ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ପୁରୀ ରଥଯାତ୍ରାର ସିଧାପ୍ରସାରଣ

ଜୁଲାଇ ୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସିବେ। ତେବେ ପୁରୀ ଆସିପାରି ନଥିବା ଭକ୍ତଙ୍କ ପାଖରେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ପହଞ୍ଚାଇବା ପାଇଁ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରୟାସ କରାଯାଉଛି। ଡିଜିଟାଲ ମିଡିଆ (ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ ସ୍ମାର୍ଟ ଟିଭି) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରା ବିବରଣୀ ଦେଖିପାରିବେ।

ଆଇପିଏଲରେ ଫେଲ୍ ମାରିଥିବା ୪ କ୍ରିକେଟର ବିଶ୍ଵକପରେ କରୁଛନ୍ତି ଦମଦାର ପ୍ରଦର୍ଶନ

ଗତ ଆଇପିଏଲରେ କିଛି ଖେଳାଳି ଦମଦାର ପ୍ରଦର୍ଶନ କରିଥିଲା ବେଳେ ଆଉ କେତକ ଖେଳାଳି ଫେଲ ମାରିଥିଲେ। ମାତ୍ର ଚଳିତ ବିଶ୍ଵକପରେ ସେମାନଙ୍କ ଫର୍ମ ବିପକ୍ଷ ଦଳକୁ ଚିନ୍ତାରେ ପକାଇଛି। ଆଇପିଏଲ ଭଳି ଟି-୨୦ ପ୍ଲାଟଫର୍ମରେ ଫେଲ ହୋଇଥିବା ଏହି କ୍ରିକେଟରମାନେ ବର୍ତ୍ତମାନ ନିଜ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ରାତି ସାଢ଼େ ୧୧ଟା ଯାଏଁ ବଢ଼ିଲା ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଆଉ ମାତ୍ର ଗୋଟଏ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ହେଉଛି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ କୋଟି କୋଟି ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ତେବେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନର ସମୟସୀମା ରାତି ସାଢ଼େ ୧୧ଟା ଯାଏଁ ବଢ଼ାଯାଇଛି।

ଗଜପତି ମହାରାଜା ସେବା

ଗଜପତି ମହାରାଜା ଶ୍ରୀମନ୍ଦିରର ଆଦ୍ୟ ସେବକ। ଏହି ସେବା ପୁରୀ ରାଜବଂଶର ବଂଶାନୁକ୍ରମିକ ସେବା। ରଥଯାତ୍ରାରେ ତିନି ରଥରେ ବିଜେ ଓ ବାହୁଡା ଯାତ୍ରାରେ ଛେରା ପହଁରା ଓ ରାଜନୀତି କରନ୍ତି। ଏତଦ୍‌ବ୍ୟତୀତ ଚନ୍ଦନ ଯାତ୍ରା ସମୟରେ ଚାପ ଉପରେ ପ୍ରଥମ ଦିନ ଓ ଶେଷଦିନ, ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀ ଉପରେ, ଦୋଳପୂର୍ଣ୍ଣମୀ ଦିନ ଦୋଳ ବେଦୀ ଉପରେ ଛେରା ପହଁରା କରିପାରିବେ।

ଆସନ୍ତାକାଲି ଭାରତରେ ଲଞ୍ଚ ହେବ Vivo Z1 Pro ସ୍ମାର୍ଟଫୋନ୍‌

ଆସନ୍ତାକାଲି ଚୀନ ମୋବାଇଲ କମ୍ପାନି ଭିଭୋ ଭାରତରେ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ ‘ଭିଭୋ ଜେଡ୍‌-୧ ପ୍ରୋ’। ଏହି ସ୍ମାର୍ଟଫୋନ୍‌ର ଖାସ୍‌ କଥା ହେଉଛି, ଏଥିରେ ୫୦୦୦ ଏମ୍‌ଏଚ୍‌ ବ୍ୟାଟେରୀ ମିଳୁଥିବା ବେଳେ ତ୍ରିପଲ ରିୟର କ୍ୟାମେରା ଦିଆଯାଇଛି। ଦିଲ୍ଲୀରେ ଆସନ୍ତାକାଲି ୧୧.୩୦ରେ ଏହି ସ୍ମାର୍ଟଫୋନ୍‌ ଲଞ୍ଚ ହେବ।

ଜାଣନ୍ତୁ ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ

ରଥଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ ବାକି। ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ବାହାରିବେ ଯାତ୍ରାରେ। ବିଶ୍ୱର ପ୍ରସିଦ୍ଧ ଏହି ବିରାଟ ଯାତ୍ରାରେ ଭକ୍ତ ଏବଂ ଭଗବାନ ଏକତ୍ର ହେବେ। ଆସନ୍ତୁ ଜାଣିବା ଏହି ୩ରଥ ବିଷୟରେ କିଛି ଅଜଣା ତଥ୍ୟ…

