ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା

ନବନିର୍ବାଚିତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା। ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସାଂସଦଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏନେଇ ସମ୍ପୃକ୍ତ ମହିଳା ସାମ୍ବାଦିକା କଟକ ପୁରୀଘାଟ ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି।

ଝାଡ଼ଖଣ୍ଡରେ ପୋଲିସ ଭ୍ୟାନକୁ ନକ୍ସଲଙ୍କ ଟାର୍ଗେଟ, ୫ ପୋଲିସ ସହିଦ

ଝାଡ଼ଖଣ୍ଡରେ ପୁଣିଥରେ ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ଷଢ଼େଇକଳା ଜିଲ୍ଲାରେ ପୋଲିସ ଭ୍ୟାନ ଉପରକୁ ନକ୍ସଲମାନେ ଆଖିବୁଜା ଗୁଳି ଚାଳନା କରିବାରୁ ୫ ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି।

ପଶ୍ଚିମବଙ୍ଗରେ ଇସ୍ତଫା ଦେଲେ ୧୫୦ ଡାକ୍ତର

ପଶ୍ଚିମବଙ୍ଗରେ ଉଗ୍ର ରୂପ ଧାରଣ କଲା ଡାକ୍ତର ଆନ୍ଦୋଳନ। ଜଣେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ରୋଗୀସେବା କେମିତି ତ୍ୱରାନ୍ୱିତ କରାଯିବ ତାକୁ ନେଇ ସରକାର ଚିନ୍ତାରେ ପଡ଼ିଥିବା ବେଳେ ପଶ୍ଚିମବଙ୍ଗର ୧୫୦ ଡାକ୍ତର ଇସ୍ତଫା ଦେବା ପରେ ସରକାର ଅଡୁଆରେ ପଡ଼ିଯାଇଛନ୍ତି।

୧୭ରେ ସାରା ଦେଶରେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର

ଆସନ୍ତା ୧୭ ତାରିଖରେ ସାରା ଦେଶରେ ଡାକ୍ତରମାନେ କରିବେ ବିକ୍ଷୋଭ। ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୧୮ ତାରିଖ ସକାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଇଣ୍ଡିଆନ ମେଡିକାଲ ଆସୋସିଏସନ। ତେବେ ଜରୁରିକାଳୀନ ସେବା ବନ୍ଦ ହେବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

କଂଗ୍ରେସ ପାଇଁ ଚାଲେଞ୍ଜ – କେଉଁ ରାଜ୍ୟରୁ ରାଜ୍ୟସଭା ଆସିବେ ମନମୋହନ ସିଂହ?

ରାଜ୍ୟସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ସେ ଆସାମରୁ ଲଗାତର ପାଞ୍ଚ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ। କିନ୍ତୁ ଏଥର ଆସାମରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା କମ୍। ତେବେ କଂଗ୍ରେସ ମନମୋହନଙ୍କୁ କେଉଁ ରାଜ୍ୟରୁ ରାଜ୍ୟସଭାକୁ ପଠାଇବ ତାହା ଦଳ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି।

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ: କାର୍ତ୍ତିକେୟ ଗୁପ୍ତା ଟପ୍ପର

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ। ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ହେଲେ ସର୍ବ ଭାରତୀୟ ଟପ୍ପର। ୩୭୨ରୁ ୩୪୬ ନମ୍ବର ରଖି କାର୍ତ୍ତିକେୟ ଟପ୍ପର ହୋଇଛନ୍ତି। ଆହ୍ଲାବାଦର ହିମାଂଶୁ ସିଂହ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ ଦିଲ୍ଲୀର ଅର୍ଚ୍ଚିତ୍ ବୁବନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପଶ୍ଚିମବଙ୍ଗ ଆନ୍ଦୋଳନକୁ ସମର୍ଥନ କରି ଧାରଣାରେ ବସିଲେ ଭୁବନେଶ୍ୱର ଏମ୍ସ ଡାକ୍ତର

ଦେଶବ୍ୟାପି ତେୁଜୁଛି ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନା। ପଶ୍ଚିମବଙ୍ଗ ଡାକ୍ତରଙ୍କୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଦିଲ୍ଲୀ ଏମ୍ସ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ରର ଅନେକ ଡାକ୍ତର। ଏହାର ସବୁଠୁ ଅଧିକ ପ୍ରଭାବ ପଡ଼ିଛି ଓଡ଼ିଶାରୋ ଭୁବନେଶ୍ୱର ଏମ୍ସରୁ ୫୦୦ରୁ ଅଧିକ ଡାକ୍ତର ମଧ୍ୟ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି।

ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଚଳିତ ବର୍ଷର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ। ପ୍ରଥମ ଥର ପାଇଁ ବଜେଟ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହି ବୈଠକ ଆସନ୍ତା ୨୩ ତାରିଖ କିମ୍ବା ୨୪ ତାରିଖରେ ବସିପାରେ।

ବାତିଲ ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌?

