ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଡାକ୍ତରଙ୍କ ଦାବି ମାନିଲେ ଦିଦି

ଶେଷରେ ଡାକ୍ତରଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ପଶ୍ଚିମବଙ୍ଗର ସବୁ ଡାକ୍ତରଖାନାରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଏବଂ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱରେ ରଖିବା ପାଇଁ ମମତା ରାଜି ହୋଇଛନ୍ତି।

ଲୋକସଭାରେ ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

ଆଜିଠୁ ୧୭ତମ ଲୋକସଭା ଅଧିବେଶନ ଆରମ୍ଭ ହୋଇଛି। କାର୍ଯ୍ୟଦିବସରେ ପ୍ରଥମ ଦିନରେ ଲୋକସଭାକୁ ନିର୍ବାଚିତ ହୋଇଥିବା ନୂଆ ସଦସ୍ୟମାନେ ସାଂସଦ ଭାବେ ଶପଥ ନେଇଛନ୍ତି। ସର୍ବପ୍ରଥମେ ସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଭାବେ ଶପଥ ନେଇଥିଲେ।

ବାଂଲାଦେଶକୁ ୩୨୨ରନର ଟାର୍ଗେଟ ଦେଲା ଓ୍ଵେଷ୍ଟଇଣ୍ଡିଜ

ସୋମବାର ଆଇସିସି କ୍ରିକେଟ୍‌ ବିଶ୍ୱକପର ୨୪ତମ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ଭେଟିଛି ବାଂଲାଦେଶ। ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ଇଣ୍ଡିଜ୍‌ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଫଳରେ ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୨୧ରନ୍‌ ସଂଗ୍ରହ କରିଛି।

ଆଜି ରାତିରେ ବଜ୍ରପାତ ସହ ଝଡ଼ତୋଫନ ହେବ – ୬ଟି ଜିଲ୍ଲାକୁ ୱାର୍ଣ୍ଣିଂ

କାଳବୈଶାଖି ପ୍ରଭାବରୁ ସୋମବାର ରାତିରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଏନେଇ ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସତର୍କ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ଗଜପତି, ରାୟଗଡ଼ା।

କାଶ୍ମୀରରେ ଏନକାଉଣ୍ଟର: ମେଜର ସହିଦ, ୩ ଯବାନ ଆହତ

ଦକ୍ଷୀଣ କାଶ୍ମୀରରେ ଆଜି ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମେଜର ସହିଦ ହୋଇଥିଲେ। ସେହିପରି ଆଉ ଜଣେ ମେଜରଙ୍କ ସମେତ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଏହି ଗୁଳିବିନିମୟ ଅନନ୍ତନାଗ ଜିଲ୍ଲାର ଆଛାବାଲ ଅଞ୍ଚଳରେ ଘଟିଥିଲା।

୨୬ ଯାଏଁ କୋର୍ଟ ବର୍ଜନ ଡାକରା ଦେଲା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ

କୋର୍ଟ ବର୍ଜନ କଲେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ। ଆଜି ଓଡ଼ିଶା ହାଇକୋର୍ଟର ଆଇନଜୀବୀମାନେ ମୁଖ୍ୟ ବିଚାରପତି ଏବଂ ଅନ୍ୟ ଦୁଇ ବିଚାରପତିଙ୍କ କୋର୍ଟ ବର୍ଜନ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ କରିବା ଏବଂ ଯେଉଁମାନେ ହାଇକୋର୍ଟରେ ନିୟମିତ ପ୍ରାକ୍ଟିସ କରୁଛନ୍ତି ସେମାନଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ ହାଇକୋର୍ଟ ବାର୍ ଆସୋସିଏସନ ଦାବି କରିଛିା

