ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର

 

ବିଜେପିରୁ ଲଢ଼ିପାରନ୍ତି କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ!

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଆରମ୍ଭ କରିବାକୁ ଯାଉଛନ୍ତି ଦ୍ୱିତୀୟ ଇନିଂସ୍‌। ଖୁବଶୀଘ୍ର ରାଜନୀତି ମଇଦାନକୁ ଓହ୍ଲାଇପାରନ୍ତି ବୀରେନ୍ଦ୍ର ସେହ୍ୱାଗ। ଏନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ୨୦୧୯ ଲୋକସଭା ନିର୍ବାଚନରେ ସେହ୍ୱାଗ ବିଜେପିରୁ ଲଢ଼ିପାରନ୍ତି। ବିଜେପି ସେହ୍ୱାଗଙ୍କୁ ହରିୟାଣାର ରୋହତକ ଆସନରୁ ପାର୍ଥୀ ଭାବେ ଟିକେଟ ଦେବାର ସମ୍ଭାବନା ରହିଛି।

ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଲା ବଜେଟ୍ – ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଲା କେତେ?

୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ମୋଟ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ଆସନ୍ତା ୪ ମାସ ପାଇଁ ମୋଟ ୫୬ ହଜାର ୯୨୧ କୋଟି ଟଙ୍କାର ଲେଖାନୁଦାନ ଉପସ୍ଥାପନ କରାଯାଇଛି।

ଏମ୍‌ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟରୁ ଝଟକା 

ସିବିଆଇର ପୂର୍ବତନ ମୁଖ୍ୟ ଏମ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଏମ ନାଗେଶ୍ୱର ରାଓଙ୍କୁ ଫେବ୍ରୁଆରି ୧୨ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ କୋର୍ଟ ନୋଟିସ କରିଛନ୍ତି।

RBI କମାଇଲା ସୁଧହାର, କୃଷକଙ୍କ ଲାଗି ଆଶ୍ୱସ୍ତି

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରା ନୀତିର ସମୀକ୍ଷା କରିଛନ୍ତି। ଏଥିରେ ସୁଧହାର ହ୍ରାସ କରିଛି ଆରବିଆଇ। ରେପୋ ରେଟ୍‌ ୬.୫  ରୁ ୬.୨୫ପ୍ରତିଶତଙ୍କୁ କମିଛି, ସେହିପରି ରିଭର୍ସ ରେପୋ ରେଟ ୬ପ୍ରତିଶତ କରାଯାଇଛି।

ଆଜି ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା

ରାଜ୍ୟ ସରକାର ଗୁରୁବାର ୨୦୧୯- ୨୦ ଆର୍ଥିକ ବର୍ଷ ଲାଗି ବଜେଟ ଆଣିବେ। ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସସ୍ଥାପନ କରିବେ। ଏଥିରେ ରାଜ୍ୟ ସରକାର ୪ମାସ ଲାଗି କମାଚଳା ବଜେଟ ଆଣିବା କାର୍ଯ୍ୟସୂଚୀ ରହିଛି।  ଏଥର ବଜେଟ୍‌ର ଆକାର ୧ଲକ୍ଷ ୩୨ ହଜାର କୋଟି ଟଙ୍କାର ହେବ। ଏହା ଗତ ସାଧାରଣ ବଜେଟ ତୁଳନାରେ ୧୦ ପ୍ରତିଶତ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା – ଏନକାଉଣ୍ଟରରେ ଟଳିଲେ ୧୦ ମାଓବାଦୀ

ଛତିଶଗଡ଼ରେ ଗୁରୁବାର ଏକ ବଡ଼ ଧରଣର ଏନକାଉଣ୍ଟରରେ ୧୦ ମାଓବାଦୀ ନିପାତ ହୋଇଛନ୍ତି। ଘଟଣା ଘଟିଛି ଛତିଶଗଡ଼ ବିଜାପୁର ଭୈରମପୁର ଜଙ୍ଗଲରେ। ଏସ୍‌ଟିଏଫ୍‌ ଓ ଡିଆଇଜି ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟରେ ୧୦ ମାଓବାଦୀ ଟଳି ପଡ଼ିଛନ୍ତି।ଗଜପତିରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଜପତିରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲା ଗସ୍ତ କରିଛନ୍ତି। ମୋହନା, ଆର ଉଦୟଗିରି ଏବଂ ରାୟଗଡ଼ ବ୍ଲକରେ ୮୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଛତ୍ରପୁର ଥାନାରେ ହାଜର ହେଲେନି ଗୋଲକ

ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନାରେ ଆଜି ହାଜର ହେଲେନି ବିଜେପି ନେତା ଗୋଲକ ମହାପାତ୍ର। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋଲକ ଥାନାରେ ହାଜର ହୋଇ ନାହାନ୍ତି। ଗୋଲକଙ୍କ ଓକିଲ ଆଜି ଏନେଇ ଛତ୍ରପୁର ଏସ୍‌ଡିପିଓଙ୍କୁ ଭେଟି ଏହା ଜଣାଇଛନ୍ତି। ଗୋଲକ ପୁଣି କେବେ ଥାନାରେ ହାଜର ହେବେ ସେନେଇ ଆଉ ଏକ ତାରିଖ ସ୍ଥିର କରାଯିବ ବୋଲି କହିଛନ୍ତି ଏସ୍‌ଡିପିଓ।

