ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

କଟକର ସବୁ ପୂଜା ମଣ୍ଡପରେ ଲାଗିବ ସିସିଟିଭି – ପୋଲିସ କମିସନର

“ଚଳିତ ବର୍ଷ କଟକର ସମସ୍ତ ଦୁର୍ଗାପୂଜା ମଣ୍ଡପରେ ସିସିଟିଭି ଲାଗିବ” ପୋଲିସ କମିସନରେ ସୁଧାଂଶୁ ଷଡ଼ଙ୍ଗୀ।

ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶାର ସଂସ୍କୃତିକ ରାଜଧାନୀ କଟକ ସହରରେ ଧୂମଧାମରେ ପାଳିତ ହେବାକୁ ପ୍ରସିଦ୍ଧ ଦୁର୍ଗାପୂଜା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ପୂଜାକୁ ଦୃଷ୍ଟିରେ ରଖି ଗୁରୁବାର କମିସନରେଟ୍‌ ପୋଲିସ ସହ କଟକର ବିଭିନ୍ନ ପୂଜା କମିଟିର ବୈଠକ ବସିଥିଲା। ବୈଠକରେ ଏନେଇ ପୋଲିସ କମିସନରେ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ରେକର୍ଡ ଭାଙ୍ଗିଲା ଟ୍ରାଫିକ ଚାଲାଣ – ଟ୍ରକ ଡାଇଭର ଗଣିଲେ ୨ ଲକ୍ଷ ୫୦୦ ଟଙ୍କା ଫାଇନ୍‌

ନୂଆ ମୋଟର ଯାନ ଆଇନ ଅନୁଯାୟୀ ଟ୍ରାଫିକ୍‌ ନିୟମ ଉଲଙ୍ଘନ କରି ଲୋକେ ମୋଟା ଅଙ୍କର ଫାଇନ୍‌ ଗଣୁଛନ୍ତି। ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀରେ ଏକ ଟ୍ରକ୍‌ର ୨ ଲକ୍ଷ ୫୦୦ ଟଙ୍କା ଚାଲାଣ କଟିଛି। ତେବେ ଏହା ଦେଶର ସବୁଠାରୁ ବଡ଼ ଚାଲାଣ କଟାଯାଇଥିବା କୁହାଯାଉଛି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଲେ ‘ଭାରତ ଇତିହାସ’ ଭୁଲ୍

‘‘ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଇତିହାସର ପୁନର୍ଲିଖନ କରାଯାଉ। ଜାତିର ମଙ୍ଗଳ ପାଇଁ ଇତିହାସ ଆଉ ଥରେ ଲେଖାଯିବା ଦରକାର। ପିଲାମାନଙ୍କୁ ଭୁଲ୍‌ ଇତିହାସ ପଢ଼ାଯାଉଛି। ଲୋକମାନଙ୍କୁ ଭୀରୁ କରିବାକୁ ଚେଷ୍ଟା କରାଯାଉଛି। ଭାରତ ଇତିହାସକୁ ବିଦେଶୀ ଆକ୍ରମଣକାରୀମାନେ ଭୁଲ୍‌ ଭାବେ ଲେଖିଛନ୍ତି। ଭାରତୀୟମାନଙ୍କ ଦେଶପ୍ରେମ ଓ ଗୌରବଭାବକୁ ସମାପ୍ତ କରିବା ପାଇଁ ଭୁଲ୍‌ ଇତିହାସ ଲେଖାଯାଇଛି’’, କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

କଂଗ୍ରେସରେ ନୂଆ ପାଲା – ରାଜ୍ୟ ସଭାପତି ନିରଞ୍ଜନଙ୍କ ବିରୋଧରେ ବହେ ଝାଡ଼ିଲେ ଛାତ୍ର ସଭାପତି ଇତିଶ

ନିର୍ବାଚନ ସରିଲା। କଂଗ୍ରେସରେ ପାଲା ଚାଲିଲା। ଯେଉଁ ପାଲା ପ୍ରତି ନିର୍ବାଚନ ପରେ କଂଗ୍ରେସରେ ଆରମ୍ଭ ହୁଏ ଏବେ ପୁଣି ସେହି ପାଲା ଦେଖିବାକୁ ମିଳିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବହିଷ୍କାର ଦାବିରେ ପାଲା ଜମିଛି। ଏହି ପାଲା ଜମେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ।

