ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଟିମ୍‌ ଇଣ୍ଡିଆର ଇଣ୍ଡିଜ୍‌ ଜୟ

ଭାରତର କ୍ରମାଗତ ପଞ୍ଚମ ବିଜୟ। ଆଇସିସି ବିଶ୍ଵକପର ୩୪ତମ ମ୍ୟାଚରେ ଗୁରୁବାର ମାଞ୍ଚେଷ୍ଟରରେ ଓ୍ଵେଷ୍ଟଇଣ୍ଡିଜକୁ ଭେଟିଥିଲା ଭାରତ। ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ୍‌ ହରାଇ ୨୬୮ ରନ୍‌ ସଂଗ୍ରହ କରିଥିଲା। ତେବେ ୨୬୯ ରନ୍‌କୁ ଚେସ୍‌ କରି ଓ୍ଵେଷ୍ଟଇଣ୍ଡିଜ ଟିମ୍‌ ୧୪୩ ରନ୍‌ରେ ଆଣ୍ଠେଇଛି। ଏଥିସହିତ ଭାରତ ଚଳିତ ବିଶ୍ୱକପ୍‌ରେ ପଞ୍ଚମ ଥର ପାଇଁ ବିଜୟ ଲାଭ କରିଛି।

“ନାରୀର ସୁରକ୍ଷା ପାଇଁ ନେଇଛୁ ପଣ” -ଗୀତ ଗାଇ ଚର୍ଚ୍ଚାରେ ଗଜପତି ଏସ୍‌ପି ସାରା ଶର୍ମା

“ନାରୀର ସୁରକ୍ଷା ପାଇଁ ନେଇଛୁ ପଣ, ଦେଶ ପାଇଁ ନିଜକୁ କରିଛୁ ଅର୍ପଣ” ଏହି ଗୀତ ଗାଇଁଛନ୍ତି ଗଜପତି ଜିଲ୍ଲାର ଏସ୍‌ ପି ସାରା ଶର୍ମା। ଗଜପତି ଜିଲ୍ଲାରେ ନାରୀମାନଙ୍କ ସୁରକ୍ଷା ପାଇଁ ଏସ୍‌ ପି ସାରା ଶର୍ମା ଆରମ୍ଭ କରିଛନ୍ତି ‘ସି ଟିମ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ପାଇଁ ପ୍ରସ୍ତୁତ ଏକ ଥିମ୍‌ ସଙ୍ଗ ଗାଇ ଏବେ ବେଶ୍‌ ଚର୍ଚ୍ଚାରେ ଆଇପିଏସ୍‌ ସାରା ଶର୍ମା।

ଭାରତର ବ୍ୟାଟିଂ ବିପର୍ଯ୍ୟୟ – ୱେଷ୍ଟଇଣ୍ଡିଜ୍‌କୁ ୨୬୯ ରନ୍‌ର ଟାର୍ଗେଟ

ଆଇସିସି ବିଶ୍ଵକପର ୩୪ତମ ମ୍ୟାଚରେ ଗୁରୁବାର ମାଞ୍ଚେଷ୍ଟରରେ ଓ୍ଵେଷ୍ଟଇଣ୍ଡିଜ-ଭାରତ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ମ୍ୟାଚ୍‌ରେ କୋହଲି ଏବଂ ଧୋନିଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୨୬୮ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ଇଣ୍ଡିଜ୍‌ ଦଳ ଆଗରେ ୨୬୯ ରନ୍‌ର ବିଜୟଲକ୍ଷ୍ୟ।

ଭୀଷଣ ବଜ୍ରପାତରେ ୩୦ ମୃତ, ୨୭ ଗୁରୁତର

ଓଡ଼ିଶାର ପଡୋଶୀ ରାଜ୍ୟ ବିହାରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସାଙ୍ଗକୁ ଭୀଷଣ ବଜ୍ରପାତ ହୋଇ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଗୁରୁତର ହୋଇଛନ୍ତି। ଏନେଇ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଘଣ୍ଟ ସେବା ଓ ଘୋଷ ଘଣ୍ଟୁଆ

ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଦୁଇପ୍ରକାରର ଘଣ୍ଟବାଜଣା ସେବକଙ୍କର ଉଲ୍ଳେଖ ଅଛି। ଗୋଟିଏ, କ୍ରମ-୧୦୨ର ‘ଘଣ୍ଟସେବା’ ଓ ଅନ୍ୟଟି କ୍ରମ-୧୦୩ର ‘ଘଣ୍ଟୁଆ’। ଏ ଦୁଇସେବାର ପ୍ରକାର ଭିନ୍ନ ଭିନ୍ନ।

