ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ରାଫେଲ ବିମାନ RB-01

ଭାରତୀୟ ବାୟୁସେନାର ପ୍ରତୀକ୍ଷାର ଅନ୍ତ ଘଟିଲା। ବାୟୁସେନାକୁ ମିଳିଲା ପ୍ରଥମ ରାଫେଲ ବିମାନ। ଫ୍ରାନ୍ସଠାରୁ ପ୍ରଥମ ରାଫେଲ ବିମାନ ଗ୍ରହଣ କରିଛି ଭାରତୀୟ ବାୟୁସେନା। ଶୁକ୍ରବାର ଫ୍ରାନ୍ସରେ ଭାରତୀୟ ବାୟୁସେନା ଟିମ୍‌କୁ ରାଫେଲ ବିମାନ ହସ୍ତାନ୍ତର କରାଯାଇଛି।

ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକରେ ବଡ଼ ନିଷ୍ପତ୍ତି – ହୋଟେଲ ରହଣୀ ଶସ୍ତା, କୋଲ୍‌ଡ୍ରିଙ୍କସ୍‌ ମହଙ୍ଗା

ଗୋଆରେ ବସିଥିବା ଜିଏସ୍‌ଟି କାଉନସିଲ୍‌ ବୈଠକ ଶେଷ ହୋଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କିଛି ସାମଗ୍ରୀ ଉପରୁ ଜିଏସ୍‌ଟି ଛାଡ଼ ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ଉପରେ ଜିଏସ୍‌ଟି ଲାଗିଛି। ଜାଣନ୍ତୁ ଜିଏସ୍‌ଟି କାଉନସିଲ୍‌ ବୈଠକରେ କ’ଣ ହୋଇଛି ନିଷ୍ପତ୍ତି?

ଏଣିକି ବଡ଼ ହୋଟେଲରେ ରହିବା ହେବ ଶସ୍ତା – ଜିଏସ୍‌ଟି କମାଇଲେ ସରକାର

ହୋଟେଲରେ ରୁମ୍‌ ବୁକିଂ କରିବା ଉପରୁ ସରକାର ଜିଏସ୍‌ଟି କମାଇଛନ୍ତି। ଏଣିକି ଲୋକଙ୍କୁ କମ୍‌ ଦାମ୍‌ରେ ବଡ଼ ହୋଟେଲରେ ରୁମ୍‌ ମିଳି ପାରିବ। ୭ ହଜାର ୫୦୦ ଟଙ୍କାରୁ କମ୍‌ ରୁମ୍‌ ପାଇଁ ୧୨ ପ୍ରତିଶତ ଜିଏସ୍‌ଟି ଲାଗିବ। ସେହିପରି ୭ ହଜାର ୫୦୦ ଟଙ୍କାରୁ ଅଧିକ ହୋଟେଲ ରୁମ୍‌ ପାଇଁ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବ।

ଚମକିଲା ସେୟାର ବଜାର – ନିବେଶକଙ୍କ ୭ ଲକ୍ଷ କୋଟି ଟଙ୍କା ଲାଭ

ଆର୍ଥିକ ମାନ୍ଦାବସ୍ଥାରେ ବିଗତ କିଛି ଦିନ ଧରି ଦେଶ ଅର୍ଥନୀତି ଧିମା ପଡ଼ିଯାଇଥିଲା। ଯାହା ଆଜି ପୁଣି ଥରେ ମୁଣ୍ଡ ଟେକି ଛିଡ଼ା ହୋଇଛି। କର୍ପୋରେଟ୍‌ ସେକ୍ଟର ପାଇଁ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା ଫଳରେ ଭାରତର ଅର୍ଥନୀତିକୁ ଏକ ବଡ଼ ଧରଣର ପ୍ରୋତ୍ସାହନ ମିଳିଛି।

ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ହେଲେ ସଞ୍ଜୟ କୁମାର ମହାନ୍ତି

ଦକ୍ଷିଣ-ପୂର୍ବ ରେଳବାଇର ନୂଆ ମହାପ୍ରବନ୍ଧକ ହେଲେ ସଞ୍ଜୟ କୁମାର ମହାନ୍ତି। କୋଲକାତାସ୍ଥିତ ଏହାର କାର୍ଯ୍ୟାଳୟରେ ଶୁକ୍ରବାର ସଞ୍ଜୟ କୁମାର ମହାନ୍ତି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ରେଳବାଇ ବୋର୍ଡର ଟ୍ରାଫିକ ଟ୍ରାନ୍ସପୋର୍ଟେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ ଥିଲେ।

‘କାଳିଆ’ରେ କେମିତି ପଶିଲା ଅଳିଆ?