୨୦୧୯ କ୍ରିକେଟ ବିଶ୍ୱକପ୍ ୨୦୧୯ର ମୁଖ୍ୟ ବାଧକ ସାଜିଛି ବର୍ଷା। ଲଣ୍ଡନ ଓ ୱେଲ୍‌ସରେ ଅନୁଷ୍ଠିତ ହୋଇଥିବା ଚଳିତ ବିଶ୍ୱକପ୍ ବର୍ଷାରେ ପାଣିଚିଆ ହୋଇଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍‌ ଉପରେ ମ୍ୟାଚ୍‌ ବାତିଲ ହୋଇ ଚାଲିଛି। ଏପର୍ଯ୍ୟନ୍ତ ବର୍ଷା କାରଣରୁ ୪ଟି ବିଶ୍ୱକପ୍ ମ୍ୟାଚ୍‌ ବାତିଲ ହୋଇସାରିଛି। ଗୁରୁବାର ଭାରତ-ନ୍ୟୁଜିଲାଣ୍ଡକୁ ବର୍ଷାରେ ଧୋଇଦେବା ପରେ ଏବେ ସମସ୍ତଙ୍କ ନଜର ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ। ତେବେ ବାତିଲ ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌?

ପ୍ରସୂତିଙ୍କ ମୃତ୍ୟୁ: ଚିକିତ୍ସା ଅବହେଳା ଅଭିଯୋଗ କରି ଧାରଣାରେ ପରିବାର ଲୋକ

ଚିକିତ୍ସା ଅଭାବରୁ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟିଛିା ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ। ଏ ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ।

ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଧର୍ମେନ୍ଦ୍ର ପ୍ରଧାନ

ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ ହେବ। ବୈଠକରେ ଇସ୍ପାତ ଶିଳ୍ପର ଅଗ୍ରଗତି ଓ ପାରାଦୀପ ଆଇଓସିଏଲ ରିଫାଇନାରି ସମ୍ପ୍ରସାରଣ, ଓଡ଼ିଶାରେ ଅଧିକ ପ୍ରାକୃତିକ ତୈଳ ବିଶୋଧନାଗାର ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ। ଏଥିସହ ଫନି ସହାୟତା ନେଇ ମଧ୍ୟ ଆଲୋଚନା ହୋଇପାରେ।

ପହିଲି ରଜରେ ଦୋଳି ଖେଳି ମଉଜ କରୁଛନ୍ତି ଝିଅ

ରଜ ପର୍ବ କଥା ଉଠିଲେ ଆପେ ଆପେ ମନକୁ ଆସିଯାଏ ଖରା ପଶିପାରୁନଥିବା ଗାଁର ଗହଳିଆ ଆମ୍ବତୋଟା, ବଡ଼ ବଡ଼ ଗଛରେ ଲଗାଯାଉଥିବା ଦୋଳି କଥା। ଓଡ଼ିଶାର ପ୍ରାଚୀନ ଲୋକକଥା ଅନୁସାରେ ଯଦି କେହି ରଜରେ ଦୋଳି ନ ଖେଳନ୍ତି ତା’ ହେଲେ ସେ ପରଜନ୍ମରେ କାଠ ବେଙ୍ଗ ହୋଇ ଜନ୍ମ ନେବେ ବୋଲି ବିଶ୍ୱାସ ରହିଛି। ତେଣୁ କୁମାରୀ ଝିଅଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ସମୟରେ ଦୋଳି ଖେଳର ମଜା ନେଇଥାନ୍ତି।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘ରଜ’ ଶୁଭେଚ୍ଛା

ସାରାରାଜ୍ୟରେ ଆଜି ପାଳିତ ହେଉଛି ରଜ। ଏହି ଅବସରରେ ଉତ୍ସବମୁଖର ପୂରା ଗାଁରୁ ସହର। ସବୁଠି ନୂଆ ପୋଷାକ, ପିଠା, ଦୋଲିର ଆସର। ସମସ୍ତେ ପରସ୍ପରକୁ ରଜ ଶୁଭାକାମନା ଜଣାଇ ରଜକୁ ଉପଭୋଗ କରୁଛନ୍ତିା କୁଆଁରୀ ଝିଅଙ୍କଠୁ ଆରମ୍ଭ କରି ମହିଳାମାନ ସମେସ୍ତ ରଜ ମଜା ନେଉଛନ୍ତିା ଏହି ଗଣ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଛନ୍ତି।

 

Comment