ଧୋନିଙ୍କ ଅବସର ନେବା କଥା ଏକ ଗୁଜବ – ଧୋନିଙ୍କ ପତ୍ନୀ ସାକ୍ଷୀ

କ୍ରିକେଟରୁ ଅବସର ଘୋଷଣା କରିବେ କି ଧୋନି ? କ୍ରିକେଟ୍‌କୁ ଗୁଡ୍‌ ବାଏ କହି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯିବେ ଧୋନି। ଗୁରୁବାର ଏଭଳି କିଛି ଖବର ଜାତୀୟ ଗଣମାଧ୍ୟମରେ ସ୍ଥାନ ପାଇବା ପରେ ସୋସିଆଲ ମିଡିଆରେ ଏକ ପ୍ରକାରର ଝଡ଼ ସୃଷ୍ଟି ହୋଇଯାଇଛି। ତେବେ ଏହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି ଧୋନିଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି।

ଘୋଷଣା ହେଲା ଭାରତୀୟ ଟେଷ୍ଟ ଦଳ – ବାଦ୍‌ ପଡ଼ିଲେ କେଏଲ୍‌ ରାହୁଲ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ଆସନ୍ତା  ଅକ୍ଟୋବର ୨ରୁ ଖେଳାଯିବାକୁ ଥିବା ୩ଟି ଟେଷ୍ଟ ବିଶିଷ୍ଟ ଏହି ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଦଳରେ କେଏଲ୍‌ ରାହୁଲ ବାଦ ପଡ଼ିଥିବା ବେଳେ ଶୁଭମନ୍‌ ଗିଲଙ୍କୁ ଟେଷ୍ଟ ଟିମ୍‌ରେ ସାମିଲ କରାଯାଇଛି।

ପିଲାକୁ ସ୍କୁଲରେ ତାଲା ପକାଇ ସସ୍‌ପେଣ୍ଡ ହେଲେ ପ୍ରଧାନ ଶିକ୍ଷୟତ୍ରୀ

ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ରକୁ ତାଲା ପକାଇ ସସପେଣ୍ଡ ହେଲେ ପ୍ରଧାନ ଶିକ୍ଷୟତ୍ରୀ। ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ମଠ ସାହି ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିପ୍ରତିମା ମହାପାତ୍ର।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଁ ବଢ଼ିଲା ଆବେଦନ ତାରିଖ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର-୨୦୨୦ ପାଇଁ ଆବେଦନ ତାରିଖ ବଢ଼ିଲା। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କଂଗ୍ରେସର ସୁର ଭାଇ କହିଲେ : ମୋଦି-ନବୀନ ଭାଇଭାଇ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ବଡ଼ ଭାଇ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସାନ ଭାଇ। ଏହା ଆମେ କହୁନୁ, କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଏହା କହିଛନ୍ତି। ମୋଦି-ନବୀନଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ ହେବାରୁ ଗଣମାଧ୍ୟମରେ ସେ ଏଭଳି କଥା କହିଛନ୍ତି।

ଜଙ୍ଗଲ ଜମିରେ ବେଆଇନ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ – କାର୍ଯ୍ୟବନ୍ଦ ପାଇଁ ନିର୍ଦ୍ଦେଶ ଦେଲା ଏନ୍‌ଜିଟି

କେନ୍ଦ୍ରାପଡ଼ା ଜିଲ୍ଲାରେ ଜଙ୍ଗଲ କିସମ ଜମିରେ ବେଆଇନ ଭାବେ ନିର୍ମାଣ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଲାଗିଛି ଏନ୍‌ଜିଟି ଝଟକା। ଫରେଷ୍ଟ କଞ୍ଜରଭେସନ ଆଇନ୍ ୧୯୮୦କୁ ଉଲଙ୍ଘନ କରି ବେସରକାରୀ ଠିକା ସଂସ୍ଥା ଏଲ୍ ଆଣ୍ଡ ଟି ବେଆଇନ ଭାବେ ପାଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଏନେଇ ପ୍ରକଳ୍ପ ନିର୍ମାଣକୁ ବନ୍ଦ କରିବା ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି।