ଅଗଷ୍ଟ ୧୮ ପାରାଦ୍ୱୀପରେ ସୈନ୍ୟବାହିନୀ ନିଯୁକ୍ତି ରାଲି

ସୈନ୍ୟ ବାହିନୀରେ ନିଯୁକ୍ତି ପାଇଁ ଆସନ୍ତା ୧୮ ଅଗଷ୍ଟଠାରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଏହି ନିଯୁକ୍ତି ରାଲିରେ ଉପକୂଳର ୧୦ଟି ଜିଲ୍ଲା କଟକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ଵର, ଖୋର୍ଦ୍ଧା, ବାଲେଶ୍ଵର, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ।

ବିରାଟଙ୍କ ଆଉ ଏକ ମାଇଲଷ୍ଟୋନ୍‌ – ପୂରଣ କଲେ ଦ୍ରୁତତମ ୨୦,୦୦୦ ରନ୍‌

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ଅନ୍ତର୍ଜାତୀୟ କ୍ରିକେଟ(ଟେଷ୍ଟ, ଦିନିକିଆ ଓ ଟ୍ଵେଣ୍ଟି-୨୦)ରେ ଦ୍ରୁତତମ ୨୦,୦୦୦ରନ କରିବାରେ ତୃତୀୟ ଭାରତୀୟ ଖେଳାଳି ହୋଇପାରିଛନ୍ତି। ତାଙ୍କର ଏହି ବିଶାଳ ରନ୍‌ ପାଇଁ ଆଉ ମାତ୍ର ୩୭ ରନର ଆବଶ୍ୟକତା ଥିଲା। ତେବେ ଆଜି ବିଶ୍ୱକପ୍‌ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଅଧିନାୟକ ବିରାଟ କୋହଲି।

Odissi Dancer Kumkum Mohanty

ସଙ୍ଗୀତ ନିଶାରେ ପିଲାବେଳେ ବ୍ୟାଣ୍ଡପାର୍ଟି ପଛେ ପଛେ ପଳେଇଥିଲେ କୁମ୍‌କୁମ୍‌

‘‘ନୃତ୍ୟ ମୋ ପାଇଁ ଥିଲା ନିଶା। ନୃତ୍ୟ ଏ ନିଶାରେ ମୁଁ ପିଲାବେଳେ ବ୍ୟାଣ୍ଡପାର୍ଟି ପଛରେ ଚାଲି ଯାଇଥିଲି। ଯେଉଁଠି ବାଜା ବନ୍ଦ ହୋଇଥିଲା ସେଇଠି ରହି ଯାଇଥିଲି। ଜଣେ ପାନ ଦୋକାନୀ ମତେ ନେଇ ତାଙ୍କ ଦୋକାନରେ ବସେଇଥିଲେ। ଘରେ ମତେ ନପାଇ ପୋଲିସରେ ଅଭିଯୋଗ ଦେଇଥିଲେ’’, ଏକଥା କହିଛନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ କୁମ୍‌କୁମ୍‌ ମହାନ୍ତି।

ଟଙ୍କା ବ୍ୟାଗ୍ ଫେରାଇ ମହାନତାର ପରିଚୟ ଦେଲେ ‘ମୋ ବସ’ ଡ୍ରାଇଭର

ଏବେ ବି ବଞ୍ଚି ରହିଛି ମଣିଷ ପଣିଆ। ଏ କଥାକୁ ପ୍ରମାଣ କରିଛନ୍ତି “ମୋ ବସ”ର ଜଣେ ଡ୍ରାଇଭର ବିଶ୍ଵନାଥ ଖଟୁଆ। ବସରୁ ପାଇଥିବା ୪୯,୫୦୦ଟଙ୍କାର ବ୍ୟାଗକୁ ତା’ର ସଠିକ ମାଲିକକୁ ଫେରାଇ ମହାନତାର ପରିଚୟ ଦେଇଛନ୍ତି। ଏହି କାର୍ଯ୍ୟ ଯୋଗୁଁ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍‍ଟ କମ୍ପାନିର କର୍ମକର୍ତ୍ତାମାନେ ବିଶ୍ଵନାଥଙ୍କୁ ସାବାସୀ ଜଣାଇଛନ୍ତି।

