ। ଏ ପ୍ରସଙ୍ଗରେ ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନଙ୍କ କଥାକୁ ଏକ ସକରାତ୍ମକ ଦୃଷ୍ଟିରେ ଦେଖିବାକୁ ହେବ।

ତେଲେଙ୍ଗାନାର ରାଜ୍ୟପାଳ ଭାବେ ଶପଥନେଲେ ଡକ୍ଟର ତାମିଲସାଇ ସୁନ୍ଦରରାଜନ୍

ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଡକ୍ଟର ତାମିଲସାଇ ସୁନ୍ଦରରାଜନ। ରବିବାର ରାଜଭବନରେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହାନ ତାଙ୍କୁ ରାଜ୍ୟପାଳ ଭାବରେ ଶପଥ ପାଠ କରାଇଛନ୍ତି।

ଆଶା ବଢ଼ାଇଲା ‘ବିକ୍ରମ’– ଇସ୍ରୋ ହାତରେ ଆଉ ୧୨ଦିନ

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ପତ୍ତା ମିଳି ସାରିଛି। ଅର୍ବିଟରୁ ମିଳିଥିବା ଫଟୋରୁ ବିକ୍ରମର ସୂଚନା ମିଳିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ସହ କୌଣସି ସଂପର୍କ ହୋଇପାରିନାହିଁ। ଏନେଇ ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି, “ଲ୍ୟାଣ୍ଡର ବିକ୍ରମ ସହ ସଂପର୍କ ସ୍ଥାପନ ପାଇଁ ଆମର ପ୍ରୟାସ ଜାରି ରହିଛି। ବହୁତ ଜଲଦି ସଂପର୍କ ସ୍ଥାପନ ହେବ ବୋଲି ଆଶା କରୁଛୁ।”

ଜୟପୁର ସାଉଥ୍‌କୋ କାର୍ଯ୍ୟାଳୟ – ହେଲମେଟ ଓ ରେନ୍ କୋଟ ପିନ୍ଧି ଚାଲିଛି କାମ

ଜୟପୁର ସାଉଥ୍‌କୋ ନିବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହେଲମେଟ ଓ ରେନ କୋଟ ପିନ୍ଧି କର୍ମଚାରୀମାନେ କାମ କରୁଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ଅଫିସ୍‌ର କାନ୍ଥରୁ ପାଣି ଗଳୁଥିବାରୁ କର୍ମଚାରୀମାନେ ଏଭଳି ଉପାୟ ଅବଲମ୍ବନ କରିଛନ୍ତି।

ଆକାଶ ଦାସ ନାୟକ, ସୁସ୍ମିତା ବାଗଚି ଏବଂ ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ମୋ ସ୍କୁଲ ଅଧ୍ୟକ୍ଷ ସୁସ୍ମିତା ବାଗ୍‌ଚି ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି।

‘ଶଲାବୁଢ଼ା’ ପରେ ଏବେ ଦ୍ୱିତୀୟ ଭାଗ ‘ଶଲାବୁଢ଼ାର ବଦଲା’

ଆସୁଛି ‘ଶଲାବୁଢ଼ା’ଫିଲ୍ମର ଦ୍ୱିତୀୟ ଭାଗ ‘ଶଲାବୁଢ଼ାର ବଦଲା’। କୋଶଳୀ ଭାଷାରେ ନିର୍ମିତ ଶଲାବୁଢ଼ା ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାପରେ ଏହି ଫିଲ୍ମର ଦ୍ୱିତୀୟ ଭାଗ ‘ଶଲାବୁଢ଼ାର ବଦଲା’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି।

ଲ୍ୟାଣ୍ଡର ବିକ୍ରମର ପତ୍ତା ପାଇଲା ଇସ୍ରୋ

ମିଳିଲା ଲ୍ୟାଣ୍ଡର ବିକ୍ରମର ପତ୍ତା। ଏନେଇ ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ କେ. ଶିବନ୍‌। ଅର୍ବିଟରୁ ମିଳିଥିବା ଫଟୋରୁ ବିକ୍ରମର ସୂଚନା ମିଳିଛି। ହେଲେ ବିକ୍ରମ ସହ ଏପର୍ଯ୍ୟନ୍ତ କୌଣସି ସଂପର୍କ ସ୍ଥାପନ କରାଯାଇ ପାରୁନି ବୋଲି ସୂଚନା ମିଳିଛି।

