ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଆଜିର ପ୍ରମୁଖ ଖବର।

ଅଳ୍ପକେ ବର୍ତ୍ତିଲା ଭୁବନେଶ୍ଵର-ମୁମ୍ଵାଇ ଏୟାର ଇଣ୍ଡିଆ ବିମାନ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆ ବିମାନ। ଏୟାର ଇଣ୍ଡିଆ ବିମାନ ଏଏଲ-୬୬୯ ଭୁବନେଶ୍ଵରରୁ ମୁମ୍ଵାଇ ଯାଇଥିଲା। ତେବେ ଏହା ଅବତରଣ ବେଳେ ରନଓ୍ଵେରେ ଭୁଲ ଅବତରଣ କରିଥିଲା। ହେଲେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

ନାବାଳକ, ସରକାରୀ କର୍ମଚାରୀ, ପେନସନ୍‌ଧାରୀ ଓ ବଡ଼ ଚାଷୀ କେମିତି ପାଇଲେ କାଳିଆ ଟଙ୍କା?

କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। କିନ୍ତୁ କାଳିଆ ଯୋଜନା ବାଟବଣା ହୋଇଯାଇଥିବା ସରକାର ଏବେ ସତ ମାନିଛନ୍ତି। ଯେଉଁମାନଙ୍କ ପାଇଁ ଏହି ଯୋଜନା ପ୍ରଣୟନ ହୋଇଥିଲା ବାସ୍ତବରେ ସେମାନଙ୍କ ଖାତାକୁ କାଳିଆ ଟଙ୍କା ଯାଇନି।

ନଭେମ୍ଵରରୁ ସାମୟିକ ଭାବେ ବନ୍ଦ ରହିବ ଭୁବନେଶ୍ଵର ବିମାନ ବନ୍ଦର

ବନ୍ଦ ହେବ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ରନଓ୍ଵେ ରିକା ପେଟିଂ କାମ ପାଇଁ ୮ ମାସ ବିମାନ ବନ୍ଦର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ଵର ୧ରୁ ଜୁନ ୩୦ ଯାଏ ଏୟାରପୋର୍ଟ ପର୍ଯ୍ୟାୟକ୍ରମେ ବନ୍ଦ ରହିବ।

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା – ଗାଁ ଲୋକଙ୍କ ଭୟରେ ଶବ ସତ୍କାର କରିବାକୁ ଆସୁନି ପୁଅ

ଗୁଣିଗାରେଡ଼ି ସନ୍ଦେହରେ ସୋମବାର ଜଣେ ଦମ୍ପତିଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିଥିଲେ। ତେବେ ଗାଁ ଲୋକଙ୍କ ଭୟରେ ମୃତ ଦମ୍ପତିଙ୍କ ଶବ ସତ୍କାର କରିବାକୁ ଆସୁନି ପୁଅ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିକଟସ୍ଥ ଟିଟକମାଲ ଗାଁରେ।

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଏବଂ ଫେସ୍‌ବୁକ୍‌ ପେଜ୍‌ରେ ଦେଖନ୍ତୁ ଓଡ଼ିଶା ଟୁରିଜିମ କନକ୍ଲେଭ୍‌ର ସିଧାପ୍ରସାରଣ

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ସେପ୍ଟେମ୍ବର ୧୮ରେ ଭୁବନେଶ୍ୱରରେ ହେବ ମାନସମନ୍ଥନ। ଏଥିପାଇଁ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଆୟୋଜନ କରାଯାଉଛି ଓଡ଼ିଶା ଟୁରିଜିମ କନକ୍ଲେଭ୍। ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି କନକ୍ଲେଭ ଆୟୋଜନ କରାଯାଉଛି।