ଟାଇମ୍ସ ୱାର୍ଲ୍ଡ ରାଙ୍କିଂରେ ପ୍ରଥମ ଥର ପାଇଁ ସ୍ଥାନ ପାଇଲା ସୋଆ

ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଂ ୨୦୨୦ରେ ୧୦୦୧ ପ୍ଲସ କ୍ୟାଟେଗୋରୀରେ ପ୍ରଥମ ଉଦ୍ୟମରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ସ୍ଥାନ ପାଇଛି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ସହ ଜଡିତ ଥିବା ୫ଟି ଦିଗକୁ ନେଇ ଏହି ରାଙ୍କିଂ କରାଯାଇଥିଲା।

ଗାନ୍ଧୀ ଜୟନ୍ତୀରୁ ପ୍ରତି ଜିଲ୍ଲାରେ ଗାନ୍ଧୀଙ୍କ ନାମରେ ହେବ ରାସ୍ତା

ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପ୍ରତିଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମାର୍ଗକୁ ଗାନ୍ଧୀଙ୍କ ନାଁରେ ନାମିତ କରାଯିବ। ଏହାସହ ସେହି ମାର୍ଗରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ। ପ୍ରତି ଜିଲ୍ଲାର ସଂସ୍କୃତି ଅଧିକାରୀମାନେ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଗାନ୍ଧୀମାର୍ଗଗୁଡ଼ିକୁ ଚୟନ କରିବେ।

ବ୍ୟବସାୟୀ ଓ ସ୍ଵରୋଜଗାର ବ୍ୟକ୍ତିଙ୍କ ପାଇଁ ରାଷ୍ଟ୍ରିୟ ପେନସନ ଯୋଜନା

ଏଣିକି ବ୍ୟବସାୟୀ ଓ ସ୍ଵରୋଜଗାର ବ୍ୟକ୍ତି ପାଇବେ ପେନସନ। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ପ୍ରାୟ ୩ କୋଟି ବ୍ୟବସାୟୀ ଉପକୃତ ହୋଇପାରିବେ। ନାମାଙ୍କାନ ପାଇଁ ଇଚ୍ଛୁକ ଲୋକମାନେ ନିକଟତମ କମନ ସର୍ଭିସ ସେଣ୍ଟରରେ ନାମାଙ୍କନ କରିପାରିବେ।

ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଲେ ଭାରତୀୟ ରାଷ୍ଟ୍ରଦୂତ ନଭଦୀପ ସିଂହ ସୁରି

ସଂଯୁକ୍ତ ଆରବ ଏମେରିଟସ୍‌(ୟୁଏଇ) ଭାରତୀୟ ରାଷ୍ଟ୍ରଦୂତ ନଭଦୀପ ସିଂହ ସୁରିଙ୍କୁ ୟୁଏଇର ସବୋର୍ଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାଏଦ’ରେ ସମ୍ମାନିତ କରିଛି। ଗୁରୁବାର ୟୁଏଇର ବିଦେଶ ଓ ଅନ୍ତରାଷ୍ଟ୍ରୀୟ ମନ୍ତ୍ରୀ ଏଚ୍‌ଏଚ୍‌ ଶେଖ ଅବ୍‌ଦୁଲ୍ ବିନ୍‌ ଜାୟଦ ଅଲ ନାହୟାନ ନଭଦୀପ ସିଂହ ସୁରିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ପିଲାକୁ ସ୍କୁଲରେ ତାଲା ପକାଇ ଶିକ୍ଷକ ଛୁ, ଗଣଶିକ୍ଷା ବିଭାଗର ତନାଘନା

ବାଲେଶ୍ୱର ଜିଲ୍ଲାରେ ଘଟିଛି ଗୋଟିଏ ଅଭାବନୀୟ ଘଟଣା। ଜଣେ ପ୍ରଥମ ଶ୍ରେଣୀ ଛାତ୍ର ସ୍କୁଲରେ ଥିବା ପରେ ମଧ୍ୟ ସ୍କୁଲ ଗେଟରେ ତାଲା ପକାଇ ଛୁ ହୋଇଛନ୍ତି ସ୍କୁଲର ପିଅନ ଓ ଶିକ୍ଷକ।