ନୋ ପାର୍କିଂ ଜୋନ୍‌ରେ ଗାଡ଼ି ରଖିଲେ ଫସିଲେ ବିଧାୟକ, ଗଣିଲେ ଜରିମାନା

ସାଧାରଣ ଲୋକ ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍‌ ଗଣୁଥିବା ବେଳେ ଏଥିରୁ ବର୍ତ୍ତି ନାହିଁ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ରବିବାର ଟ୍ରାଫିକ୍ ନିୟମ ଉଲଘଂନ କରି ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି।

“ପରିବାରର ଜଣଙ୍କ ନାଁ ଥିବା ଗାଡ଼ିକୁ ଅନ୍ୟ ସଦସ୍ୟ ଚଳାଇପାରିବେ”

ପରିବାରର ଜଣଙ୍କ ନାଁ ଥିବା ଗାଡ଼ିକୁ ଅନ୍ୟ ସଦସ୍ୟ ଚଳାଇପାରିବେ। ଏଥିପାଇଁ କୌଣସି ଫାଇନ୍‌ ପଡ଼ିବ ନାହିଁ। କିନ୍ତୁ ନିଜର ଡାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ଜରୁରୀ କାଗଜପତ୍ର ଥିବା ଦରକାର।

ବରିଷ୍ଠ ଓକିଲ ତଥା ରଜନେତା ରାମ ଜେଠମଲାନୀଙ୍କ ପରଲୋକ

ପରଲୋକରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ରାଜନେତା ରାମ ଜେଠମଲନୀ। ବହୁ ଦିନ ଧରି ଅସୁସ୍ଥ ରହିବାପରେ ରବିବାର ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।

ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଶନିବାର ଭାରତ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଦଳ। ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଥିବା ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ୧୪ ଜଣିଆ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିଛି।

ଓଡ଼ିଶାରେ ମ୍ୟାଲେରିଆ ଆକ୍ସନ କୋଆଲିସନ୍‌ର ଶୁଭାରମ୍ଭ କଲା ଏମ୍ଏନ୍ଏମ୍ ଇଣ୍ଡିଆ

ଓଡ଼ିଶା ସରକାରଙ୍କ ନେତୃତ୍ୱରେ ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ମ୍ୟାଲେରିଆ ନୋ ମୋର୍ ଇଣ୍ଡିଆ (ଏମ୍ଏନ୍ଏମ୍ ଇଣ୍ଡିଆ) ପକ୍ଷରୁ ମ୍ୟାଲେରିଆ ଆକ୍ସନ କୋଆଲିସନ୍ ବା ମ୍ୟାଲେରିଆ କାର୍ଯ୍ୟାନ୍ୱୟନ ମେଂଟ (ମ୍ୟାକ୍)ର ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଜାତୀୟ ଭୂତାଣୁ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସହାୟତା କରିବା ଉଦ୍ଦେଶ୍ୟରେ ମ୍ୟାକ୍ ଏକ ବହୁକ୍ଷେତ୍ରୀୟ ସମନ୍ୱୟ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ।

ରାୟଗଡ଼ା : ଏସଏଚ୍‍ଜି ଦ୍ୱାରା ରନ୍ଧା ଖାଦ୍ୟ ପ୍ରଦାନକୁ ବିରୋଧ

ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ୱୟଂସହାୟକ ସଂଘ(ଏସଏଚ୍‍ଜି) ଦ୍ୱାରା ରନ୍ଧା ଖାଦ୍ୟ ପ୍ରଦାନକୁ ବିରୋଧ। ଏନେଇ ଶୁକ୍ରବାର ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ମୁହଁରେ ବଢୁଛି ମାଂସ ପିଣ୍ଡୁଳା, ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ମୁହଁରେ ବଢୁଛି ମାଂସ ପିଣ୍ଡୁଳା। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସ୍ୱାମୀର ଆର୍ଥିକସ୍ଥିତି ଖରାପ ହୋଇଥିବାରୁ ଯନ୍ତ୍ରଣାରେ କଲବଲ ହେଉଛି ସ୍ତ୍ରୀ। ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଧୀନ କାଳିଆଯୋଡୀ ଗ୍ରାମରେ। ପିଡ଼ିତା ଜଣକ ହେଉଛନ୍ତି ତୁଳାବତୀ ଝୋଡିଆ।

