ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ଆଖି ବୁଜିଲା କମଳା, ନନ୍ଦନକାନନରେ ଗଲା ଆଉ ଏକ ହାତୀର ଜୀବନ

ନନ୍ଦନକାନନରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି। ୭ ବର୍ଷର ମାଈ ହାତୀ କମଳାର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଛି। କମଳାର ମୃତ୍ୟୁ ହର୍ପିସ ଭୂତାଣୁ ଯୋଗୁଁ ହୋଇଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏୟାର ମାର୍ସଲ ଆରକେଏସ ଭଦୁରିଆ ହେବେ ଭାରତୀୟ ବାୟୁସେନାର ମୁଖ୍ୟ

ଏୟାର ଭାଇସ୍‌ ଚିଫ୍‌ ଏୟାର ମାର୍ସଲ ଆରକେଏସ ଭଦୁରିଆ ହେବେ ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟ ପ୍ରବକ୍ତା ସୂଚନା ଦେଇଛନ୍ତି। ସେ କହିଛନ୍ତି “ବାୟୁସେନାର ପ୍ରମୁଖ ପାଇଁ ଆରକେଏସ ଭଦୁରିଆଙ୍କ ନାଁରେ ମୋହର ଲାଗିଛି। ସେ ବର୍ତ୍ତମାନର ଚିଫ୍‌ ମାର୍ସାଲ ବିଏସ୍‌ ଧନାଓଙ୍କ ସ୍ଥାନ ନେବେ।”

ଏଟି ଚିଟ୍‌ଫଣ୍ଡ ଠକେଇରେ କେମିତି ଫସିଲେ ଆଶୀର୍ବାଦ?

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏଟି ଚିଟ୍‌ଫଣ୍ଡ ଠକେଇରେ ଗିରଫ ହୋଇଛନ୍ତି। ସିବିଆଇ ଗୁରୁବାର ଭୋର୍‌ରୁ ଆଶୀର୍ବାଦଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏବେ ଜାମିନ ଆବେଦନ ଖାରଜ ହେବା ପରେ ସେ ଜେଲ୍‌ ଯାଇଛନ୍ତି। ତେବେ ଆଶୀର୍ବାଦ କେମିତି ଏଟି ଠକେଇରେ ଫସିଲେ ଜାଣନ୍ତୁ ପୂରା ଘଟଣା ବିଷୟରେ।

ମମତାଙ୍କ ନୂଆ ପଲିଟିକାଲ ଚାଲ୍‌ – ମୋଦିଙ୍କ ପରେ ଏବେ ଅମିତ ଶାହ

ନୂଆଦିଲ୍ଲୀରେ ନୂଆ ପଲିଟିକାଲ ଚାଲ୍‌ ଖେଳୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୁଧବାର ଦିନ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିବା ବେଳେ ଗୁରୁବାର ଦିନ ଦିଦି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।

ଖାରଜ ହେଲା ଜାମିନ, ଜେଲ ଗଲେ ଆଶୀର୍ବାଦ ବେହେରା

ଜେଲ ଗଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଚିଟ୍‌ଫଣ୍ଡ ମାମଲାରେ ଆଜି ତାଙ୍କୁ ସିବିଆଇ ସକାଳେ ଗିରଫ କରିଥିଲା। ଗିରଫ ହେବା ପରେ ସେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ। ହେଲେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଭୁବନେଶ୍ଵର ସିବିଆଇ କୋର୍ଟ।

କନ୍ଧମାଳ: ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେଇ ଗିରଫ ହେଲେ ପ୍ରଧାନଶିକ୍ଷକ

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି ପ୍ରଧାନ ଶିକ୍ଷକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ କୁଢୁତୁଲି ହାଇସ୍କୁଲରେ। ପ୍ରଧାନ ଶିକ୍ଷକ ଜଣକ ହେଉଛନ୍ତି ଚନ୍ଦ୍ରଶେଖର ମହାରଣା। ତେବେ ଘଟଣାରେ ସାମିଲ ଥିବା ଅନ୍ୟ ଦୁଇଜଣ ସହକାରୀ ଶିକ୍ଷକ ଫେରାର୍‌ ଅଛନ୍ତି।

ବଦଳିବ ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ

ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର। ଖୁବ୍‌ଶୀଘ୍ର ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ ବଦଳିବାକୁ ଯାଉଛି। ଭୁବନେଶ୍ୱର ରେଳ ଷ୍ଟେସନର ରୁପାନ୍ତରଣ କରାଯାଇ ଏହାକୁ ଏକ ମଲ୍ଟିମୋଡାଲ ହବ୍‌ ଭାବେ ପରିଣତ କରାଯିବ। ଏନେଇ ଭାରତୀୟ ରେଲୱେ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବାର ଅଛି।

ବଜାରକୁ ଆସିଲା ନୂଆ ଚେୟାର, ଯାହାକୁ ପିନ୍ଧି ବୁଲିପାରିବେ, ଯେକୌଣସି ସ୍ଥାନରେ ବସି ପାରିବେ

ଏଣିକି ବସିବା ପାଇଁ ସବୁଠି ଚେୟାର ଖୋଜିବାକୁ ପଡ଼ିବ ନାହିଁ। ଆପଣ ଏବେ ଯେଉଁଠି ଚାହିଁବେ ସେଠି ଚେୟାରରେ ବସି ପାରିବେ।