ନବରାତ୍ରିରେ ନଅ ଅବତାରରେ ପୂଜା ପାଆନ୍ତି ମା’ ଦୁର୍ଗା – ଜାଣନ୍ତୁ ଏହା ପଛର କାହାଣୀ

ପବିତ୍ର ନବରାତ୍ରୀରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ ୯ ଅବତାରରେ ପୂଜା କରାଯାଏ। ମା’ଙ୍କ ଏହି ଅବତାର ପଛରେ ମଧ୍ୟ କାହାଣୀ ରହିଛି। ଆସନ୍ତୁ ଜାଣିବା ମା’ଙ୍କ ଏହି ଅବତାର ଓ ତା ପଛରେ ଥିବା କାହାଣୀ ବିଷୟରେ।

୫ଜଣଙ୍କୁ ମିଳିଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୯

ସୃଜନ ଦ୍ୱାରା ଆୟୋଜିତ ୨୫ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ବୁଧବାର ଅନ୍ତିମ ସନ୍ଧ୍ୟା ଥିଲା। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ତାହାକୁ କିପରି ଲୋକଲୋଚନକୁ ଆଣିବା। ଏହି ଅବସରର ଶେଷ ସନ୍ଧ୍ୟାରେ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେପ୍ଟେମ୍ବର ୨୪ରେ ଲଞ୍ଚ ହେବ ବଜେଟ୍‌ ସ୍ମାର୍ଟଫୋନ Vivo U10

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଏହାର ପ୍ରଥମ ‘ୟୁ ସିରିଜ’ ଭାରତରେ ଲଞ୍ଚ କରିବାକୁ ଘୋଷଣା କରିଛି। ୟୁ ସିରିଜ ଅନ୍ତର୍ଗତ ଆସନ୍ତା ସେପ୍ଟେମ୍ବର ୨୪ରେ ଭିଭୋ ଭାରତରେ ଲଞ୍ଚ କରିବାକୁ ଯାଉଛି ବଜେଟ୍‌ ସ୍ମାର୍ଟଫୋନ ‘ଭିଭୋ ୟୁ୧୦’। ଲଞ୍ଚ ପୂର୍ବରୁ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍‌ ଆମାଜନ ଇଣ୍ଡିଆ ୱେବସାଇଟ୍‌ରେ ଲିଷ୍ଟ କରାଯାଇଛି।

୯ ମହିଳା ଖେଳାଳିଙ୍କୁ ପଦ୍ମ ପୁରସ୍କାର ପାଇଁ ସୁପାରିଶ – ମେରିକମଙ୍କୁ ପଦ୍ମବିଭୂଷଣ ଓ ସିନ୍ଧୁଙ୍କୁ ପଦ୍ମଭୂଷଣ!

ଭାରତୀୟ ବକ୍ସର ମେରିକମଙ୍କୁ ମିଳିପାରେ ପଦ୍ମବିଭୁଷଣ ସମ୍ମାନ। ଏନେଇ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏକ ତାଲିକା ପଦ୍ମ ଆୱାର୍ଡ କମିଟି ପାଖକୁ ପଠାଯାଇଛି। ଏହି ଲିଷ୍ଟରେ ୯ଜଣ ମହିଳା କ୍ରୀଡ଼ାବିତ୍‌ଙ୍କୁ ପଦ୍ମ ପୁରସ୍କାର ପାଇଁ ସୁପାରିଶ କରାଯାଇଛି।

‘ହେଲୋ’ ବିକ୍ରମ: ଲ୍ୟାଣ୍ଡରକୁ ମେସେଜ ପଠାଇଲା ନାସା

ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଜାରି ରଖିଛି ଇସ୍ରୋ। ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଅସଫଳ ହେବା ପରେ ବର୍ତ୍ତମାନ ନାସା ଏହି ପ୍ରୟାସ କରିଛି। ନାସା ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ‘ହେଲୋ’ ମେସେଜ ପଠାଇଛି।

ନୂଆ ଟ୍ରାଫିକ ନିୟମ ପାଇଁ କଟକରୁ ଗଡ଼ିଲା ସଚେତନତା ରଥ

ନୂଆ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଆରମ୍ଭ ହେଲା ପ୍ରୟାସ। କଟକ-ଭୁବନେଶ୍ଵରରେ କମିଶନରେଟ ପୋଲିସ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏନେଇ ଗୁରୁବାର କଟକରୁ ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି।