ରୋହିତ ଓ ରାହୁଲଙ୍କ ଅର୍ଦ୍ଧଶତକ, ଭାରତ@୧୦୦

ଲଣ୍ଡନର ବର୍ମିଂହାମ୍‌ଠାରେ ଆରମ୍ଭ ହୋଇଯାଇଛି ଭାରତ-ବାଂଲାଦେଶ ମଧ୍ୟରେ ଟକ୍କର। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ କ୍ରିଜ୍‌ରେ ଟିମ୍‌ ଇଣ୍ଡିଆକୁ ଆଗକୁ ନେଉଛନ୍ତି ରନ୍‌ ମାଷ୍ଟର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ।

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ତହସିଲଦାର। ଜମି ଇମ୍ୟୁଟେସନ୍‌ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ। ଲାଞ୍ଚ ନେବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ଗିରଫ କରିଛି।

ପ୍ରକାଶ ପାଇଲା +୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ମାର୍କ

ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦ ତରଫରୁ ଆଜି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି। ଏଥିରେ କଳାରେ ବିଜେବି କଲେଜ, ବିଜ୍ଞାନରେ ରେଭେନ୍ସା ଓ ବାଣିଜ୍ୟରେ ଗୋପାଳପୁର ଜୁନିଅର କଲେଜରେ ସର୍ବାଧିକ କଟ ଅଫ ମାର୍କ ରହିଛି।

ରାହୁଲ ଓହରିବେ, ସିନ୍ଧେ ହେବେ କଂଗ୍ରେସ ସଭାପତି !

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସୋମବାର ପୁଣି ଥରେ ଦଳର ବରିଷ୍ଠ ନେତା ଓ କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ପଷ୍ଟ ଶୁଣାଇଛନ୍ତି ଯେ ତାଙ୍କର ଇସ୍ତଫା ପତ୍ର ଫେରସ୍ତ ନେବାର ପ୍ରଶ୍ନ ଉଠୁନାହିଁ। ଏହି ପରିସ୍ଥିତିରେ ଦଳର ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଧେ ରାହୁଲଙ୍କ ସ୍ଥାନରେ କଂଗ୍ରେସ ସଭାପତି ହୋଇପାରନ୍ତି ବୋଲି ଖବର ଆସୁଛି। ସିନ୍ଧେଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ଥିବା କଥା ମଧ୍ୟ ଜଣାପଡ଼ିଛି। ଏକେ ଆଣ୍ଠୋନିଙ୍କୁ ସଭାପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଏଥିରେ ରାଜି ହୋଇ ନ ଥିଲେ।

ସରକାରୀ ହଷ୍ଟେଲରେ ଛାତ୍ରୀ ଗର୍ଭବତୀ! ଉଠିଲା ପଡ଼ିଲା ବିଧାନସଭା

ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଲେଡିଜ ହଷ୍ଟେଲରେ ୪ ଜଣ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଆଜି ବିଧାନସଭା ଉଠିଛି ପଡ଼ିଛି। ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଘଟଣାର ତଦନ୍ତ ଦାବି କରିଛି। ଏହାସହ ଜୁଲାଇ ୧୨ ସୁଦ୍ଧା ମୁଖ୍ୟମନ୍ତ୍ରୀ ଗୃହରେ ତଥ୍ୟ ଉପସ୍ଥାପନ କରିବାକୁ ଦାବି କରିଛି କଂଗ୍ରେସ। ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

ଭାରତ ବନାମ ବାଂଲାଦେଶ, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଭାରତ

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ ମହାସମରରେ ଆଜି ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ। ଦିନ ୩ଟାରେ ବେଳେ ଲଣ୍ଡନର ବର୍ମିଂହାମ୍‌ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳସୂରପ, ଭାରତକୁ ଘେରିବା ପାଇଁ ପଡ଼ିଆକୁ ଓହ୍ଲାଇବ ବାଂଲାଦେଶ।

ଢେଙ୍କାନାଳ ଯୋଡ଼ା ଶିଶୁଙ୍କ ଚିକିତ୍ସା କରିବେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍

ଢ଼େଙ୍କାନାଳରେ ସୋମବାର ଜନ୍ମ ନେଇଥିବା ଯୋଡ଼ା ଶିଶୁ ଚିକିତ୍ସା ଲାଗି କଟକ ଶିଶୁଭବନରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା ଲାଗି ଏକ ସ୍ୱତନ୍ତ୍ର ୭ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି।  ଏହି ଟିମ୍‌ରେ ଅଛନ୍ତି ପେଡିଆଟ୍ରିକ୍ ସର୍ଜନ୍, ପେଡିଆଟ୍ରିକ୍ ମେଡିସିନ୍, ନ୍ୟୁ ବର୍ଣ୍ଣ ୟୁନିଟ୍, ଆଇସିୟୁ ୟୁନିଟର ଡାକ୍ତର।