୨୦୧୯ ମିସ୍‌ ଇଣ୍ଡିଆ ତାଜ୍‌ ପିନ୍ଧିଲେ ସୁମନ ରାଓ

ଫେମିନା ମିସ୍ ଇଣ୍ଡିଆ ୨୦୧୯ର ତାଜ୍ ପିନ୍ଧିଛନ୍ତି ରାଜସ୍ଥାନର ଝିଅ ସୁମନ ରାଓ। ୨୩ ବର୍ଷୀୟା ସୁମନ ହେଉଛନ୍ତି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ। ଶନିବାର ମୁମ୍ବାଇର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ରଙ୍ଗାରଙ୍ଗ ଉତ୍ସବରେ ସୁମନ ମିସ୍ ଇଣ୍ଡିଆର ହକ୍‌ଦାର ହୋଇଛନ୍ତି। ୨୦୧୮ ମିସ୍ ଇଣ୍ଡିଆ ଅନୁକୃତି ସୁମନଙ୍କୁ ଏହି ବିଜୟ ମୁକୁଟ ପିନ୍ଧାଇଛନ୍ତି। ସୁମନ ବର୍ତ୍ତମାନ ଥାଇଲ୍ୟାଣ୍ଡରେ ହେବାକୁ ଥିବା ମିସ୍ ୱାର୍ଲ୍ଡରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ।

ବିଶ୍ୱକପ୍ ୨୦୧୯: ବାଂଲାଦେଶକୁ ଭେଟିବ ୱେଷ୍ଟଇଣ୍ଡିଜ

ଚଳିତ ବିଶ୍ୱକପର ୨୪ତମ ମ୍ୟାଚରେ ଆଜି ଟଣ୍ଟନରେ ବାଂଲାଦେଶ-ୱେଷ୍ଟଇଣ୍ଡିଜ ମୁହାମହିଁ ହେବେ। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ପଲ୍ଲା ଭାରି ରହିବ। ଚଳିତ ବିଶ୍ୱକପରେ ଦୁଇ ଦଳ ୪ଟି ମ୍ୟାଚ ଖେଳି ସମାନ ସ୍ଥିତିରେ ରହିଛନ୍ତି। ୪ଟି ମ୍ୟାଚରୁ ଦୁଇଦଳ ଗୋଟିଏରେ ବିଜୟ, ଦୁଇଟି ପରାଜୟ ଲାଭ କରିଛନ୍ତି  ଓ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା। ୱେଷ୍ଟଇଣ୍ଡିଜ ତାର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା ହେଲେ ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିଲା।

କ’ଣ ରହିଛି ମହାପ୍ରଭୁଙ୍କ ଗଜାନନ ବେଶର ରହସ୍ୟ?

ଶ୍ରୀ ବିଗ୍ରହମାନଙ୍କର ଏହି ହାତୀ ବେଶ ଅତ୍ୟନ୍ତ ମନମୁଗ୍ଧକର ଓ ଆକର୍ଷଣୀୟ ହୋଇଥାଏ। ଏହି ହାତୀ ବେଶ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। କିମ୍ବଦନ୍ତୀ ଅନୁଯାୟୀ ବହୁ ବର୍ଷ ପୂର୍ବେ ମହାରାଷ୍ଟ୍ରରୁ ଗଣପତି ଭଟ୍ଟ ନାମରେ ଜଣେ ପ୍ରସିଦ୍ଧ ପଣ୍ଡିତ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ସେ ଗଣେଶଙ୍କର ବଡ଼ ଭକ୍ତ ଥିଲେ।

ସୁପ୍ରିମକୋର୍ଟରେ ପହଞ୍ଚିଲା ଡାକ୍ତର ଆନ୍ଦୋଳନ ମାମଲା, କାଲି ହେବ ଶୁଣାଣି

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ସହି ଜଡ଼ିତ ଆବେଦନ ଉପରେ ଜୁନ୍ ୧୮ ଅର୍ଥାତ ଆସନ୍ତାକାଲି ଶୁଣାଣି କରିବେ। ଦେଶବ୍ୟାପି ଏହି ଆନ୍ଦୋଳନ ହେବାପରେ ଶୁକ୍ରବାର ଏନେଇ କୋର୍ଟରେ ଏକ ଆବେଦନ କରାଯାଇଥିଲା। ଆବେଦନକାରୀଙ୍କ ଓକିଲ ଅଲଖ ଆଲୋକ ଶ୍ରୀବାସ୍ତବ ଏହି ମାମଲରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ସହମତି ପ୍ରକାଶ କରିଛନ୍ତି।

୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କଲେ ମହାପ୍ରଭୁ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପରେ ଶ୍ରୀଜୀଉ। ସେବାୟତମାନେ ତିନି ଠାକୁରଙ୍କୁ ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିଛନ୍ତି। ସୁନାକୁଅରୁ ଗରାବଡ଼ୁ ସେବାୟତମାନେ ପାଣି ଆଣିଥିଲେ।

