ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 7PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଦାମ ଦେଖାଇଲେ ଦମ୍ – ‘‘ବିଜେପି ହିଁ ନବୀନ ସରକାରକୁ ହଟାଇବ’’

ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ଦାମ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଏଠାରେ ପ୍ରଚାରକୁ ଜୋରଦାର କରିଛନ୍ତି। ଶୁକ୍ରବାର ଦିନ ଦାମ ବୋରିକିନା ଅଞ୍ଚଳରେ ପ୍ରଚାର କରୁଥିବା ବେଳେ ତାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ ଦାମ କହିଛନ୍ତି ଏଥର ନବୀନ ସରକାର ଓଡ଼ିଶାରୁ ହଟିବ।

rahul

ଗରିବୀ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବ କଂଗ୍ରେସ: ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ବାଲେଶ୍ୱରର ରେମୁଣା ନରହରିପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି। ସଭାରେ ଯୋଗ ଦେଇ ଭାଷଣ ଆରମ୍ଭରୁ ହିଁ ମୋଦି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।

ମୁଁ ଲୋକଙ୍କ ସାଙ୍ଗରେ ଅଛି, ଏଥର ନିଶ୍ଚିତ ଜିତିବି – ଚିରଞ୍ଜିବ ବିଶ୍ୱାଳ

୨୦୧୪ ନିର୍ବାଚନରେ କଂଗ୍ରେସ ଯେଉଁ କିଛି ହାତଗଣତି ଆସନରେ ବିଜୟ ବାନା ଉଡ଼ାଇଥିଲା ତା’ ମଧ୍ୟରୁ ଜଗତସିଂହପୁର ହେଉଛି ଅନ୍ୟତମ। ଏହି ଆସନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସଙ୍କୁ ପରାଜିତ କରି କଂଗ୍ରେସର ଚିରଞ୍ଜିବ ବିଶ୍ୱାଳ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥର ବି ଚିରଞ୍ଜିବୀଙ୍କ ଉପରେ କଂଗ୍ରେସ ଭରସା କରିଛି। ଜଗତସିଂହପୁର ବିଧାନସଭା ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ଏଥର ବି ଲୋକଙ୍କ ସ୍ନେହ ଶ୍ରଦ୍ଧା ପାଇ ବିଧାନସଭାକୁ ନିର୍ବାଚିତ ହେବା ପାଇଁ ଚିରଞ୍ଜିବ ଆଶା କରିଛନ୍ତି।

ପଦ୍ମ ଧରିଲେ କଣ୍ଠଶିଳ୍ପୀ ଦିଲେର ମେହେନ୍ଦି

ନିକଟରେ ବଲିଉଡ ଆକ୍ସନ ଷ୍ଟାର ସନ୍ନି ଦେଓଲ ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ବଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ଦିଲେର ମେହନ୍ଦି ବିଜେପିରେ ଯୋଗ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ମିଶ୍ରଣ ପର୍ବରେ ଦିଲେର ମେହନ୍ଦି ପଦ୍ମ ଧରିଛନ୍ତି।

Naveen

ପୁଣି ଏରସମାରେ କେନ୍ଦ୍ର ଉପରେ ବର୍ଷିଲେ ନବୀନ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ ଏପ୍ରିଲ ୨୯ରେ। ପ୍ରଚାର ଲାଗି ହାତରେ ମାତ୍ର ଅଉ କେଇଦିନ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଗତସିଂହପୁର ବାଲିକୁଦାରେ ଏରସମାରେ ନିର୍ବାଚନ ପ୍ରଚାର କରିଛନ୍ତି। ଏରସମା ସଭାରେ ଯୋଗ ଦେଇ ନବୀନ ସିଧା କେନ୍ଦ୍ରକୁ ସମାଲୋଚନା କରିଛନ୍ତି।

omm prakash

ମୁହଁ ଖୋଲିଲେ ଓମ୍ ପ୍ରକାଶ – ‘‘ସତ୍ୟବାଦୀରେ ଚାଲିଥିଲା ବୁଥ୍ ରିଗିଂ’’

ସତ୍ୟବାଦୀ ଇଭିଏମ୍ ଭଙ୍ଗାରୁଜା ଘଟଣା ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ମୁହଁ ଖୋଲିଛନ୍ତି ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର। ଏକ ଭିଡିଓ ଜରିଆରେ ଓମ୍ ନିଜ ପ୍ରତିକ୍ରିୟା ରଖିଛନ୍ତି।

କିଏ ଏହି ନେତା? ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରଣାସୀରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତିା ମୋଦିଙ୍କ ପ୍ରାର୍ଥିପତ୍ର ଦାଖଲ ଅବସରରେ ବହୁ ବରିଷ୍ଠ ନେତା ଜିଲ୍ଲାପାଳ ଅଫିସରେ ଉପସ୍ଥିତ ଥିଲୋ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସେଠାରେ ମୋଦି ଜଣେ ବରିଷ୍ଠ ନେତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ବାରଣାସୀ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ମୋଦି

ବାରଣାସୀ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନରେନ୍ଦ୍ର ମୋଦି। ଆଜି କାଳ ଭୈରବଙ୍କୁ ଦର୍ଶନ କରି ମୋଦି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ସୁସଜ୍ଜିତ ଗାଡ଼ିରେ ରୋଡ୍ ସୋ’ କରି ଆସିଥିଲେ। ଏକ ଖୋଲା ଗାଡ଼ିରେ ହାତ ହଲାଇ ଲୋକଙ୍କୁ ଉତ୍ସାହିତ କରିଥିଲେ ମୋଦି।

amit shah

୨୭ରେ ଓଡ଼ିଶା ଆସିବେ ଅମିତ ଶାହ, ମୋରଡ଼ା ଓ ସୁକିନ୍ଦାରେ କରିବେ ପ୍ରଚାର

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ। ଏହି ଦିନ ସେ ଯାଜପୁର ଜିଲ୍ଲାର ସୁକିନ୍ଦା ଏବଂ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାଠାରେ ନିର୍ବାଚନୀ ପ୍ରଚାର କରିବେ। ଶାହ ପ୍ରଥମେ ମୋରଡ଼ା ଯିବେ। ସାଢ଼େ ୧୧ଟାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବାପ-ପୁଅ ସବୁଠୁ ଧନୀ ପ୍ରାର୍ଥୀ

ପାଟକୁରାରେ କିଏ ହେବ ବିଜେଡି ପ୍ରାର୍ଥୀ?

ମୋଦିଙ୍କ ସହ ଲଢ଼ିବାକୁ ଅଜୟ ରାୟଙ୍କୁ କାହିଁକି କଂଗ୍ରେସ ଦେଲା ଟିକେଟ୍? 

Comment