ବାଧ୍ୟତାମୂଳକ ଛୁଟିରେ ଯିବେ ୪ ଟିକଟକ୍ ନର୍ସ

ମାଲକାନଗିରି ମେଡିକାଲ ଏସଏନସିୟୁରେ ୪ ନର୍ସଙ୍କ ଟିକଟକ ଭିଡିଓ ଘଟଣାରେ ୪ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଡିଏମଓ। ତଦନ୍ତ ନ ସରିବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ନ ଦେବାକୁ ନିର୍ଦ୍ଦେଶ ଦେଲେ ସିଡିଏମଓ।ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ଏସଏନସିୟୁରେ ଟିକଟକ୍ କରି ଚର୍ଚ୍ଚାରେ ଥିଲେ ଏହି ୪ ଜଣ ନର୍ସ। ଏହି ୪ ଜଣ ନର୍ସ ମେଡିକାଲର ଗୁରୁତ୍ଵପୂର୍ଣ୍ଣ ବିଭାଗ ଏସଏନସିୟୁରେ ଡ୍ୟୁଟି ସମୟରେ ଟିକଟକ୍ ଭିଡିଓ କରି ମସ୍ତି କରିଥିଲେ।

ଆଇସିସି ଦିନିକିଆ ମାନ୍ୟତା ପୋଛିନେଲା ଭାରତ

ଆଇସିସି ଦିନିକିଆ ମାନ୍ୟତାର ଶ୍ରେଷ୍ଠ ଦଳ, ବ୍ୟାଟ୍ସମ୍ୟାନ ଓ ବୋଲର ତାଲିକାରେ ଭାରତ ୧ ନମ୍ଵରରେ ରହିଛି। ଦିନିକିଆ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ବିରାଟ କୋହଲି ଥିଲା ବେଳେ ବୋଲିଂରେ ଯଶପ୍ରିତ ବୁମରା ରହିଛନ୍ତି ଆଗରେ। ସେହିପରି ଆଇସିସି ଶ୍ରେଷ୍ଠ ଦଳ ଭାବେ ଭାରତ ଶୀର୍ଷ ସ୍ଥାନରେ ରହିଛି।

ପଳାତକ ନୀରବ ମୋଦିର ୪ଟି ବ୍ୟାଙ୍କ ଆକାଉଣ୍ଟ ସିଜ, ବ୍ୟାଙ୍କରେ ଥିଲା ୨୮୩ କୋଟି

ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇର ମାଷ୍ଟରମାଇଣ୍ଡ ପଳାତକ ନୀରବ ମୋଦିଙ୍କୁ ପୁଣି ଏକ ବଡ଼ ଝଟକା। ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାଁରେ ଥିବା ୪ଟି ସ୍ୱିସ୍‌ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରାଯାଇଛି। ଯେଉଁଥିରେ ପାଖାପାଖି ୨୮୩ କୋଟି ଟଙ୍କା ରହିଥିବା ସୂଚନା ମିଳିଛି। ଏନେଇ ଏନ୍‌ଫୋର୍ସମେଣ୍ଟ ଡାଇରକ୍ଟରେଟ୍‌ ପକ୍ଷରୁ ପ୍ରେସ୍‌ ମିଟ୍‌ କରି ସୂଚନା ଦିଆଯାଇଛି।

ନାଗୁଣି ସହ ୪୪ ନାଗସାପ ଛୁଆ ଉଦ୍ଧାର

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ ବୁଧବାର ଦୁଇଟି ସ୍ଥାନରୁ ଗୋଟିଏ ନାଗୁଣି ସହିତ ୪୪ଟି ନାଗସାପ ଛୁଆ ଉଦ୍ଧାର ହୋଇଛି। ପ୍ରଥମେ ଧାମନଗରସ୍ଥିତ ଗୋଖାଦିଦି ଗ୍ରାମର ଲକ୍ଷ୍ମୀଧର ମଲ୍ଲିକଙ୍କ ଘରେ ନାଗ ସାପ ଛୁଆ ଖେଳୁଥିବା ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ଭଦ୍ରକ ସ୍ନେକ ହେଲ୍ପ ଲାଇନକୁ ଡକାଯିବା ପରେ ସେଠାରୁ ଗୋଟେ ବଡ଼ ନାଗୁଣି ଓ ୩୫ଟି ନାଗସାପ ଛୁଆକୁ ଉଦ୍ଧାର କରାଯାଇଥିଲା।