ଘୋଷଯାତ୍ରାରେ ରେଳବାଇ ସମ୍ପର୍କିତ ସୂଚନା ଲାଗି ସ୍ୱତନ୍ତ୍ର ମୋବାଇଲ ଆପ୍

ରଥଯାତ୍ରା ସମୟରେ ରେଳଯାତ୍ରା ସମ୍ପର୍କିତ ସମସ୍ତ ବିଷୟରେ ଜାଣିବା ପାଇଁ ରେଳବାଇ ପକ୍ଷରୁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳବାଇ ECoR Yatra ନାମରେ ଏକ ମୋବାଇଲ୍ ଆପର ବ୍ୟବସ୍ଥା କରିଛି। ଏହି ଆପ୍ ଜରିଆରେ ରେଳଯାତ୍ରା ବିଷୟରେ ଯାତ୍ରୀମାନେ ସୂଚନା ପାଇପାରିବେ। ନିଜ ମୋବାଇଲର ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପଟିକୁ ଡାଉନଲୋଡ୍ କରି ଯାତ୍ରୀମାନେ ସମସ୍ତ ସୁବିଧା ବିଷୟରେ ଜାଣିପାରିବେ।

ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଭାରତ

ଆଇସିସି ବିଶ୍ଵକପ ୪୦ତମ ମ୍ୟାଚରେ ଆଜି ଦୁଇ ଏସୀୟ ଦଳ ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ। ଦୁଇଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ବାଂଲାଦେଶ ଭଲ ପ୍ରଦର୍ଶନ କରି ସେମିଫାଇନାଲ ଦୌଡରେ ଆଶା ଜୀବିତ ରଖିଛି। ସେହିପରି ଭାରତକୁ ସେମିଫାଇନାଲ ଟିକେଟ ପକ୍କା କରିବାକୁ ଗୋଟିଏ ବିଜୟ ଆବଶ୍ୟକ ହେଉଥିଲା ବେଳେ ବାଂଲାଦେଶକୁ ସେମିଫାଇନାଲ ପାଇଁ ଦୁଇଟି ବଡ ବିଜୟ ଆବଶ୍ୟକ।

ବଦଳିଲା ରେଭେନ୍ସା ବିଶ୍ଵବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ

ରାଜ୍ୟରେ ୨୦୧୯-୨୦ ଶିକ୍ଷା ବର୍ଷ ନିମନ୍ତେ ସ୍ନାତକୋତ୍ତର(ପିଜି) ପ୍ରବେଶିକା ପରୀକ୍ଷା ତାରିଖକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମାତ୍ର ବର୍ତ୍ତମାନ ରେଭେନ୍ସା ବିଶ୍ଵବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ପରିବର୍ତ୍ତନ କରି ଛାତ୍ରଛାତ୍ରୀଙ୍କୁ ଆଶ୍ଵସ୍ଥି ଦେଇଛି।

ସରକାରୀ ଅଧିକାରୀଙ୍କୁ ବିଧାୟକଙ୍କ ବ୍ୟାଟ୍ ମାଡ଼: କଠୋର ହେଲେ ମୋଦି

ମଧ୍ୟପ୍ରଦେଶରେ ଜଣେ ମହାନଗର ନିଗମ ଅଧିକାରୀଙ୍କୁ ବିଜେପି ବିଧାୟକ ବ୍ୟାଟରେ ମାରିବା ଘଟଣାରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୃଙ୍ଖଳା ଭାଙ୍ଗିଥିବା ବିଧାୟକଙ୍କୁ ମୋଦି ନାଲି ଆଖି ଦେଖାଇବା ସହିତ  କଠୋର ହୋଇଛନ୍ତି।

ଆଜି ପ୍ରକାଶ ପାଇବ +୨ ପ୍ରଥମ ମେରିଟ୍ ଲିଷ୍ଟ

ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆଜି ଅପରାହ୍ଣରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୩ ତାରିଖରୁ ୬ ତାରିଖ ମଧ୍ୟରେ କଲେଜରେ ନାମ ଲେଖାଇ ପାରିବେ। ରାଜ୍ୟରେ ୨୦୪୧ଟି ଜୁନିଅର କଲେଜରେ ଥିବା ମୋଟ ୪ଲକ୍ଷ ୫୧ହଜାର ୮୯୪ ସିଟ୍ ପାଇଁ ଆବେଦନକାରୀମାନେ ନାମ ଲେଖାଇପାରିବେ।

Comment