ବାରିପଦାରେ ଶ୍ରୀହରି ବଳଦେବ ଜୀଉଙ୍କ ସ୍ନାନ ଯାତ୍ରା

ପ୍ରତିବର୍ଷ ପରି ଚଳିତବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଲୋକମୁଖରେ ପରିଚିତ ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ମନ୍ଦିର ବେଢ଼ାରେ ଏହି ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି। ବାରିପଦା ପରମ୍ପରା ଅନୁଯାୟୀ ବଡ଼ି ଭୋରରୁ ତିନି ଠାକୁରଙ୍କ ସମଗ୍ର ନୀତି କରାଯାଇ ଶ୍ରୀଜୀଉଙ୍କୁ ପହଣ୍ଡି କରାଯାଇଥିଲା ସ୍ନାନ ମଣ୍ଡପକୁ।

କେମିତି ଟିମ୍ ଇଣ୍ଡିଆ ପାକିସ୍ତାନକୁ ଦେଇଥିଲା ୩୩୬ ରନର ଟାର୍ଗେଟ?

ସପ୍ତମଥର ପାଇଁ ପୁଣି ପାକିସ୍ତାନକୁ ବିଶ୍ୱକପରେ ପରାସ୍ତ କରିଛି ଭାରତ। ରୋହିତଙ୍କ ବିସ୍ପୋରକ ବ୍ୟାଟିଂ ଓ କୁଲଦୀପ ଓ ହାର୍ଦ୍ଦିକଙ୍କ ଚମତ୍କାର ବୋଲିଂ ବଳରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନଠାରୁ ୮୯ରନରେ ବିଜୟୀ ହୋଇଛି।

ଦ୍ରୁତତମ ୧୧,୦୦୦ ରନ୍ ପୂରଣ କରି ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ୧୧,୦୦୦ରନ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ମାଷ୍ଚରବ୍ଲାଷ୍ଚର ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା। ତେନ୍ଦୁଲକର ୨୮୪ ମ୍ୟାଚରେ ୧୧,୦୦୦ ରନ ପୂରଣ କରିଥିବା ବେଳେ କୋହଲି ୨୩୦ ମ୍ୟାଚରେ ଏହି ରେକର୍ଡ କରି ତାଙ୍କୁ ପଛରେ ପକାଇଛନ୍ତି।

ସାଂସଦ ଭାବେ ୧୭ତମ ଲୋକସଭା ଅଧିବେଶନରେ ଶପଥ ନେଲେ ମୋଦି

ଆଜିଠୁ ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ଅଧିବେଶନ ଆରମ୍ଭରେ ପ୍ରୋଟିମ ସ୍ପିକର ବିରେନ୍ଦ୍ର କୁମାର ଗୃହରେ ନୂଆ ସଦସ୍ୟଙ୍କ ଶପଥ ପାଠ କରାଇଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ପରେ ନବନିର୍ବାଚିତ ସାଂସଦମାନେ ବି ଶପଥ ନେଇଛନ୍ତିା

ଶ୍ରୀମନ୍ଦିରରେ ଜୟ ବିଜୟଙ୍କ ବିଗ୍ରହ ସ୍ଥାପିତ

ଶ୍ରୀମନ୍ଦିର ସିଂହଦ୍ୱାରରେ ସ୍ଥାପିତ ହୋଇଛି ଜୟ ବିଜୟଙ୍କ ବିଗ୍ରହ। ମହାବାତ୍ୟା ଫନି ବିଗାଡ଼ି ଦେଇଥିଲା ସମ୍ପୂର୍ଣ୍ଣ ପୁରୀ ସହର। ଏଥିରୁ ବାଦ୍ ପଡ଼ି ନଥିଲା ପୁରୀ ଶ୍ରୀମନ୍ଦିର। ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ଜୟ ବିଜୟଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିଲା। ସୋମବାର ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମାରେ ଉଭୟ ଜୟ ଓ ବିଜୟଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି।

୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ 

ଆଜିଠୁ ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ଅଧିବେଶନ ଆରମ୍ଭରେ ପ୍ରୋଟିମ ସ୍ପିକର ବିରେନ୍ଦ୍ର କୁମାର ଗୃହରେ ନୂଆ ସଦସ୍ୟଙ୍କ ଶପଥ ପାଠ କରାଇଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତତ୍ୱାବଧାନରେ ଦୁଇ ବରିଷ୍ଠ ସାଂସଦ କୋଡିକୁନିଲ ସୁରେଶ ଏବଂ ଭର୍ତ୍ତୃହରି ମହତାବ ଶପଥପାଠର ଅନୁଧ୍ୟାନ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ: ବଳଦେବଜୀଉଙ୍କୁ କରିବେ ଦର୍ଶନ

ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତ କରିବେ। ବଳଦେବଜୀଉଙ୍କ ଦର୍ଶନ କରିବା ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ ନବୀନ ପଟ୍ଟନାୟକ। ୪.୩୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଯିବେ। ଆଉ କିଛି ଦିନ ମଧ୍ୟରେ ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ସେଥିପାଇଁ ନବୀନଙ୍କ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଲଗାତାର ପଞ୍ଚମ ଥର ଶାସନକୁ ଆସିବା ପରେ ଏହା ନବୀନଙ୍କ ପ୍ରଥମ କେନ୍ଦ୍ରାପଡ଼ା ଗସ୍ତ।

ଦେବସ୍ନାନ ପୂର୍ଣ୍ଣିମାର ସମସ୍ତ ନୀତିକାନ୍ତି ଶାନ୍ତିଶୃଙ୍ଖଳାର ସହ ଚାଲିଛି – ପୁରୀ ଜିଲ୍ଲାପାଳ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏନେଇ ପୁରୀରେ ଭକ୍ତଙ୍କ ସମାଗମ ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଜାଣନ୍ତୁ ସ୍ନାନବେଦୀରେ ମହାପ୍ରଭୁଙ୍କର କେମିତି ହୁଏ ସ୍ନାନ?

ସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟାଧୂପ ଶେଷ ହେବା ପରେ ବିଗ୍ରହମାନଙ୍କର ମୁଖ ବସ୍ତ୍ରାଚ୍ଛାଦିତ ହେବା ପରେ ରତ୍ନ ସିଂହାସନରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଚାରମାର ବନ୍ଧା ଯାଇଥାଏ। ପରେ ମହାସ୍ନାନ ଓ ବେଶ, ବଡ଼ସିଂହାର ଓ ପହୁଡ଼ ଆଳତି ବଢ଼ିବା ପରେ ଠାକୁରମାନଙ୍କ ନିଦ୍ରାଭଙ୍ଗ ପୂର୍ବକ ଶ୍ରୀଦେବୀ ଓ ମଦନମୋହନ ଦକ୍ଷିଣ ଘରକୁ ଏବଂ ଭୁଦେବୀ ଓ ମାଧବ ଖଟଶେଯ ଘରକୁ ବିଜେ ହୁଅନ୍ତି।

ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି

ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଶ୍ରୀଜୀଉ। ସେବାୟତମାନେ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ। ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସୁନାକୁଅରୁ ଗରାବଡ଼ୁ ପାଣି ଅଣାଯିବ।

ଶ୍ରୀଜୀଉଙ୍କ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଚାଲିବ ଦର୍ଶନ

ଆଜି ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ। ସ୍ନାନ ପରେ ମହାପ୍ରଭୁଙ୍କୁ ଅଣସର ଘରକୁ ନିଆଯିବ। ୧୦୮ ଗରା ପାଣିରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହେବ। ରାଜ ବୈଦ୍ୟ ତାଙ୍କର ଉପଚାର କରିବେ। ମହାପ୍ରଭୁ ଶ୍ରୀମନ୍ଦିରରୁ ଅଣସର ପିଣ୍ଡିକୁ ବିଜେ କରିବା ପରେ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହେବ। ୧୫ ଦିନ ଯାଏଁ ହୁଏନି ଶ୍ରୀଜୀଉଙ୍କ ପ୍ରତ୍ୟେକ୍ଷ ଦର୍ଶନ।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସୁଛନ୍ତି ଶ୍ରୀଜୀଉ। ତିନି ଠାକୁରଙ୍କୁ ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ। ପରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ। ଏନେଇ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

Comment