ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ରଥଯାତ୍ରା ‘ଟେଲିକାଷ୍ଟ ରାଇଟ୍ସ’ ନିଲାମ – କାହିଁକି ପଛଘୁଞ୍ଚା ଦେଲା ଶ୍ରୀମନ୍ଦିର ପ୍ରଶାସନ?

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍‌ସର ନିଲାମ ଡାକିଥିବା ଶ୍ରୀମନ୍ଦିର ପ୍ରଶାସନ ଏବେ ପଛଘୁଞ୍ଚା ଦେଇଛି। ରଥଯାତ୍ରାର ସିଧାପ୍ରସାରଣ ସବୁ ଟିଭି ଚ୍ୟାନେଲ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଟେଲିକାଷ୍ଟ ରାଇଟ୍ସ ପାଇଁ ୪ ତାରିଖରେ ବିଜ୍ଞପ୍ତି ଏବଂ ୧୦ ତାରିଖରେ ଟେଣ୍ଡର ଡାକିଥିବା ଶ୍ରୀମନ୍ଦିର ପ୍ରଶାସନ ହଠାତ୍ ୟୁଟର୍ଣ୍ଣ ମାରିବାର କାରଣ କ’ଣ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଛି।

NEFT ଓ RTGC ଟ୍ରାଞ୍ଜାକ୍ସନ ପାଇଁ ନୋ ଚାର୍ଜ

ଅନଲାଇନ୍ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏଣିକି NEFT ଓ RTGC ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଶୁକ୍ଳକୁ ହଟାଇଦେଇଛି। ଏନେଇ ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି।

୪୦ ଡିଗ୍ରୀ ଉପରେ ୧୩ ସହର – ଜଳୁଛି ରାଜଧାନୀ

ଓଃ କି ଖରା! ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ। ଅସମ୍ଭାଳ କରା ପାଇଁ ଦିନ ବେଳା ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଝାଞ୍ଜି ଖରା ତା’ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ରାଜ୍ୟବସୀ ଛଟପଟ ହେଉଛନ୍ତି। ମଙ୍ଗଳବାର ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଉତ୍ତପ୍ତ ସହର ଭାବେ ସମ୍ବଲପୁରରେ ସର୍ବାଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ବାତିଲ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌!

କ୍ରିକେଟ ମହାସମର ବିଶ୍ୱକପ୍ ୨୦୧୯ରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ଫର୍ମରେ ଅଛି। ଦକ୍ଷିଣ ଆଫ୍ରିକା ଏବଂ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ହରାଇବା ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ପଲା ଭାରି ଜଣାପଡ଼ୁଛି। ତେବେ ଜୁନ୍‌ ୧୩ରେ ଭାରତ ଭେଟିବାକୁ ଯାଉଛି ଅନ୍ୟ ଏକ ଶକ୍ତିଶାଳୀ ଟିମ୍‌ ନ୍ୟୁଜିଲାଣ୍ଡକୁ। ହେଲେ ଏବେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁଥିବା ଏହି ମ୍ୟାଚ୍‌ ବାତିଲ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ କେ. ସୁରିୟା ରାଓ

କଂଗ୍ରେସରୁ ଇସ୍ତଫା ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିୟା ରାଓ। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି କେ. ସୁରିୟା ରାଓ କଂଗ୍ରେସ ଛାଡ଼ିଛନ୍ତି। ଏନେଇ ସୁରିୟା ରାଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି।

ଜୁନ୍ ୧୬ରେ ଶ୍ରୀମନ୍ଦିରରେ ଲାଗିବ ଜୟ-ବିଜୟଙ୍କ ନୂଆ ମୂର୍ତ୍ତି

‘‘ବାତ୍ୟା ଫନିରେ ମୁଖ୍ୟ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ନୀଳଚକ୍ର ସୁରକ୍ଷିତ ଅଛି। ଭୋଗମଣ୍ଡପ କଳସର କ୍ଷୟକ୍ଷତି ହୋଇଥିଲା। ଏହାର ମରାମତି କାମ ଶେଷ ହୋଇଛି। ଆସନ୍ତା ୧୬ ତାରିଖରେ ଜୟ-ବିଜୟଙ୍କ ନୂଆ ମୂର୍ତ୍ତି ଲାଗିବ’’, କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

ନିଖୋଜ AN-32 ବିମାନର ଭଗ୍ନାବିଶେଷ ଠାବ

ଦୀର୍ଘ ୮ ଦିନ ଧରି ନିଖୋଜ ରହିଥିବା ବିମାନ AN-32ର ଭଗ୍ନାବିଶେଷ ଠାବ ହୋଇଛି। ଗରୁବାର ଅରୁଣାଚଳ ପ୍ରଦେଶର ଲିପୋଠାରେ ବିମାନର ଭଗ୍ନାଂଶର ଠାବ କରାଯାଇଛି। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି। ତେବେ ବିମାନରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

