ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ପ୍ରମୁଖ ଖବର।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ସମାପ୍ତ ହୋଇଛି। ଆଜି ତୃତୀୟ ଦିନ ଖେଳରେ ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟ୍ସମ୍ୟାନ ଓ ଭାରତୀୟ ବୋଲରଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୮ ଓ୍ଵିକେଟ ହରାଇ ୩୮୫ ରନ କରିଛି। ଅନ୍ୟପକ୍ଷରେ ଅଶ୍ଵିନୀ ଭାରତ ପକ୍ଷରୁ ସର୍ବାଧିକ ୫ଟି ଓ୍ଵିକେଟ ହାସଲ କରିଥିଲେ।

ବିଲ ଭିତରୁ ଉଦ୍ଧାର ହେଲା ସ୍ଵାମୀ, ସ୍ତ୍ରୀଙ୍କ ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଅଁଳାପାଳ ଗାଁରେ।

ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ଗିରଫ କରିଛି ସମ୍ବଲପୁର ପୋଲିସ।

ଆପଣ ସ୍କୁଲ କିମ୍ବା କଲେଜ ବସ୍ ତ ନିଶ୍ଟୟ ଦେଖିଥିବେ। ସମସ୍ତ ସ୍କୁଲ ଆଉ କଲେଜ ବସ୍ ର ରଙ୍ଗ ହଳଦିଆ ରଙ୍ଗର ହୋଇଥାଏ। ଅନ୍ୟ ସମସ୍ତ ସାଧାରଣ ବସ୍ଠାରୁ ଏହି ବସ୍ଗୁଡିକ ଦେଖିବାକୁ ଟିକେ ଭିନ୍ନ। ତେବେ ଆପଣ ଜାଣିଛନ୍ତି କି, କଣ ପାଇଁ ଏହି ସ୍କୁଲ ଆଉ କଲେଜ ବସର ରଙ୍ଗ ହଳଦିଆ ରଙ୍ଗର ହୋଇଥାଏ।

ନନ୍ଦନକାନନରେ ଥିବା ଏକ ଜଳହସ୍ତୀର ମୃତ୍ୟୁ ହୋଇଛି। ଶାରୀରିକ ଅସୁସ୍ଥତା କାରଣରୁ ଶୁକ୍ରବାର ଏହି ଜଳହସ୍ତୀର ମୃତ୍ୟୁ ଘଟିଥିବା କୁହାଯାଇଛି।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ପକ୍ଷରୁ ବସ୍ ଯାତ୍ରୀଙ୍କ ପାଇଁ ଟୋଲ ଫ୍ରି ହେଲ୍ପଲାଇନ ଜାରି କରାଯାଇଛି। ଏହା ମାଧ୍ୟମରେ ଯାତ୍ରୀମାନେ ନିଜ ଅଭିଯୋଗ ଜଣାଇ ପାରିବେ। ୧୮୦୦-୩୪୫-୧୧୧୨୨ ଏହି ନମ୍ଵରରେ ଯାତ୍ରୀମାନେ ନିଜ ଅଭିଯୋଗ ଜଣାଇବେ।

ପୁରୀ: ଯେଉଁ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଛନ୍ତି ସେମାନେ ପ୍ରଥମେ ମା’ ବାଟମଙ୍ଗଳାଙ୍କୁ ଦର୍ଶନ କରିଥାନ୍ତି। ମା’ ବାଟମଙ୍ଗଳାଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କଲେ ରାସ୍ତାରେ କୌଣସି ପ୍ରତିବନ୍ଧକ ଆସିନଥାଏ ବୋଲି ବିଶ୍ୱାସ ରହିଛି। ଆରାଧ୍ୟ ଦେବୀ ମା’ ବାଟମଙ୍ଗଳାଙ୍କ ପୀଠରେ ଏବେ ଷୋଡ଼ଶ ପୂଜା ଚାଲିଛି। ଆଶ୍ୱିନ ମାସର ମୂଳାଷ୍ଟମୀ ଦ୍ୱିତୀୟ ଓସାଠାରୁ ମା’ଙ୍କ ଷୋଡଶ ପୂଜା ଆରମ୍ଭ ହୋଇଛି। ବର୍ଷ ତମାମ ମା’ଙ୍କ ପାଖରେ ଭକ୍ତମାନଙ୍କ ଭିଡ଼ ଲାଗୁଥିବା ବେଳେ ଷୋଡ଼ଶ ପୂଜା ଦେଖିବା ପାଇଁ ପ୍ରତିଦିନ ଅଧିକ ସଂଖ୍ୟାରେ ଭକ୍ତମାନେ ଆସୁଛନ୍ତି।