ଆଇସିୟୁରେ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ

ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଅସୁସ୍ଥ ହୋଇ ପଡ଼ିଛନ୍ତି। ସୋନୁ ନିଗମ ନିଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ଏହି ଫଟୋରେ ତାଙ୍କର ଗୋଟିଏ ଆଖି ଫୁଲି ଯାଇ ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଯାଇଛି। ସେହିପରି ଅନ୍ୟ ଏକ ଫଟୋରେ ସେ ଅକ୍ସିଜେନ ମାସ୍କ ଲଗାଇ ଡାକ୍ତରଖାନା ବେଡ୍‌ରେ ଶୋଇ ରହିଛନ୍ତି।

ଚାଷୀ-ମହିଳା-ଯୁବକଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ନବୀନ ସରକାର

ଚାଷୀ, ମହିଳା ଏବଂ ଯୁବକଙ୍କ ହାତରେ ରହିଛି ଭୋଟ। ଏହାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲଭାବେ ବୁଝିଛନ୍ତି। ସେଥିପାଇଁ ୨୦୧୯ ନିର୍ବାଚନ ପୂର୍ବରୁ ବିଧାନସଭାରେ ଆଗତ ହୋଇଥିବା ବଜେଟରେ ଚାଷୀ, ମହିଳା, ଯୁବକଙ୍କୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।

ଲୋକସଭାରେ ଲମ୍ବା ଭାଷଣ ଦେଲେ ମୋଦି- କହିଲେ, “ଚୋର ଆଜି ଚୌକିଦାରକୁ ଗାଳି ଦଉଛି”

ଲୋକସଭାରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲମ୍ବା ସମୟ ଧରି ଭାଷଣ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଅବସରରେ ମୋଦି ପାଖାପାଖି ୧ ଘଣ୍ଟା ୪୦ ମିନିଟ୍ ଧରି କହିଥିଲେ।

ଦବଙ୍ଗ-୩ରୁ ଭାଇଜାନ ହଟାଇଲେ ମଲାଇକାଙ୍କ ନାଁ

ଦବଙ୍ଗ-୩ ଚଳିତ ବର୍ଷ ଏପ୍ରିଲରେ ରିଲିଜ ହେବାକୁ ଲକ୍ଷ ରଖିଛି ଟିମ୍‌। ଏହାକୁ ନଜରରେ ରଖି ଫିଲ୍ମ ନିର୍ମାଣ କାମ ଜୋରସୋରରେ ଚାଲିଛି। ଏହି ଫିଲ୍ମରେ ଲିଡ ରୋଲରେ ଅଛନ୍ତି ସଲମାନ ଖାନ୍‌। ତେବେ ଖାସ୍‌ କଥା ଏହାକି ଫିଲ୍ମର ଆଇଟମ୍‌ ଗୀତ ଲାଗି ସଲମାନ ମଲାଇକାଙ୍କୁ ଆପ୍ରୋଚ କରିନାହାନ୍ତି। ଏହାର କାରଣ ଭାଇ ଅରବାଜଙ୍କୁ ଛାଡପତ୍ର ଓ ତାହା ପରେ ଅର୍ଜୁନ କପୁରଙ୍କ ସହ ସମ୍ପର୍କ ବୋଲି ଚର୍ଚ୍ଚା ହେଉଛି।

କର ବା ମର ସ୍ଥିତିରେ ଟିମ୍‌ ଇଣ୍ଡିଆ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ହାରିଥିଲା। ତେବେ ଶୁକ୍ରବାର ଏହି ମ୍ୟାଚର ଦ୍ୱିତୀୟ ଟି-୨୦ ଖେଳାଯିବ। ସରିଜର ପ୍ରଥମ ମ୍ୟାଚରେ ହାରିବା ପରେ ଟିମ୍‌ ଇଣ୍ଡିଆ କର ବା ମର ସ୍ଥିତିରେ ପହଞ୍ଚିଛି। ୩ଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ୧-୦ରେ ପଛରେ ଅଛି।

ରବର୍ଟ ଭଦ୍ରାଙ୍କୁ ପୁଣି ଜେରା – ଗୁଡ଼େଇ ତୁଡ଼େଇ ପ୍ରଶ୍ନ କଲେ ଇଡି ଅଧିକାରୀ

ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ପୁଣି ଇଡି ଆଜି ଜେରା କରିଛି। ପ୍ରାୟ ୧୦ ଘଣ୍ଟା ଧରି ଇଡି ରବର୍ଟ ଭଦ୍ରାଙ୍କୁ ମନ ଲଣ୍ଡରିଂ ମାମଲାରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି।

ଭୁବନେଶ୍ୱରରୁ ୫ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ମହିଳା ଗିରଫ

ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ବାରି ଅଞ୍ଚଳରୁ ଗୁରୁବାର ୫ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଅବକାରୀ ବିଭାଗ ଗୁରୁବାର ଚଢ଼ାଉ କରି ଏହି ବ୍ରାଇନ୍‌ ସୁଗାର ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗର ଅଧିକାରୀମାନେ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ମହିଳା ହେଉଛନ୍ତି ବାରି ଅଞ୍ଚଳର ସତ୍ୟଜିତ ମହାନ୍ତିଙ୍କ ସ୍ତ୍ରୀ ସସ୍ମିତା ମହାନ୍ତି(୧୯)। ତାଙ୍କ ପାଖରୁ ୨୧ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଓ ୫ହଜାର ଟଙ୍କା ଜବତ କରିଛି ଅବକାରୀ ବିଭାଗ।

Comment