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା – ୫ ଜଣଙ୍କୁ ଆଜୀବନ ଜେଲ

ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ଦୀର୍ଘ ୫ ବର୍ଷ ପରେ ଗୁରୁବାର ରାୟ ଆସିଛି। ଏହି  ମାମଲାରେ ୫ ଜଣଙ୍କୁ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଖଲିକୋଟ ଏଡିଜେ କୋର୍ଟ।ଏହି ୫ ଦୋଷୀ ହେଲେ ସନ୍ତୋଷ ମହାରଣା, ରମେଶ ରେଡ୍ଡୀ, ଶିବରାମ ନାୟକ, ସୁରେଶ ସାହୁ, ଶ୍ୟାମ ପୃଷ୍ଟି।  ଏମାନଙ୍କ ଭିତରେ ସନ୍ତୋଷ ମହାରଣା, ରମେଶ ରେଡ୍ଡୀ ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟମାନଙ୍କୁ ଷଡ଼ଯନ୍ତ୍ରକାରୀ ଭାବେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

ଆରପାରିରେ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀ

ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ପରଲୋକ ହୋଇଛି। ଆଜି ନବରଙ୍ଗପୁରସ୍ଥିତ ସୁନାରୀସାହି ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା।

ବିଜେପି ବିଧାୟକଙ୍କ ଦବଙ୍ଗଗିରି: ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ

ମଧ୍ୟପ୍ରଦେଶ ଇନ୍ଦୋରରେ ବିଜେପି ବିଧାୟକଙ୍କ ଦବଙ୍ଗଗିରି ଦେଖାଇଛନ୍ତି। ଇନ୍ଦୋର-୩ର ବିଜେପି ବିଧାୟକ ଆକାଶ ବିଜୟଭର୍ଗୀୟ ଜଣେ ମହାନଗର ନିଗମ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ମାଡ଼ ମାରିଛନ୍ତି। ଏହି ଘଟଣା ପରେ ବିଧାୟକଙ୍କୁ ଗିରଫ କରାଯାଇଛି।

ଜମ୍ମୁ କଶ୍ମୀରରେ ସହିଦଙ୍କ ପରିବାରକୁ ଭେଟିଲେ ଅମିତ ଶାହ

ଦୁଇ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୁରୁବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଶାହ ଶ୍ରୀନଗରରେ ସହିଦ ଅଶରଦ ଖାନଙ୍କ ପରିବାରକୁ ଭେଟିଛନ୍ତି। ସହିଦ ପୋଲିସ ଅଫିସରଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଛନ୍ତି ଶାହ। ଜୁନ ୧୨ ତାରିଖରେ ଅନନ୍ତନାଗରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ଅଶରଦ।

ଆଜି ବି ଭାରତୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମାଇକ ପୋମ୍ପିୟୋ

ଭାରତ ଗସ୍ତରେ ଆସିଥିବା ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିୟୋଙ୍କ ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ବି ସେ ଭାରତୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ପୋମ୍ପିୟୋ ଗତକାଲି ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ସାମନ୍ତ ଗୋଏଲ ର’-ଅରବିନ୍ଦ କୁମାର ଆଇବି ମୁଖ୍ୟ ଭାବେ ନିଯୁକ୍ତ

କେନ୍ଦ୍ର ସରକାର ବୁଧବାର ଦୁଇଜଣ ଆଇପିଏସ ଅଫିସରଙ୍କୁ ଦୁଇଟି ବିଭାଗରେ ନିଯୁକ୍ତି କରିଛନ୍ତି। ସାମନ୍ତ ଗୋଏଲଙ୍କୁ ର’ ବିଭାଗର (ରିସର୍ଚ୍ଚ ଆଣ୍ଡ ଆନାଲିସିସ) ମୁଖ୍ୟ ଭାବେ ନିଯୁକ୍ତି ମିଳିଥିବାବେଳେ ଅରବିନ୍ଦ କୁମାରଙ୍କୁ ଗୁଇନ୍ଦା ବିଭାଗର (ଆଇବି) ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଉଭୟ ୧୯୮୪ ବ୍ୟାଚର ଆଇପିଏସ ଅଧିକାରୀ। ସାମନ୍ତ ଗୋଏଲ ପଞ୍ଜାବ ଓ ଅରବିନ୍ଦ କୁମାର ଆସାମ-ମେଘାଳୟ କ୍ୟାଡରର ଆଇପିଏସ ଅଧିକାରୀ ।