ନିର୍ବାଚନ ପୂର୍ବରୁ ସରକାରଙ୍କ ପାଇଁ ଗେମ୍‌ଚେଞ୍ଜର ପାଲଟିଥିଲା ‘କାଳିଆ’। ନିର୍ବାଚନ ପରେ ଏହି ‘କାଳିଆ’ରେ ଅଳିଆ ପଶିଛି। ତେବେ କାଳିଆରେ କେମିତି ଅଳିଆ ପଶିଲା ତାକୁ ନେଇ ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। କାଳିଆକୁ ଗୋଳିଆ କରିବାରେ କିଏ ଦାୟୀ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

କାମାକ୍ଷାନଗର: ରାସ୍ତା ସଂପ୍ରସାରଣ ବେଳେ ୭ ଆହତ, ଜେସିବି ଜାଳିଦେଲେ

କାମାକ୍ଷାନଗରରେ ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ବେଳେ ଘଟିଛି ଅଘଟଣ। ସଂପ୍ରସାରଣ ପାଇଁ ଜେସିବି ଜରିଆରେ ଘର ଭାଙ୍ଗିବା ବେଳେ କାନ୍ଥ ଭୁଶୁଡ଼ି ୭ ଜଣ ଆହତ ହୋଇପଡ଼ିଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶନିବାର ଓଡ଼ିଶା ଆସୁଛନ୍ତି ଇସ୍ରୋ ମୁଖ୍ୟ କେ ଶିବନ୍

ଶନିବାର ଓଡ଼ିଶା ଆସୁଛନ୍ତି ଇସ୍ରୋ ମୁଖ୍ୟ ତଥା ରକେଟ୍‌ ମ୍ୟାନ୍ କେ ଶିବନ୍‌। ଭୁବନେଶ୍ୱର ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ।ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣକୁ ନେଇ ଶିବନ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ତାମିଲନାଡୁର ଏହି ରକେଟ୍ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ।

ଓସିଏ ନିର୍ବାଚନ – ଭୋଟ ଦେଇପାରିବେ ଆଶୀର୍ବାଦ ବେହେରା

ଭୋଟ ଦେଇ ପାରିବେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଚିଟ୍‌ ଫଣ୍ଡ୍‌ ଠକେଇ ମାମଲାରେ ଆଶୀର୍ବାଦ ବର୍ତ୍ତମାନ ସିବିଆଇର ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତେବେ ଜେଲ୍‌ରେ ଥାଇ ମଧ୍ୟ ଆଶୀର୍ବାଦ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ନିର୍ବାଚନ ପାଇଁ ଭୋଟ ଦେଇ ପାରିବେ। ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମ୍‌ ଏଲ ମଜୁମଦାର ସୂଚନା ଦେଇଛନ୍ତି।

ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ଉତ୍ତେଜନା, ଭଙ୍ଗାରୁଜା

ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ଉତ୍ତେଜନା। ଢେଙ୍କାନାଳ ଜିଲ୍ଲା ଓକିଲା ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉବେଳେ ଲଙ୍କାକାଣ୍ଡ ଘଟିଛି। ଉତ୍ୟକ୍ତ ଲୋକେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ମଧ୍ୟ ସୂଚନା ମିଳିଛି।

ସୀତାରମଣଙ୍କ ଘୋଷଣା ପରେ ସେନସେକ୍ସ ବଢ଼ିଲା ୧୯୦୦ ପଏଣ୍ଟ, ଟଙ୍କାର ମୂଲ୍ୟ ବି ବଢ଼ିଲା

ଦେଶର ଲାଗିରହିଥିବା ଆର୍ଥିକ ମାନ୍ଦାବସ୍ଥାରେ ସୁଧାର ଆଣିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ଘରୋଇ କମ୍ପାନିର କର୍ପୋରେଟ୍‌ ଟ୍ୟାକ୍ସକୁ ୩୦ ପ୍ରତିଶତକୁ କମାଇ ୨୨ ପ୍ରତିଶତ କରାଯାଇଛି। ସେହିପରି ଅକ୍ଟୋବର ପହିଲାରୁ ନୂଆ ମ୍ୟାନୁଫ୍ୟାକ୍ଚରିଂ କମ୍ପାନି ପାଇଁ ଟ୍ୟାକ୍ସ ୨୫ ପ୍ରତିଶତରୁ କମାଇ ୧୫ ପ୍ରତିଶତ କରାଯାଇଛି।

ନର୍ସ ନିହାରିକା ମର୍ଡର ମିଷ୍ଟ୍ରି – ଉଠିବ ପରଦା, ଖୋଲିବ ମୁଖା?