ଆସୁଛି ରଜ, ସଜେଇ ହେଉଛି ପୁରପଲ୍ଲୀ

ରଜ ଏପରି ଏକ ପର୍ବ ଯେଉଁ ପର୍ବକୁ ପ୍ରତିଟି ଓଡ଼ିଆ ପାଳନ କରିବା ଲାଗି ବର୍ଷ ଯାକ ଅପେକ୍ଷା କରିଥାନ୍ତି। ରଜ ନାଁ ଶୁଣିଲେ ପ୍ରତିଟି ଓଡ଼ିଆ ସେ ବିଦେଶରେ ବି ଥିଲେ ଟିକେ ସମୟ ପିଲାବେଳର ସେହି ସ୍ମୃତିକୁ ମନେ ପକାଇବାଲାଗି ନିଜକୁ ବାଧ୍ୟ କରିଥାଏ। କାରଣ ରଜ ହେଉଛି ପ୍ରତିଟି ଓଡ଼ିଆଙ୍କ ପର୍ବ।

ସବୁଥର ପରି ଏଥର ବି ସବୁ ଚ୍ୟାନେଲ ରଥଯାତ୍ରାର ସିଧା ପ୍ରସାରଣ କରିପାରିବେ

ପ୍ରତି ବର୍ଷ ପରି ଏବର୍ଷ ବି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ସବୁ ଚ୍ୟାନେଲ କରିପାରିବେ। ଅର୍ଥାତ କୌଣସି ଚ୍ୟାନେଲ ରଥଯାତ୍ରା ସିଧାପ୍ରସାରଣରୁ ବାଦ ପଡ଼ିବେ ନାହିଁ। ପୁରୀରେ କିଛି ସମୟ ପୂର୍ବରୁ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି।

ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ୩ ସପ୍ତାହ ଯାଏଁ ଖେଳିବେନି ଶିଖର ଧଓ୍ୱନ

ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। କାରଣ ୩ ସପ୍ତାହ ଯାଏଁ ଟିମରେ ଖେଳିବେନି ଶିଖର ଧଓ୍ୱନ। ଟିମର ‘ଗବ୍ବର’ କୁହାଯାଉ ଥିବା ଶିଖରଙ୍କ  ବାମ ହାତରେ ଆଘାତ ଲାଗି ଥିବାରୁ ସେ ୩ ସପ୍ତାହ ଯାଏଁ କୌଣସି ମ୍ୟାଚ ଖେଳିବେ ନାହିଁ। ଅର୍ଥାତ ଜୁନ ୧୩ରେ ନ୍ୟୁଜିଲାଣ୍ଡ ଓ ଜୁନ ୧୬ରେ ପାକିସ୍ତାନ ସହ ହେବାକୁ ଥିବା ମ୍ୟାଚରେ ଟିମ ଶିଖରଙ୍କ ବିନା  ମଇଦାନକୁ ଓହ୍ଲାଇବ।

କାହାକୁ ମିଳିବ ରଥଯାତ୍ରା ସିଧାପ୍ରସାରଣର ଅନୁମତି ଆଜି ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି?

ରଥଯାତ୍ରାର ସିଧାପ୍ରସାରଣ ଅନୁମତି କାହାକୁ ମିଳିବ ସେ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନେଇପାରେ। କିଛି ସମୟ ପୂର୍ବରୁ ପୁରୀରେ ପରିଚାଳନା କମିଟିର ବୈଠକ ଆରମ୍ଭ ହୋଇଛି। ଏଥିରେ ନିଷ୍ପତ୍ତି ନିଆଯିବ କି କାହାକୁ ଏଥର ରଥଯାତ୍ରା ସିଧାପ୍ରସାରଣର ଅନୁମତି ମିଳିବ।

ନେପାଳରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୨ ଓଡ଼ିଆ ମୃତ

ନେପାଳର ରାଜଧାନୀ କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ, ଜଟଣୀ ଯମୁନାର ବିଜୟ ଜେନା। ଦୁର୍ଘଟଣାରେ ଆହୁରି ୩ ଜଣକ ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି।

କେଉଁ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କଲେ ନବୀନ

ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ଯୁବରାଜଙ୍କୁ ‘ଯୋଦ୍ଧା’ କହିଲେ ଅମିତ ଶାହ

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ସୋମବର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯୁବରାଜଙ୍କ ଅବସର ଘୋଷଣା ପରେ ତାଙ୍କ ଆଗାମୀ ଜୀବନ ପାଇଁ ସବୁଆଡୁ ଏବେ ଶୁଭକାମନା ମିଳୁଛି। ବଲିଉଡ ଷ୍ଟାର, କ୍ରକେଟର୍ସଙ୍କ ବ୍ୟତୀତ ରାଜନେତା ବି ତାଙ୍କୁ ଆଗାମୀ ଜୀବନ ପାଇଁ ଶୁଭକାମନା ଦେଇଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।  ଟୁଇଟ ଜରିଆରେ ଶାହ ଯବୁରାଜଙ୍କୁ ଜଣେ ‘ଯୋଦ୍ଧା’ ବୋଲି କହିଛନ୍ତି।

ଆଜିଠୁ +୩ ନାମଲେଖା

୨୦୧୯-୨୦ ଶିକ୍ଷାବର୍ଷ ପାଇଁ +୩ ୟୁଜି ବା ସ୍ନାତକ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ। ବିଦ୍ୟାର୍ଥୀ ସାମ୍ସ ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି।

କିଏ ହେବେ ପିସିସି ସଭାପତି? କଂଗ୍ରେସରେ ବିଶ୍ୱରଞ୍ଜନଙ୍କୁ ନେଇ ଚର୍ଚ୍ଚା

ହ୍ୟାକିଙ୍ଗ ପରେ ରିକଭର ହେଲା ବିଗ ବି’ଙ୍କ ଟୁଇଟର ଆକାଉଣ୍ଟ

Comment