ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ତୃତୀୟ ପର୍ଯ୍ୟାରେ ୭୧.୬୧ପ୍ରତିଶତ ଭୋଟ, କେନ୍ଦୁଝର ସର୍ବାଧିକ ଓ ଭୁବନେଶ୍ୱରରେ ସର୍ବନିମ୍ନ ମତଦାନ

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ କେନ୍ଦୁଝରରେ ୭୮.୧୬ପ୍ରତିଶତ ଓ ସର୍ବନିମ୍ନ ଭୁବନେଶ୍ୱରରେ ୫୯.୬୦ ପ୍ରତିଶତ ମତଦାନ ହୋଇଛି। ସେହପରି ସମ୍ବଲପୁରରେ ୭୬.୩୮, ଢେଙ୍କାନାଳରେ ୭୪.୯୮,କଟକରେ ୬୯.୬୫,ପୁରୀରେ ୭୨.୫୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ କୁହାଯାଇଛି।

ନିର୍ବାଚନ ନସରୁଣୁ ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ

ବିଜେଡି ସଭାପତି କହିଛନ୍ତି, “ନୂଆ ସରକାର ହେବା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି କହିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ବହୁମତ ପାଇସାରିଲାଣି। ଲୋକଙ୍କ ଆଶୀର୍ବାଦରେ ବିଜେଡିକୁ ବହୁମତ ମିଳି ସାରଲାଣି। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀଙ୍କୁ ଆସିବାକୁ ନମ୍ରତାର ସହ ଅନୁରୋଧ କରୁଛି।”

ପାଟକୁରାରେ କିଏ ଧରିବ ବିଜେଡିର ମଙ୍ଗ?

ପାଟକୁରାରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା କିଛି କ୍ଷଣ ପରେ ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ନିଜ ପ୍ରତିକ୍ରିୟା ରଖିଛନ୍ତି। ଦଳ ଯଦି ତାଙ୍କୁ ଚୟନ କରେ ତେବେ ନିର୍ବାଚନ ଲଢ଼ି ବାପାଙ୍କ ସ୍ୱପ୍ନ ସାକାର କରିବେ ବୋଲି ସଞ୍ଜୟ କହିଛନ୍ତି। ପାଟକୁରାରେ ବିଜେଡିର ମଙ୍ଗ ଧରିବା ପାଇଁ ସଞ୍ଜୟ ପ୍ରସ୍ତୁତ ଥିବାର ସଂକେତ ଦେଇଛନ୍ତି।

ମେ ୧୯ରେ ପାଟକୁରାରେ ନିର୍ବାଚନ

ପାଟକୁରା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲେ ନିର୍ବାଚନ ଅଧିକାରୀ। ମେ ୧୯ରେ ପାଟକୁରାରେ ହେବ ମତଦାନ। ମେ ୧ରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ୨ତାରିଖରେ ଯାଞ୍ଚ ଓ ୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ବାଲେଶ୍ୱରର ସଭାରେ ମୋଦିଙ୍କ ଟାର୍ଗେଟର ଜବାବ ରଖିଲେ ନବୀନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଗସ୍ତ କରିଛନ୍ତି। ବାଲେଶ୍ୱର ଭୋଗରାଇରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ।

‘‘ବିପଦ ବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖାନଥିଲା। ଏବେ ଭୋଟ ପାଇଁ ପ୍ରତିଦିନ ଦୌଡ଼ୁଛନ୍ତିା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’’, ସଭାରେ ନବୀନ ମୋଦିଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତିା

ପୁଣି ଓଡ଼ିଶା ଆସିବେ ରାଜନାଥ ସିଂହ

ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ନେତାମାନେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର କରୁଛନ୍ତି। ଏବେ ନେତାମାନଙ୍କ ଫୋକସ୍ ଓଡ଼ିଶା ରହିଛି। କେନ୍ଦ୍ରର ବରିଷ୍ଠ ନେତାମାନେ ଲଗାତାର ଓଡ଼ିଶା ଗସ୍ତ କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପୁଣି ଓଡ଼ିଶା ଗସ୍ତ କରୁଛନ୍ତି। ରାଜନାଥ ଏପ୍ରିଲ ୨୫ରେ ଓଡ଼ିଶା ଆସି ନିମାପଡ଼ା, ଚାନ୍ଦବାଲି ଓ ବରିରେ ସଭା କରିବେ।

୨୫ରେ ୯ଟି ବୁଥରେ ରି-ପୋଲିଂ

ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବାତିଲ ହୋଇଥିବା ୯ଟି ବୁଥରେ ସାନି ମତଦାନ ହେବ। ଏହି ସମସ୍ତ ବୁଥରେ ଆସନ୍ତା ୨୫ତାରିଖରେ ଭୋଟଗ୍ରହଣ ହେବ। ଏ ନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବେଳେ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ୮ଟି ଓ ଇଭିଏମ ଭଙ୍ଗା ପାଇଁ ଗୋଟିଏ ବୁଥରେ ନିର୍ବାଚନକୁ ବାତିଲ କରାଯାଇଥିଲା । ଯାହାପରେ ଏହି ସବୁ ବୁଥରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିସ କରିଥିଲେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବିଜେଡି-ବିଜେପି ଉଭୟ ଦାବିଦାର : କିଏ ଗଢ଼ିବ ସରକାର?

ମହାରଥୀଙ୍କ ପାଇଁ ଅଡୁଆ ବଢୁଛି!

ରାଜଧାନୀରେ କମ୍ ଭୋଟ – ପୁରୁଣା ଅଭ୍ୟାସ ସହଜରେ ଯାଏନା

କଥାରେ ଦେଶ ଚାଲେ ନାହିଁ –  ନବୀନ

ପିପିଲିରେ ଷଡ଼ଯନ୍ତ୍ର ରଚିଛି ବିଜେପି, ଲୋକେ ଜବାବ ଦେବେ – ପିନାକୀ ମିଶ୍ର

Comment