ନର୍ସ ନିହାରିକା ପାତ୍ର ମୃତ୍ୟୁରେ ଆଜି ଟୁଇଷ୍ଟ ଆସିଛି। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଅଜ୍ଞାତ ସ୍ଥାନରେ ବିରିଡି ପୋଲିସ ଏବଂ କଟକ ମଧୁପାଟଣା ପୋଲିସ୍‌ ରାଜାକୁ ପଚରା ଉଚରା କରୁଛନ୍ତି। ନିହାରିକା ମୃତ୍ୟୁକୁ ନେଇ ଯେଉଁ ସସ୍‌ପେନ୍ସ ଲାଗି ରହିଥିଲା ତା’ ଉପରୁ ପରଦା ହଟିପାରେ ବୋଲି କୁହାଯାଉଛି।

କଟକ ବିଏସ୍ଏନ୍ଏଲ୍ ଅଫିସରେ ଅଗ୍ନିକାଣ୍ଡ

କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ବିଏସ୍ଏନ୍ଏଲ୍ ଅଫିସରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଅଫିସର ଚତୁର୍ଥ ମହଲାରେ ଲାଗିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।

ସାମୟିକ ବନ୍ଦ ରହିବ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ଉଡ଼ାଣ

ଭୁବନେଶ୍ୱରରୁ ବ୍ୟାଙ୍କକ ସିଧାସଳଖ ବିମାନଯାତ୍ରା କରୁଥିବା ଯାତ୍ରୀଙ୍କୁ ବଡ଼ ଝଟକା ଲାଗିଛି। କାରଣ ଭୁବନେଶ୍ୱର ବିମାନବନ୍ଦରୁ ବ୍ୟାଙ୍କକ ବିମାନ ଉଡ଼ାଣ ସାମୟିକ ବନ୍ଦ ରହିବ।

ଜାଣନ୍ତୁ ପରବର୍ତ୍ତୀ ବାୟୁସେନା ମୁଖ୍ୟଙ୍କୁ – ପ୍ରଥମ ଅଫିସର ଭାବେ ଉଡ଼ାଇଥିଲେ ରାଫେଲ

ଏୟାର ମାର୍ସାଲ୍‌ ଆର୍‌କେଏସ୍‌(ରାକେଶ କୁମାର ସିଂହ) ଭଦୌରିଆ ହେବେ ପରବର୍ତ୍ତୀ ବାୟୁସେନା ମୁଖ୍ୟ। ବାୟୁସେନା ଏବେ ବାୟୁସେନା ମୁଖ୍ୟ ଥିବା ବିଏସ୍‌ ଧନୋଆ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅବସର ନେବେ। ସେ ଅବସର ନେବାପରେ ଭଦୋରିଆ ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ।

କମିଲା କର୍ପୋରେଟ୍‌ ଟ୍ୟାକ୍ସ: ଉପକୃତ ହେବେ ବ୍ୟବସାୟୀ

ଗୋଆରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ ବୈଠକ ପୂର୍ବରୁ ନିର୍ମଳା ସୀତାରମଣ ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଏହି ପ୍ରେସ୍‌ ମିଟ୍‌ରେ କମ୍ପାନି ଓ ବ୍ୟବସାୟୀମାନଙ୍କ ପାଇଁ କର୍ପୋରେଟ୍‌ ଟ୍ୟାକ୍ସ କମାଇବାକୁ ଘୋଷଣା କରିଛନ୍ତି। ନୂଆ ଘରୋଇ କମ୍ପାନିକୁ ଆକୃଷ୍ଟ କରିବା ପାଇଁ ଏହି ଘୋଷଣା କରିଛନ୍ତି ନିର୍ମଳା।