ବ୍ରହ୍ମପୁର: କରେଣ୍ଟ ଲାଗି ଚାଲିଗଲା ମା’ ପୁଅଙ୍କ ଜୀବନ

ବିଦ୍ୟୁତ କରେଣ୍ଟ ଲାଗି ଗୋଟିଏ ପରିବାରରେ ମା’ ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାକୁଟ ଗାଁରେ।

ଶକ୍ତି ଓ ପ୍ରକୃତି

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ଗୋଟିଏ ଘଣ୍ଟାରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି।

“ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ ଓ ସଚିବଙ୍କ ଦରମାରୁ ଆଦାୟ ହେଉ କାଳିଆ ଟଙ୍କା”

ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ ଓ ସଚିବଙ୍କ ଦରମାରୁ କାଳିଆ ଟଙ୍କା ଆଦାୟ ହେଉ। ରାଜ୍ୟରେ ୩ଲକ୍ଷ ୪୧ ହଜାର ନୁହେଁ ବରଂ ୨୦ ଲକ୍ଷ ଲୋକ କାଳିଆ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ।

୬ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ସହ ଲଞ୍ଚ ହେଲା Samsung Galaxy M30s

ସାମସଙ୍ଗ ଭାରତରେ ଲଞ୍ଚ କରିଛି ଗାଲାକ୍ସି ଏମ୩୦ଏସ ଏବଂ ଏମ୧୦ଏସ ସ୍ମାର୍ଟଫୋନ। ସାମସଙ୍ଗ ଏମ୩୦ଏସ ସ୍ମାର୍ଟଫୋନ ହେଉଛି ପୂର୍ବରୁ ଥିବା ସାମସଙ୍ଗର ଏମ୍‌୩୦ର ଅପଗ୍ରେଡେଡ୍‌ ଭର୍ସନ। ଏହି ସ୍ମାର୍ଟଫୋନର ଖାସ୍‌ କଥା ହେଉଛି ଏଥିରେ ୬ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି। ଅନ୍ୟପକ୍ଷରେ ଏମ୧୦ଏସ ସ୍ମାର୍ଟଫୋନରେ ସୁପର ଏମୋଲେଡ ଡିସପ୍ଲେ ଏବଂ ଟ୍ରିପଲ ରିୟର କ୍ୟାମେରା ମଧ୍ୟ ରହିଛି।

ଏହି ସ୍ଥାନରେ ଅଛି ଗାନ୍ଧୀଜୀଙ୍କ ମନ୍ଦିର, ଦିନକୁ ୩ଥର ହୁଏ ପୂଜା, ଭୋଗ ଲାଗେ ବ୍ଲାକ୍‌ କଫି

ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା କୁହାଯାଏ। କେବଳ ଭାରତରେ ନୁହେଁ ପୂରା ବିଶ୍ୱରେ ଗାନ୍ଧୀଜୀଙ୍କୁ ଲୋକେ ପୂଜା କରନ୍ତି। ହେଲେ ଆପଣ ଜାଣନ୍ତି କି ଭାରତରେ ଏମିତି ଏକ ଖାସ୍‌ ମନ୍ଦିର ଅଛି ଯେଉଁଠି ଗାନ୍ଧୀଜୀଙ୍କୁ ପୂଜା କରାଯାଏ, ତାହା ପୁଣି ଦିନକୁ ତିନିଥର। ଏଠାରେ ପୂଜା ସମୟରେ ଆଳତୀ ମଧ୍ୟ କରାଯାଏ। ଏହି ମନ୍ଦିର କର୍ଣ୍ଣାଟକର ମାଙ୍ଗାଳୁରରେ ଅଛି। ଏହି ମନ୍ଦିରକୁ ଆସୁଥିବା ଲୋକ ସତ୍ୟ ଓ ଅହିଂସା ରାସ୍ତାରେ ଚାଳିବାକୁ ପ୍ରତିଜ୍ଞା କରିଥାନ୍ତି।

ରାଜ୍ୟରେ ୫ଟି ସହରରେ ଦିନରେ ଚାଲିବନି ଟ୍ରକ୍‌

“ବିକାଶ ପ୍ରକ୍ରିୟାରେ ଆମ ପରିବେଶ ଯେପରି ପ୍ରଦୂଷିତ ନ ହେଉ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା। ” ବୁଧବାର ଜୟଦେବ ଭବନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୬ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

୨ ମାସରେ ଓଡ଼ିଶାରେ ୪ ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶିଦଣ୍ଡ

ଏବେ ନାବାଳିକା ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ।  ଦିନକୁ ଦିନ ରାଜ୍ୟରେ ନାବାଳିକା ଦୁଷ୍କର୍ମ ବଢ଼ିବା ଦେଖାଦେଉଥିବା ବେଳେ ଏହାକୁ ନେଇ କୋର୍ଟ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ଫଳରେ ଗତ ୨ ମାସ ମଧ୍ୟରେ ଓଡ଼ିଶାରେ ୪ ଜଣଙ୍କୁ କୋର୍ଟ ଫାଶିଦଣ୍ଡ ଶୁଣାଇଛନ୍ତି। ଏହି ୪ ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଫାଶି ଦଣ୍ଡାଦେଶ ହୋଇଛି।

Comment