ବହୁତ ଜଲଦି ଭାରତର ହେବ ପିଓକେ – ଏସ୍‌ ଜୟ ଶଙ୍କର

“ଧାରା ୩୭୦ ଉଚ୍ଛେଦ ଦ୍ଵିପାକ୍ଷିକ ସମସ୍ୟା ନୁହେଁ ଏହା ହେଉଛି ଭାରତର ଆଭ୍ୟନ୍ତରୀଣ ସମସ୍ୟା। ଏହାସହ ପିଓକେ ବହୁତ ଜଲଦି ଭାରତର ଭୌଗୋଳିକ ସୀମାରେଖାରେ ମିଶିବାକୁ ଯାଉଛି” କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟ ଶଙ୍କର।

ରାଜ୍ୟରେ ନିଲାମ ହେବ ୪୦ଟି ଖଣି – ପ୍ରଫୁଲ୍ଲ ମଲ୍ଲିକ

ରାଜ୍ୟରେ ନିଲାମ ହେବ ୪୦ଟି ଖଣି। ଏନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ପୂର୍ବରୁ ୭ଟି ଖଣି ନିଲାମ ସରିଛି। ସମୁଦାୟ ୪୭ଟି ଖଣି ନିଲାମ ହେବ ବୋଲି ସୂଚନା ମିଳିଛି।

୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ନାବାଳକ ଅଟକ

୯ ବର୍ଷର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ। ନାବାଳିକାକୁ ୧୪ ବର୍ଷର ଜଣେ ନାବାଳକ ଦୁଷ୍କର୍ମ କରିଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

Supreme court of India SC allows women entry to sabarimala_temple

ଆଇନ ଅନୁସାରେ ପୁରୀରେ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ୭୫ ମିଟର ଉଚ୍ଛେଦ କାର୍ଯ୍ୟ ଆଇନ ଅନୁସାରେ କରିବାକୁ ଜଷ୍ଟିସ୍ ଅରୁଣ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

ବିଲୁଆଖାଇ ନଦୀ ପଠାରୁ ମିଳିଲା ଯୁବତୀଙ୍କ ମୃତଦେହ

ଅଖା ଭିତରୁ ମିଳିଲା ଯୁବତୀଙ୍କ ହାତ ଗୋଡ଼ ବନ୍ଧା ଯୁବତୀଙ୍କ ମୃତ ଦେହ। ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରେ ଏପରି ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ ଦେହକୁ ଉଦ୍ଧାର କରିଛି ବିରିଡ଼ି ପୋଲିସ।

ରଙ୍ଗମାଟିଆ ହତ୍ୟା ଘଟଣା, ମାଷ୍ଟର ମାଇଣ୍ଡ ସମେତ ୭ ଗିରଫ

ରଙ୍ଗମାଟିଆ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣଙ୍କୁ ଗିରଫ କରିଛି କରି କୋର୍ଟ ଚାଲାଣ କରିଯାଇଛି। ପ୍ରଥମେ ମାଷ୍ଟରମାଇଣ୍ଡ ଗିରଫ ହେବା ପରେ ଅନ୍ୟ ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି।

ଜନ୍ମଦିନରେ ମା’ଙ୍କ ସହ ଲଞ୍ଚ୍‌ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଜନ୍ମଦିନ ନିଜ ରାଜ୍ୟ ଗୁଜୁରାଟରେ କାଟିଛନ୍ତି। ମା’ ହିରବେନଙ୍କଠାରୁ ଆଶୀର୍ବାଦ ନେଇ ଦିନ ଆରମ୍ଭ କରିଥିବା ମୋଦୀ ଆଜି ଲଞ୍ଚ୍‌ ମଧ୍ୟ ମା’ଙ୍କ ସହ କରିଛନ୍ତି। ଭୋଜନ କରିବା ସମୟର କିଛି ଫଟୋ ଏବେ ସୋସିଆଲ ମଡିଆରେ ଭାଇରାଲ ହେଉଛି।

ଅକ୍ଟୋବର ୨ରୁ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ

ପ୍ଲାଷ୍ଟିକ ବ୍ୟବହାରକୁ ନେଇ ରାଜ୍ୟରେ କଡ଼ାକଡ଼ି ହେବ ଆଇନ। ଅକ୍ଟୋବର ୨ରୁ ସହରାଞ୍ଚଳ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

Comment