ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 7PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବାରଣାସୀରେ ଶକ୍ତି ପ୍ରଦର୍ଶନ କଲେ ମୋଦି

ବାରଣାସୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ନରେନ୍ଦ୍ର ମୋଦି। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବାରଣାସୀ ନିର୍ବାଚନମଣ୍ଡଳୀର କାଶୀରେ ବିଶାଳ ରୋଡ ସୋ’ କରି ମୋଦି ବିରୋଧୀଙ୍କୁ ଚମକେଇ ଦେଇଛନ୍ତି। କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଗେଟ ବାହାରେ ଥିବା ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମୋଦି ରୋଡ ସୋ’ରେ ବାହାରିଛନ୍ତି। ୭ କିଲୋମିଟର ପର୍ଯ୍ୟନ୍ତ ରୋଡ ସୋ’ ଚାଲିବ।

ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ

ରାଜ୍ୟରେ ତିନୋଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏପ୍ରିଲ ୨୯ରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବାଲେଶ୍ୱର ଓ ଜଗତସିଂହପୁର ଆସନ ଲାଗି ପ୍ରଚାର କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗ ଦେବାର କାଯ୍ୟକ୍ରମ ରହିଛି। ଏହାପରେ ସେ ଜଗତସିଂହପୁରରେ ମଧ୍ୟ ସଭା କରିବାର କାର୍ଯ୍ୟକ୍ରମ ରହିଛି।

ବିଜେପିକୁ ଦିଅ ୫ ବର୍ଷ, ଓଡ଼ିଶା ହେବ ୧ ନମ୍ବର – ରାଜନାଥ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଯାଜପୁରର ବରୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇଛନ୍ତି ରାଜନାଥ ସିଂହ। ରାଜନାଥ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ ନିଜ ଅଭିଭାଷଣ ପ୍ରଶ୍ନ ବାଣରେ ଆରମ୍ଭ କରିଥିଲେ।

୯ଟି ବୁଥରେ ସାନି ମତଦାନ – ୩ଟା ସୁଦ୍ଧା ୬୩% ମତଦାନ

ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ସ୍ଥଗିତ ହୋଇଥିବା ୯ଟି ବୁଥରେ ଚାଲିଛି ମତଦାନ। ଅପରାହ୍ଣ ୩ଟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବେଳେ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ୮ଟି ଓ ଇଭିଏମ ଭଙ୍ଗାରୁଜା ପାଇଁ ଗୋଟିଏ ବୁଥରେ ନିର୍ବାଚନକୁ ସ୍ଥଗିତ କରାଯାଇଥିଲା। ଯାହାପରେ ଏହି ସବୁ ବୁଥରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିସ କରିଥିଲେ।

ଶେଷ ପର୍ଯ୍ୟାୟ ମତଦାନ ଲାଗି ମଇଦାନରେ ୩୮୮ପ୍ରାର୍ଥୀ

ଆସନ୍ତା ୨୯ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବ। ୬ ଲୋକସଭା ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ,ଜଗତସିଂହପୁର,ଯାଜପୁର ଓ କେନ୍ଦ୍ରପଡ଼ା ଲୋକସଭା କ୍ଷେତ୍ର ଏହା ଅଧିନରେ ଆସୁଥିବା ବିଧାନସଭା କ୍ଷେତତ୍ର ମଧ୍ୟରୁ ପାଟକୁରାକୁ ଛାଡ଼ିଲେ ୪୧ଟି ବିଧାନସଭା ଆସନ ଲାଗି ମତଦାନ ହେବ। ଚତୁର୍ଥ  ପର୍ଯ୍ୟାୟ ମତଦାନରେ ୬ଲୋକସଭା ଲାଗି ମଇଦାନରେ ୫୨ ଓ ୪୧ ବିଧାନସଭା ଆସନ ଲାଗି ୩୩୬ଜଣ ପ୍ରାର୍ଥୀ ଅଛନ୍ତି। ଅର୍ଥାତ ଲୋକସଭା ଓ ବିଧାନସଭା ଲାଗି ମୋଟ ୩୮୮ଜଣ ପ୍ରାର୍ଥୀ ଅଛନ୍ତି।

୨୪ଘଣ୍ଟା ନ ପୂରୁଣୁ ବିଜେପି ରଖିଲା ଉତ୍ତର – ‘ରାଜ୍ୟରେ ତିନି ଚତୁର୍ଥାଂଶ ସଫଳତା ପାଇ ସରକାର ଗଢ଼ିବୁ’

ଶେଷ ପର୍ଯାୟ ଭୋଟ ଲାଗି ଉତ୍ତର ଓଡ଼ିଶାରେ ଜମୁଛି ପ୍ରଚାର। ଏହାସହ ବିଜେଡି ବିଜେପି ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଓ ବିଶେଷ କରି କିଏ ସରକାରକୁ ଆସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି। ବୁଧବାର ବାଲେଶ୍ୱର ନବୀନ କେନ୍ଦ୍ରପଡ଼ାରେ ମୋଦି ଦେଇଥିବା କଥାର ଉତ୍ତର ଦେଇଥିଲେ। ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟରେ ସରକାର ଗଠନର ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଥିଲେ। ଏହାସହିତ କହିଥିଲେ କି ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳକୁ ବହୁମତ ମିଳିସାରିଛି। ଯାହାପରେ ଏହାକୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ନିର୍ବାଚନୀ ସଭାରେ ମୋଦିଙ୍କୁ ଟାର୍ଗେଟ କଲେ ନବୀନ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ ଏପ୍ରିଲ ୨୯ରେ। ପ୍ରଚାର ଲାଗି ହାତରେ ମାତ୍ର ଅଉ କେଇଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋରଡ଼ା ନିର୍ବାଚନୀ ସଭାରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। “ରାଜ୍ୟର ବିପତ୍ତି ବେଳେ ପ୍ରଧାନମନ୍ତ୍ରୀ ଆସିନଥାନ୍ତି। ଦୁଃଖ ବେଳେ ସମୟ ଦେଲେ ଏବେ ଭୋଟ ପାଇଁ ବାରମ୍ବାର ଓଡ଼ିଶା ଆସୁଛନ୍ତି। ନିର୍ବାଚନ ଆସୁଥିବାରୁ କୁମ୍ଭୀର କାନ୍ଦଣା ଦେଉଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବହୁମତ ପାଇସାରିଛି ବିଜେଡି।” ମୁଖ୍ୟମନ୍ତ୍ରୀ ବିଜେପିକୁ ଟାର୍ଗେଟ କରି ଏହା କହିଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ପ୍ରିୟଙ୍କା ଗାନ୍ଧିଙ୍କୁ କାହିଁକି ଏଥର ପ୍ରାର୍ଥୀ କଲାନି କଂଗ୍ରେସ?

ହଟ୍ ସିଟ୍ ମାହାଙ୍ଗା – ହ୍ୟାଟ୍ରିକ କରିବେ ଜେନା ?

ବିଜେଡି-ବିଜେପି ଉଭୟ ଦାବିଦାର : କିଏ ଗଢ଼ିବ ସରକାର?

ମହାରଥୀଙ୍କ ପାଇଁ ଅଡୁଆ ବଢୁଛି!

Comment