ଜି ୨୦ ଶିଖର ସମ୍ମିଳନୀ ଯୋଗ ଦେବାକୁ ଜାପାନ ପହଞ୍ଚିଲେ ମୋଦି

ଜାପାନର ଓସାକା ସହରରେ ଆଜିଠାରୁ ଜି ୨୦ ଶିଖର ସମ୍ମିଳନୀ ଆରମ୍ଭ ହେଉଛି। ଏହି ସମ୍ମିଳନୀରେ ବିଶ୍ୱର ୨୦ଟି ବଡ଼ ରାଷ୍ଟ୍ର ସାମିଲ ହେବେ। ଏହି ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏଥିରେ ୠଷ ଓ ଚୀନ ସହ ଭାରତର ବୈଠକ ହୋଇପାରେ।

ରଜନୀକାନ୍ତ ସିଂହ ବିଧାନସଭା ଉପବାଚସ୍ପତି ନିର୍ବାଚିତ

ବିଧାନସଭା ଅଧିବେଶନର ତୃତୀୟ ଦିନରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଛି। ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ରଜନୀକାନ୍ତ ସିଂହ। ଆଉ କେହି ପ୍ରାର୍ଥୀ ନଥିବାରୁ ତାଙ୍କ ନାଁ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଆଜି ଗୃହରେ ମୁଖ୍ୟମନ୍ତ୍ରୀ ଉପବାଚସ୍ପତି ପଦ ଲାଗି ରଜନୀକାନ୍ତଙ୍କ ନାଁ ପ୍ରସ୍ତାବ ଆଣିଥିଲେ।

ରଥଖଳାରେ ଚାଲିଛି ରଥ ପ୍ରସ୍ତୁତି: ଉଠିଲା ଦ୍ୱିତୀୟ ଭୂଇଁ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ବାକି ରହିଲା ମାତ୍ର ୭ ଦିନ। ଏଥିପାଇଁ ଚଳଚଞ୍ଚଳ ରଥଖଳା। କମାର ସେବକଠୁ ଆରମ୍ଭ କରି ଭୋଇ ସେବକମାନେ ଲାଗି ପଡ଼ିଛନ୍ତି ରଥ ନିର୍ମାଣ କାର୍ଯ୍ୟରେ। ରଥ ଖଳାରେ ଜୟଚଉଦ ନାହାକ ଓ ଦ୍ୱିତୀୟ ଭୂଇଁ କାର୍ଯ୍ୟ ଶେଷ ହୋଇଛି। ଆଜିଠୁ ଆରମ୍ଭ ହୋଇଛି ତୃତୀୟ ଭୂଇଁ କାର୍ଯ୍ୟ।

ବ୍ଲୁ ଫ୍ଲାଗ ବିଚ୍ ପାଇଁ ଜାରି ହେଲା କଟକଣା

ପୁରୀ ବେଳାଭୂମିର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଅର୍ଥାତ ଗାନ୍ଧିପାର୍କଠାରୁ ହୋଟେଲ ମେଫେୟାର ପର୍ଯ୍ୟନ୍ତ ସ୍ଥାନକୁ ବ୍ଲୁ ଫ୍ଲାଗ ବିଚ୍ ଭାବେ ବିକାଶ କରାଯିବ। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ପୁରୀ ଜିଲ୍ଲାପାଳ କେତେକ କଟକଣା ଜାରି କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୁନ୍ ୩୦ରୁ ବର୍ଷାରେ ଭିଜିବ ଓଡ଼ିଶା

ମୌସୁମୀ ଆରମ୍ଭରୁ ହିଁ ରାଜ୍ୟରେ ଏତେଟା ବର୍ଷା ହୋଇ ନଥିଲା। ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି। ପ୍ରବଳ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଜୁନ୍ ପ୍ରଥମ ସପ୍ତାହରୁ ରାଜ୍ୟରେ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀ କରିବେ ୨୦୦ କିମି ଯାତ୍ରା

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ମାଟ୍ରିକ ବ୍ୟାଚ ପରୀକ୍ଷା ଦେଇ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଦେବାକୁ ୨୦୦ କିଲୋମିଟର ଯିବାକୁ ହେବ। ଶିକ୍ଷା ବିଭାଗର ଏପରି ବିଚିତ୍ର ନିଷ୍ପତ୍ତି ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଚିନ୍ତାରେ ଛାତ୍ରଛାତ୍ରୀ: ଗୋଟିଏ ଦିନରେ ଏକାଧିକ ବିଶ୍ଵବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା

ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଅଧିକାଂଶ ବିଶ୍ଵବିଦ୍ୟାଳୟରେ ଜୁଲାଇ ପ୍ରଥମ ସପ୍ତାହରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଦିନ ଓ ସମୟ ଧାର୍ଯ୍ୟ ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଗୋଟିଏ ଦିନରେ ସମାନ ବିଷୟ ଲାଗି ଏକାଧିକ ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ହେବ, ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ।

ମାଞ୍ଚେଷ୍ଟରରେ ଇଣ୍ଡିଆ-ଇଣ୍ଡିଜ ମୁହାଁମୁହିଁ

ଆଇସିସି ବିଶ୍ଵକପର ୩୪ତମ ମ୍ୟାଚରେ ଗୁରୁବାର ମାଞ୍ଚେଷ୍ଟରରେ ଓ୍ଵେଷ୍ଟଇଣ୍ଡିଜ-ଭାରତ ମୁହାଁମୁହିଁ ହେବେ। ଚଳିତ ବିଶ୍ଵକପରେ ଭାରତ ୫ଟି ମ୍ୟାଚ ଖେଳି ୪ଟି ବିଜୟ ଓ ଗୋଟିଏ ମ୍ୟାଚ ବାତିଲ କାରଣରୁ ୯ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ସେହିପରି ଓ୍ଵେଷ୍ଟଇଣ୍ଡିଜ ୬ଟି ମ୍ୟାଚରୁ ଗୋଟିଏ ବିଜୟ, ୪ଟି ପରାଜୟ ଓ ଗୋଟିଏ ବାତିଲ ସହ ୩ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଏହି ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିବ।

ବିଧାନସଭା ଅଧିବେଶନର ୩ୟ ଦିନ, ଆଜି ହେବ ଉପବାଚସ୍ପତି ନିର୍ବାଚନ

ବିଧାନସଭା ଅଧିବେଶନର ଆଜି ତୃତୀୟ ଦିନ ଏବଂ ଆଜି ହେବ ଉପବାସ୍ପତି ନିର୍ବାଚନ। ବିଜେଡି ଉପବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ନାଁ ଘୋଷଣା କରିଛି। ଯେହେତୁ ବିଜେଡିର ସଂଖ୍ୟା ଗରିଷ୍ଠତା ରହିଛି ସେହି ଦୃଷ୍ଟିରୁ ରଜନୀକାନ୍ତ ଉପବାଚସ୍ପତି ହେବା ଏକ ପ୍ରକାର ସ୍ପଷ୍ଟ।

ଜି ୨୦ ଶିଖର ସମ୍ମିଳନୀ ଯୋଗ ଦେବାକୁ ଜାପାନ ପହଞ୍ଚିଲେ ମୋଦି

ଜାପାନର ଓସାକାଠାରେ ଆଜିଠାରୁ ଜି ୨୦ ଶିଖର ସମ୍ମିଳନୀ ଆରମ୍ଭ ହେଉଛି। ଏହି ସମ୍ମିଳନୀରେ ବିଶ୍ୱର ୨୦ଟି ବଡ଼ ରାଷ୍ଟ୍ର ସାମିଲ ହେବେ। ଏହି ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହୀ ସମ୍ମିଳନୀରେ ଯୋଗ ଦେବା ପାଇଁ ଗୁରୁବାର ଜାପାନ ଗସ୍ତ କରିଛନ୍ତି।

ରଥଖଳାରେ ଚାଲିଛି ରଥ ପ୍ରସ୍ତୁତି: ଉଠିଲା ଦ୍ୱିତୀୟ ଭୂଇଁ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ବାକି ରହିଲା ମାତ୍ର ୭ ଦିନ। ଏଥିପାଇଁ ଚଳଚଞ୍ଚଳ ରଥଖଳା। କମାର ସେବକଠୁ ଆରମ୍ଭ କରି ଭୋଇ ସେବକମାନେ ଲାଗି ପଡ଼ିଛନ୍ତି ରଥ ନିର୍ମାଣ କାର୍ଯ୍ୟରେ। ରଥ ଖଳାରେ ଜୟଚଉଦ ନାହାକ ଓ ଦ୍ୱିତୀୟ ଭୂଇଁ କାର୍ଯ୍ୟ ଶେଷ ହୋଇଛି। ଆଜିଠୁ ଆରମ୍ଭ ହୋଇଛି ତୃତୀୟ ଭୂଇଁ କାର୍ଯ୍ୟ।

Comment