ବାଲେଶ୍ୱରରୁ ପ୍ରକାଶିତ ପୁରାତନ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ଶାରଦୀୟ ସାରସ୍ୱତ ସମାରୋହ ସ୍ଥାନୀୟ ‘ଆତିଥ୍ୟ’ ସଭାଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ପତ୍ରିକାର ସଂପାଦିକା ମମତା ମହାପାତ୍ର ପୌରୋହିତ୍ୟ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ମଧୁମିତା ଦାସ ଯୋଗଦେଇଥିଲେ।

୩ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଭିଜିଲାନ୍ସ ଯାଞ୍ଚରେ ଦୁର୍ନୀତି ପ୍ରମାଣ ମିଳିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେମାନଙ୍କୁ ନିଜ କାର୍ଯ୍ୟରୁ ଅବସର ଦିଆଯାଇଛି।

ବାଲେଶ୍ଵର ନୀଳଗିରି ବିଧାୟକ ଓ ତହସିଲଦାର ମୁହାଁମୁହିଁ ହେବା ଘଟଣା ତ୍ରୀବ୍ର ରୂପ ନେଇଛି। ତହସିଲଦାରଙ୍କୁ ବିଧାୟକଙ୍କ ସମର୍ଥକମାନେ ତାଲା ପକାଇ ଦେଇଛନ୍ତି। ଏହାସହ ତହସିଲଦାରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଧାୟକ ସୁକାନ୍ତ କୁମାର ନାୟକ ଓ ସମର୍ଥକମାନେ ଧାରଣାରେ ବସିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି ଭାରତୀୟ ସ୍ପିନର ହରଭଜନ ସିଂହ। ଇଂଲଣ୍ଡରେ ହେବାକୁ ଥିବା ‘ଦ ହଣ୍ଡ୍ରେଡ ଲିଗ’ରେ ଅଂଶଗ୍ରହଣ କରିବା ପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା କଥା ଚର୍ଚ୍ଚା ହେଉଛି।

ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଅଣ୍ଟା ଭିଡ଼ିଛି କମିସନରେଟ୍ ପୋଲିସ। ବିଶେଷକରି କଟକ ଦଶହରାକୁ ପୋଲିସ ଗୁରୁତ୍ୱ ଦେଇଛି। ଦୁର୍ଗା ପୂଜା ସମୟରେ କଟକରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଭସାଣ ଶୋଭାଯାତ୍ରା ବେଳେ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ।

ଆରମ୍ଭ ହୋଇଗଲାଣି ପାର୍ବଣ ୠତୁ। ବଢ଼ିଲାଣି ପୂଜା ଭିଡ଼। ଏନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲୋକଙ୍କ ସୁରକ୍ଷା ଆଉ ପୂଜା ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ପକ୍ଷରୁ କେତେକ ନୂଆ ବନ୍ଦୋବସ୍ତମାନ ହୋଇଛି।

ସୁନ୍ଦର ଆଲୋକ ମାଳା ଓ ମନଲୋଭା ତୋରଣରେ ଏବେ ହସି ଉଠୁଛି ବାଲେଶ୍ୱର ସହର। ପୂଜା ମଣ୍ଡପଗୁଡ଼ିକରେ ଅଭୟଦାୟିନୀ ମା ଦୁର୍ଗାଙ୍କୁ ଆବାହନ ଲାଗି ପ୍ରସ୍ତୁତି ପହଂଚିଛି ଶେଷ ପର୍ଯ୍ୟାୟରେ। ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ମନୋନିବେଶ କରିଛନ୍ତି କାରିଗର।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କାର୍ତ୍ତିକ ମାସ ଓ ପଞ୍ଚୁକ ପାଞ୍ଚଦିନ ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଏସପି, ଜିଲ୍ଲାପାଳ, ନୀତି ପ୍ରଶାସକ ଉପସ୍ଥିତ ରହିଥିଲେ।

ଭୁବନେଶ୍ୱରକୁ ବଢ଼ିବ ଘରୋଇ ବିମାନ ସେବା। ଆସନ୍ତା ଅକ୍ଟୋବର ୨୮ ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଳୁରୁକୁ ଦୁଇଟି ନୂଆ ଏୟାର ଏସିଆ ବିମାନ ଚଳାଚଳ ହେବ। ସେହିପରି ହାଇଦ୍ରାବାଦ ଏବଂ କୋଲକାତାକୁ ଗୋଟିଏ ଲେଖାଏଁ ନୂଆ ବିମାନ ଚଳାଚଳ ହେବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି। ଏଣିକି ବିମାନ ରାତି ୯ଟାରେ କୁଆଲା ଲମ୍ପୁରରୁ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବ। ପୁଣି ୯ଟା ୩୦ ମିନିଟରେ ବିମାନ ଭୁବନେଶ୍ଵରରୁ ବାହାରି କୁଆଲା ଲମ୍ପୁରକୁ ଯିବ।

ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସରେ ଲାଗିଲା ନିଆଁ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସହ ଅନେକ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ ପୋଡ଼ିଯାଇଛି।