ଟିମ୍ ଇଣ୍ଡିଆରେ ଧୋନିଙ୍କ ଉତ୍ତରାଧିକାରୀ କିଏ? ପନ୍ତ ନାଁ କେଉଁ ଖେଳାଳି

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟ କ୍ୟାରୟରକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁନି। ଟିମ୍ ଇଣ୍ଡିଆର ଭବିଷ୍ୟତକୁ ଆଖିଆଗରେ ଧୋନିଙ୍କ ବିକଳ୍ପ କଥା ଚିନ୍ତା କରାଯାଉଛି ବୋଲି ଅନେକ ବିସିସିଆଇ କର୍ମକର୍ତ୍ତା କହିସାରିଲେଣି।

ଗୁଗୁଲ ଆପ୍‌ରେ ଓଡ଼ିଆ: ଏଣିକି ଓଡ଼ିଆରେ ଖୋଜିପାରିବେ ତଥ୍ୟ

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ମିଳିଛି ସ୍ଵୀକୃତି। ଗୁଗୁଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ଆପ୍ଲିକେସନ୍‌ ଉପଲବ୍ଧ ହେବ।

ଆଉ ୬ଟି ଦେଶରେ ଆରମ୍ଭ ହେଲେ ଭାରତୀୟ ଡାକ ବିଭାଗର ସ୍ପିଡ୍‌ ପୋଷ୍ଟ ସେବା

ଭାରତୀୟ ଡାକ ବିଭାଗ ଏହାର ସ୍ପିଡ୍‌ ପୋଷ୍ଟ ସେବାକୁ ଏସିଆ, ୟୁରୋପ ଏବଂ ଦକ୍ଷିଣ ଆମେରିକାରେ ଆରମ୍ଭ କରିଛି। ଏହି ତିନୋଟି ମହାଦେଶର ୬ଟି ରାଷ୍ଟ୍ରରେ ବୁଧବାର ଭାରତୀୟ ଡାକ ବିଭାଗର ‘ଅନ୍ତର୍ଜାତୀୟ ସ୍ପିଡ୍‌ ପୋଷ୍ଟ’ ସେବା ସେବାର ଆରମ୍ଭ ହୋଇଛି।

ଓ୍ୱାଶିଂଟନ: ହ୍ୱାଇଟ ହାଉସ୍‌ ନିକଟରେ ଗୁଳିକାଣ୍ଡ – ୧ ମୃତ, ୫ ଗୁରୁତର

ଆମେରିକାରେ ପୁଣି ଗୁଳିକାଣ୍ଡ। ଓ୍ୱାଶିଂଟନ ଡିସି ରାସ୍ତାରେ ଗୁରୁବାର ରାତିରେ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନେକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମାଲକାନଗିରି: ଯନ୍ତାପାଇରେ ଆଦିବାସୀଙ୍କ ବିକ୍ଷୋଭ, ୧୪୪ ଧାରି ଜାରି

ମାଲକାନଗିରି ପେପରମିଟଲା ଯନ୍ତାପାଇରେ ଉତ୍ତେଜନା ଦେଖାଯାଇଛି। ଫଳରେ ଯନ୍ତାପାଇ ହାଟକୁ ବନ୍ଦ କରିବା ସହିତ ୧୪୪ ଧାରା ଜାରି କରିଛି ପୋଲିସ।

ଆଠଗଡ଼ କୁଲାଇଲୋ ଅସ୍ଥି ଚିକିତ୍ସା ସେବା ସଦନରେ ବୋମାମାଡ଼

ଆଠଗଡ଼ କୁଲାଇଲୋସ୍ଥିତ ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିତ୍ସା କେନ୍ଦ୍ର ଉପରେ ବୋମାମାଡ଼। ଗୁରୁବାର ମଧ୍ୟ ରାତିରେ ଏହି ବୋମାମାଡ଼ କରାଯାଇଥିବା କୁହାଯାଉଛି। ଏହି ଚିକିତ୍ସା କେନ୍ଦ୍ରର ମୁଖ୍ୟ ଗେଟ୍‌ରେ ଏହି ବୋମାମାଡ଼ ହୋଇଛି।

ମନ୍ତ୍ରୀଙ୍କ ନାଁ କହି ଲୁଟୁଥିଲେ, ଫସିଲେ

ମନ୍ତ୍ରୀଙ୍କ ନାଁ କହି ସରକାରୀ ଅଧିକାରୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଘଟଣାର ଏବେ ପର୍ଦାଫାସ ହୋଇଛି। ଏହି ମାମଲାରେ ବରଗଡ଼ ପୋଲିସ ସୁଶାନ୍ତ ରଞ୍ଜିତ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।

Comment