ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବା ପାଇଁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର

ଜାଡ଼ରୁ ତ୍ରାହି ନାହିଁ, ୧୦ ଡିଗ୍ରୀ ତଳେ ୧୭ ସହର

ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ୧୭ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ବୁଧବାରର ଦାରିଙ୍ଗିବାଡ଼ି ଏବଂ ଫୁଲବାଣୀର ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି। ଗୁରୁବାର ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୪.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣା ୯ ମୃତ, ୧ ନିଖୋଜ

କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେବେ ପାଣି ଭିତରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି।

ସାବରିମାଲା ମନ୍ଦିରରେ ୨ ମହିଳା ପ୍ରବେଶ ବିରୋଧରେ ରାଜ୍ୟ ବନ୍ଦ, କଳା ଦିବସ ପାଳନ

କେରଳର ସାବରିମାଲା ମନ୍ଦିରରେ ବର୍ଷ ବର୍ଷ ଚାଲି ଆସିଥିୁବା ପରମ୍ପରା ବୁଧବାର ଭାଙ୍ଗିଛି। ମନ୍ଦିରରେ ବୁଧବାର ଦିନ ୪୦ ବର୍ଷୀୟା ଦୁଇ ମହିଳା ପ୍ରବେଶ କରି ଆୟପ୍ପାଙ୍କୁ ଦର୍ଶନ କରିଥିଲେ। ଏହି ଘଟଣା ପରେ ଉତ୍ତେଜନା ଦେଖାଯାଇଛି।

ସିଡନୀରେ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ବିରାଟ ବାହିନୀ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠାରୁ ଖେଳାଯିବ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ।

ଲାଇସେନ୍ସ କି ଲାଇଫ ଜ୍ୟାକେଟ୍‌ ନଥିଲା: ଏସ୍‌ଆରସି, ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲାଣି। ଏ ନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଡଙ୍ଗାର ଲାଇସେନ୍ସ କି ଲାଇଫ ଜ୍ୟାକେଟ୍‌ ନଥିଲା ବୋଲି ଏସ୍‌ଆରସି କହିଛନ୍ତି।

ମହାରଥୀଙ୍କ ଲାଗି ବଢିଲା ଚାପ!

ମହାରଥୀଙ୍କ ଇସ୍ତଫା ଦାବି ଜୋର। ଗୁରୁବାର ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ମହିଳା କଂଗ୍ରେସର କର୍ମୀମାନେ। ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ଶିଶୁ ଭବନ ଛକରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ଜଣେ ମହିଳା କଂଗ୍ରେସ କର୍ମୀ ଅଚେତ ହୋଇଯାଇଥିବା ସୂଚନା ମିଳିଛି।

Comment