ଆସେସ ଟେଷ୍ଟ – ୩୬୫ ରନରେ ଆଷ୍ଟ୍ରେଲିଆ ଆଗୁଆ

ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ଆସେସ ଟେଷ୍ଟର ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ୩୬୫ ରନରେ ଆଗୁଆ ରହିଛି। ସେହିପରି ଇଂଲଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୬୫ରନ ଆବଶ୍ୟକ ରହିଛି। ଦ୍ଵିତୀୟ ଇଂନିସ ଆରମ୍ଭରେ ଇଂଲଣ୍ଡ ୭ଓଭରରେ ୨ ଓ୍ଵିକେଟ ହରାଇ ୧୮ ରନ କରିଛି।

ମାସକ ପାଇଁ ପ୍ରଦୂଷଣ ଯାଞ୍ଚ କୋହଳ

ପଲ୍ୟୁସନ୍‌ ଚେକିଂ ବା ପ୍ରଦୂଷଣ ଚେକିଂ ନିୟମକୁ ମାସେ ପାଇଁ କୋହଳ କଲେ ସରକାର। ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ଗାଡ଼ି ଚାଳକଙ୍କୁ ଫାଇନ୍‌ ଗଣିବାକୁ ପଡ଼ିବ ନାହିଁ। ଏନେଇ ପରିବହନ ସଚିବ ଜି.ଶ୍ରୀନିବାସ ସୂଚନା ଦେଇଛନ୍ତି।

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ବିଚାରହୀନ ଉଚ୍ଛେଦ କାହିଁକି?

ଯାହା ହେଉ ଶେଷକୁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ଯେଉଁ ଆଖିବୁଜା ଭଙ୍ଗାରୁଜା କରି ସଫେଇ ଚାଲିଥିଲା ସେଥିରେ କିଛିଟା ରୋକ ଲାଗିଛି। ସ୍ଥାନୀୟ ବିାଜପି ବିଧାୟକଙ୍କ ନେତୃତ୍ଵରେ ଏକ ପନ୍ଦର ଜଣିଆ ସର୍ବ-ଦଳୀୟ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବାକୁ ଆଗେଇ ଆସିଛନ୍ତି। ସର୍ବୋପରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ମଠ ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣ ଜନତାଙ୍କ ଠାରୁ କୌଣସି ବିରୋଧ କରାଯାଉ ନଥିବା ଲକ୍ଷ୍ୟ କରି ମଠ ମହନ୍ତ ଓ ସାଧୁ-ସନ୍ଥମାନେ ସରକାରଙ୍କ ଏଭଳି ମନମୁଖୀ ପଦକ୍ଷେପର ବିରୋଧ କରିବାକୁ ଏକାଠି ହୋଇଛନ୍ତି।

ଡିରୋକ୍ଟରେଟ ଅଫ ନର୍ସିଂ ତରଫରୁ ଏଏନଏମ, ଜିଏନଏମ ଓ ବେସିକ ସାଇନ୍ସରେ ଆବେଦନ ପାଇଁ ବିଜ୍ଞପ୍ତି

୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଡିରେକ୍ଟରେଟ ଅଫ ନର୍ସିଂ ତରଫରୁ ବିଭିନ୍ନ କୋର୍ସରେ ଆଡମିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଚୁକ ପ୍ରାର୍ଥୀ ଏଏନଏମ, ଜିଏନଏମ ଓ ବେସିକ ସାଇନ୍ସ କୋର୍ସ ପାଇଁ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ସମୟ ସୀମା ୧୦.୦୯.୨୦୧୯ ରୁ ୨୫.୦୯.୨୦୧୯ ପର୍ଯ୍ୟନ୍ତ ରହିଛି।