୬ ଟି ଏକେ-୪୭ ସହ ଜମ୍ମୁ କଶ୍ମୀର ପୋଲିସ ହାତରେ ଧରାପଡ଼ିଲେ ୩ ଆତଙ୍କବାଦୀ

ଜମ୍ମୁ କଶ୍ମୀର ପୋଲିସକୁ ଗୁରୁବାର ବଡ଼ ସଫଳତା ମିଳିଛି। କଠୁଆ ଅଞ୍ଚଳରୁ ୬ ଟି ଏକେ ୪୭ ବନ୍ଧୁକ ସହ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।

ସାବଧାନ! ସ୍କୁଲ ବ୍ୟାଗ୍ ଓଜନ ହେଉଛି

ସ୍କୁଲ୍‌ ପିଲାଙ୍କର ବ୍ୟାଗ୍‌ର ଓଜନ ଯାଞ୍ଚ କରୁଛନ୍ତି ସ୍ପେଶାଲ ସ୍କ୍ୱାଡ। ମଙ୍ଗଳବାରଠୁ ଏହି ଯାଞ୍ଚ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ସ୍କ୍ୱାଡ। ସ୍କୁଲ ବ୍ୟାଗ୍‌ର ଓଜନ ଯାଞ୍ଚ କରିବା ପାଇଁ ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡ ହଠାତ୍‌ ସ୍କୁଲ ଗସ୍ତ କରି ବ୍ୟାଗ୍‌ର ଓଜନକୁ ଯାଞ୍ଚ କରୁଛନ୍ତି।

ଦିଲୀପ ଶତପଥୀଙ୍କ ଶ୍ରଦ୍ଧାଞ୍ଜଳି ସଭା: ମନେ ପକାଇଲେ, ସ୍ମୃତି ବଖାଣିଲେ

ଭୁବନେଶ୍ୱରସ୍ଥିତ ଇଡିକଲ ଅଡିଟୋରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜନେତା, ମନ୍ତ୍ରୀଙ୍କଠୁ ଆରମ୍ଭ କରି ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ପରାଜୟ ସ୍ୱୀକାର କଲା ପାକିସ୍ତାନ

ଭାରତ ଅନେକ ଥର ବିଶ୍ୱସ୍ତରରେ ବିଭିନ୍ନ ମଞ୍ଚରେ ପାକିସ୍ତାନର ମୁଖା ଖୋଲି ସାରିଛି। ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଥିୋ ଅନେକ ଥର ଭାରତ କହିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନ ନିଜେ ମଧ୍ୟ ଏକଥାକୁ ସ୍ୱୀକାର କରିଛି। ପାକିସ୍ତାନ ଗୃହମନ୍ତ୍ରୀ ଏଜାଜ ଅହମ୍ମଦ ଶାହ ନିଜେ ଏକଥା ମାନିଛନ୍ତି।

ଦୁର୍ଗାପୂଜା ଲାଗି କଟକରେ ହେଲାଣି ପ୍ରତିଯୋଗିତା, ଏଥର ନଜରରେ ଖାନନଗର

ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଧରାବତରଣ କରିବେ ଜଗତ୍‌ଜନନୀ। ଚାନ୍ଦୀ, ସୁନା ମେଢ଼ରେ ଝଲସି ଉଠିବ ମା’ଙ୍କ ମୂର୍ଣ୍ଣୟୀ ମୂର୍ତ୍ତି। ଏଥିପାଇଁ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ଜବରଦସ୍ତ ପ୍ରସ୍ତୁତି। ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ମୂର୍ତ୍ତି କାମ। ବର୍ଷା ବାଧକ ସାଜିଥିଲେ ବି ଷଷ୍ଠୀ ପୂର୍ବରୁ ତୋରଣ କାମ ସାରିବାକୁ ଲାଗିପଡ଼ିଛନ୍ତି କାରିଗର।

ଲଦାଖରେ ଉତ୍ତେଜନା, ମୁହାଁମୁହିଁ ହେଲେ ଭାରତ-ଚୀନ ସେନା

ଲଦାଖରେ ଭାରତ ଓ ଚୀନ ସେନା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୈଗାଙ୍ଗ ହ୍ରଦର ଉତ୍ତର ପାର୍ଶ୍ୱରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ଦେଶର ଯବାନ ଧସ୍ତାଧସ୍ତି ହୋଇଥିଲେ। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି।

Comment