ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

ମୋଦିଙ୍କ ଦରବାରରେ ଗର୍ଜିଲା ବିଜେଡି

ଦିଲ୍ଲୀ ଦରବାରରେ ଚାଷୀଙ୍କ ପାଇଁ କୃଷକ ସମାବେଶ କରୁଛି ବିଜେଡି। ସମସ୍ତ ନେତା କର୍ମୀ ବିଧାୟକ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ସେଠାରେ ସାମିଲ ହୋଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସହିତ ଅନ୍ୟାନ୍ୟ ଦାବି ଉଠାଇଛି ବିଜେଡି।

ଗଡ଼କରି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ?

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ‘୧୬୦ କ୍ଲବ’ ନାମରେ ଏକ ଆଲୋଚନା ଚାଲୁଥିଲା। ଏହି କ୍ଲବର ମୂଳ ଉଦ୍ଦେଶ୍ୟ ଓ ଚର୍ଚ୍ଚା ଥିଲା ଯଦି ବିଜେପିର ୧୬୦ ଜଣ ସାଂସଦ ନିର୍ବାଚିତ ହୁଅନ୍ତି ତେବେ ନରେନ୍ଦ୍ର ମୋଦି ନୁହେଁ ତାଙ୍କ ବିରୋଧୀଙ୍କ ଭିତରୁ କେହି ଜଣେ ପ୍ରଧାନମନ୍ତ୍ରୀ ହେବେ। ଏବେ ୨୦୧୯ରେ ନିର୍ବାଚନ ମଇଦାନକୁ ବିଜେପି ଓହ୍ଲାଇବା ପୂର୍ବରୁ ପୁଣି ଥରେ ସେହି ବିଷୟ ଆଲୋଚନା ହେଉଛି।

ସାମ୍ନାକୁ ଆସିଲା ନିକିତା ମୃତ୍ୟୁର ସତ

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ସତ ଧିରେ ଧିରେ ସାମ୍ନାକୁ ଆସିଲା। ଡିସିପି ଅଖିଳେଶ୍ୱର ସିଂ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି “ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ହିଁ ନିକିତା ମୃତ୍ୟୁ ପାଇଁ ଦାୟୀ।  ଘଟଣାଦିନ ଉଭୟଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ କଥାକୁ ସ୍ୱୀକାର କରିଛି ଲିପନ। ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ ଖସିପଡିଛନ୍ତି ନିକିତା। ଲିପନଙ୍କ ବାପା ମାଆଙ୍କୁ ମଧ୍ୟ ଏ ନେଇ ପଚରାଉଚରା କରାଯାଇଛି। ଉଭୟଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି।”

ସିବିଆଇ ମୁଖ୍ୟ ଦାୟିତ୍ୱକୁ ଫେରିବେ ଆଲୋକ ବର୍ମା!

ଦେଶରେ ସିବିଆଇକୁ ନେଇ ଅନେକ ସମୟ ଧରି ବିବାଦ ଚାଲିଥିଲା। ଏନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ସିଭିସି ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ। ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ।

ବିଜେଡି ଦିଲ୍ଲୀରେ ପିକ୍‌ନିକ୍‌ କରୁଛି: ନିରଞ୍ଜନ

ଦିଲ୍ଲୀରେ ବିଜେଡି ସମାବେଶ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ଖୋଦ ନବୀନ ପଟ୍ଟନାୟକ ମଧ୍ୟ କହିଛନ୍ତି ଓଡ଼ିଶାର ଦାବି ପ୍ରତି କେବେ ବି କେନ୍ଦ୍ର ସରକାର ସହାନୁଭୂତି ଦେଖାଇନାହାନ୍ତି।

ଜାମିନ ଆବେଦନ ଖାରଜ, ଜେଲ ଗଲେ ନିକିତାଙ୍କ ସ୍ୱାମୀ ଲିପନ୍‌

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ନିକିତାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରିଥିଲା। ଲିପନଙ୍କ ଜାମିନ  ଆବେଦନକୁ ଏସଡିଜେଏମ୍‌ କୋର୍ଟ ଖାରଜ କରିଛନ୍ତି। ଏହା ପରେ ଲିପନ ସାହୁ ଜେଲ ଯାଇଛନ୍ତି। ଲିପନଙ୍କୁ ସୋମବାର ଗିରଫ କରାଯାଇଥିଲା।

ଦିଲ୍ଲୀରେ ମୋଦି ସରକାରଙ୍କୁ ନବୀନଙ୍କ ଟାର୍ଗେଟ – କହିଲେ, “ପ୍ରତିଶ୍ରୁତି ପାଳନ କରିନି କେନ୍ଦ୍ର”

ଚାଷୀଙ୍କ ସ୍ୱାର୍ଥ ରକ୍ଷା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଦାବିରେ ବିଜେଡି ଦିଲ୍ଲୀରେ କରିଛି କୃଷକ ଅଧିକାର ସମାବେଶ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଜାତୀୟ ରାଜଧାନୀ ଦିଲ୍ଲୀରେ ରଣହୁଙ୍କାର ଦେଇଛି। ହଜାର ହଜାର ଚାଷୀଙ୍କୁ ନେଇ ନବୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ।

ବୁଧବାର ଭାରତ ବନ୍ଦର ଦ୍ୱିତୀୟ ଦିନ – ଜାଣନ୍ତୁ କେଉଁ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି?

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସାରା ରାଜ୍ୟରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଥିଲେ।

ମହାମେଣ୍ଟରେ ଯୋଗଦାନ ନେଇ ନବୀନ କହିଲେ ‘ସମୟ ଦରକାର’

କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ଗଠନ ହେବାକୁ ଥିବା ମହାଗଠବନ୍ଧନରେ ବିଜୁ ଜନତା ଦଳର ଯୋଗଦାନ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଉ କିଛି ସମୟ ଲୋଡ଼ା ବୋଲି କହିଛନ୍ତି।

Comment