ଫ୍ଲିପକାର୍ଟରେ ବିକ୍ରି ହେବ ଭାରତର ପ୍ରଥମ ୬୪ ମେଗାପିକ୍ସେଲ କ୍ୟାମେରା ସ୍ମାର୍ଟଫୋନ

ଆସନ୍ତା ସେପ୍ଟେମ୍ବର ୧୩ରେ ଭାରତରେ ଲଞ୍ଚ ହେବ ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ରିୟଲମି ଏକ୍ସଟି’। ଏହି ସ୍ମାର୍ଟଫୋନର ଖାସ କଥା ହେଉଛି, ଏଥିରେ ୬୪ ମେଗାପିକ୍ସେଲର କ୍ୟାମେରା ରହିଛି। ରିୟଲମି କମ୍ପାନି ପକ୍ଷରୁ ଏହା ହେଉଛି ଭାରତର ପ୍ରଥମ ୬୪ ମେଗାପିକ୍ସେଲ କ୍ୟାମେରା ସ୍ମାର୍ଟଫୋନ।

ପିଅନ୍ତୁ ନାହିଁ ସଫ୍ଟ ଡ୍ରିଙ୍କ୍, ହୋଇପାରେ ଏହି ରୋଗ

ଆଜିକାଲିର ଯୁବପିଢ଼ି କୋଲ୍ଡ ଡ୍ରିଙ୍କ୍ ଓ ସଫ୍ଟ ଡ୍ରିଙ୍କ୍ ପିଇବାକୁ ବହୁତ ଆଗ୍ରହୀ। କିନ୍ତୁ ୨ ଗ୍ଲାସରୁ ଅଧିକ କୋଲ୍ଡ ଡ୍ରିଙ୍କ୍ ବା ସଫ୍ଟ ଡ୍ରିଙ୍କ୍ ପିଇବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ାଇଥାଏ। ଏଥିରେ ଥିବା ହାନିକାରକ କ୍ୟାମିକାଲ ହୃତପିଣ୍ଡ ଜନିତ ରୋଗ, ଷ୍ଟ୍ରୋକ୍ ଓ ପାଚନ ସମ୍ବନ୍ଧୀୟ ରୋଗ କାରଣ ହୋଇପାରେ।

ପ୍ରଥମ ଦିନରେ ବନ୍ଧାହେଲେ ୩୮ ମଦୁଆ ଡ୍ରାଇଭର

ସାବାଡ଼ ହେଲେ ମଦୁଆ ଡ୍ରାଇଭର। ନୂଆ ଟ୍ରାଫିକ ଆଇନ ଅନୁଯାୟୀ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ଟୋଲଗେଟ୍‌ରେ ମଦ୍ୟପ ଡ୍ରାଇଭରଙ୍କ ଯାଞ୍ଚ କଡ଼ାକଡ଼ି କରାଯାଇଛି। ନିୟମ ଲାଗୁ ହେବାର ପ୍ରଥମ ଦିନରେ ଓଡ଼ିଶାର ବିଭିନ୍ନ ଟୋଲଗେଟ୍‌ରୁ ୩୮ ଜଣ ମଦୁଆ ଡାଇଭରଙ୍କୁ ପୋଲିସ ଗିରଫ କରିଛି।

ସେପ୍ଟେମ୍ବର ୨୭ରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ନିର୍ବାଚନ

ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ)ର ନିର୍ବାଚନ ହେବ। ବିଭିନ୍ନ ପଦପଦବୀ ନଯୁକ୍ତ ପାଇଁ ନିର୍ବାଚନ ପ୍ରକ୍ରିୟାରେ ଓସିଏ ରାଜି ହେଉନଥିଲା। ତେବେ ବିସିସିଆଇର ପ୍ରଶାସନିକ କମିଟି(ସିଇଓ)ର ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର ୨୭ରେ ନିର୍ବାଚନ କରିବା ଲାଗି ଓସିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comment