ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ଦ୍ଵିତୀୟ ଟି-୨୦, ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ଵିତୀୟ ଟି-୨୦ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଏହା ଦ୍ଵିତୀୟ ମ୍ୟାଚ। ତେବେ ପ୍ରଥମେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ଆସିବ।

ଏଣିକି ସ୍କୁଲରେ ସବୁ ପିଲାଙ୍କୁ ମିଳିବ ଜୋତା ଓ ଡ୍ରେସ

ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ଏଣିକି ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପିଲାମାନଙ୍କୁ ଜୋତା, ଡ୍ରେସ ସହ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ନୂଆଦିଲ୍ଲୀରେ ଜମିଲା ରାଜନୀତି! ମୋଦିଙ୍କୁ ଭେଟିଲେ ଦିଦି, କୁର୍ତ୍ତା ଓ ମିଠା ଦେଲେ ଉପହାର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ମମତା ମୋଦିଙ୍କୁ ଭେଟି କୁର୍ତ୍ତା ଓ ମିଠା ଉପହାର ଦେଇଛନ୍ତି।

ଗର୍ଭବତୀ ନାବାଳିକା ଶବ କୁକୁର ଖାଇବା ଘଟଣା, ବଲାଙ୍ଗିର ମ୍ୟୁନିସପାଲଟିକୁ ନୋଟିସ

ବଲାଙ୍ଗିର ମ୍ୟୁନିସପାଲଟିକୁ ରାଜ୍ୟ ମାନବଧିକାର କମିଶନଙ୍କ ନୋଟିସ। ୪ବର୍ଷ ତଳେ ଏକ ଗର୍ଭବତୀ ନାବାଳିକାର ଶବକୁ କୁକୁର ଖାଇବା ଘଟଣାର ଅଭିଯୋଗ ପରେ ଆଜି ମ୍ୟୁନିସପାଲଟିକୁ ନୋଟିସ ଜାରି କରାଯାଇଛି।

ରାୟଗଡ଼ା ଗସ୍ତରେ କେନ୍ଦ୍ର ମହିଳା କମିଶନ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ

କେନ୍ଦ୍ର ମହିଳା କମିଶନ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଆଜି ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ଏହି ଗସ୍ତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରାୟଗଡା ଜିଲ୍ଲାରେ କିପରି କାର୍ଯ୍ୟକାରୀ କରାଯାଉଛି ସେନେଇ ସମୀକ୍ଷା କରିଛନ୍ତି। ଏହାସହ ଜିଲ୍ଲାର ବିଭିନ୍ନସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ବାଲେଶ୍ଵର ନୂଆ ବଜାରରେ ଜମିବ ଦଶହରା: ଚାନ୍ଦିର ତାରକସି ମୁକୁଟ ପିନ୍ଧିବେ ମା’

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଏକ ଐତିହ୍ୟ ଓ ଇତିହାସ ସମୃଦ୍ଧ ସହର। ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ଲୋକେ ଏଠାରେ ବେଶ୍ ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରି ସହରକୁ ଦେଇଛନ୍ତି ଭାଇଚାରାର ପ୍ରସିଦ୍ଧି। ଦୁର୍ଗା ପୂଜା ନିକଟତର ହେଉଥିବା ବେଳେ ସହରର ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଯାଇଛି ମେଢ଼ ଓ ତୋରଣର ସଜବାଜ। ସହରର ନୂଆ ବଜାରରେ ଆୟୋଜିତ ହୋଇ ଆସୁଥିବା ମା’ ଜଗତଜନନୀ ଦୁର୍ଗାଙ୍କ ଶରତକାଳୀନ ପୂଜାର ରହିଛି ଏକ ବିଶେଷ ଆଦର। ବାଲେଶ୍ଵର ରେଳଷ୍ଟେସନ ପୂଜା ପରେ ନୂଆବଜାରର ଦୁର୍ଗା ପୂଜା ହେଉଛି ସର୍ବପୁରାତନ। ନୂଆବଜାର ବ୍ୟବସାୟୀମାନେ ଗଢ଼ିଥିବା ମହାସଂଘ ପକ୍ଷରୁ ଆୟୋଜିତ ହୁଏ ଏହି ପୂଜା।

ଆକ୍ସନମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ – ବାଲିଅନ୍ତା ବିଇଓ ଅଫିସ୍‌ର ଦୁଇ କର୍ମଚାରୀଙ୍କୁ ନୋଟିସ୍‌

ଆକ୍ସନମୋଡ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଜି ଅଚାନକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ଏଜୁକେସନ ଅଫିସର ପରିଦର୍ଶନରେ ଆସି ଦୁଇ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଗିଂକୁ ନେଇ ନୋଟିସ୍‌ ଦେଲେ ଓଏଚ୍‌ଆରଏସ୍‌

ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ ଘଟଣାର ତଦନ୍ତ ପଦକ୍ଷେପକୁ ନେଇ ୨ଟି ବିଭାଗକୁ ନୋଟିସ କରିଛନ୍ତି ରାଜ୍ୟ ମାନବଧିକାର କମିଶନ। ଏନେଇ ସ୍ଵାସ୍ଥ୍ୟ ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ କରାଯାଇଛି।

ରେଭେନ୍ସା ରାଗିଂ ଘଟଣା – ହଷ୍ଟେଲରୁ ବିଦା ହେଲେ ୬ ଛାତ୍ର

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ହଷ୍ଟେଲରେ ମାଡ଼ ମାରିବା ସହ ରାଗିଂ କରିବାରୁ ୬ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବିଦା କରାଯାଇଛି। ଏହାର ନିଷ୍ପତ୍ତି ପାଇଁ ଏକ ବିଭାଗୀୟ କମିଟି ବସିଥିଲା। ତେବେ ବିଭାଗୀୟ କମିଟିର ନିଷ୍ପତ୍ତି କ୍ରମେ ଛାତ୍ରମାନଙ୍କୁ ବହିଷ୍କାର କରାଯାଇଛି।

ଇ-ସିଗାରେଟ୍ ବ୍ୟାନ୍ କଲେ କେନ୍ଦ୍ର ସରକାର

କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ସାରା ଦେଶରେ ଇ-ସିଗାରେଟ୍‌ ବ୍ୟାନ୍‌ କରିବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ଇ-ସିଗାରେଟ୍‌ ତିଆରି କରିବା ଏବଂ ବିକ୍ରି କରିବା ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି।

୭୦ ବର୍ଷରେ ପଦାର୍ପଣ କଲେ ଅଭିନେତ୍ରୀ ସାବାନା ଆଜ୍ ମୀ

୭୦ ଦଶକର ଅଭିନେତ୍ରୀ ସାବାନା ଆଜମୀଙ୍କର ଆଜି ୭୦ତମ ଜନ୍ମଦିନ। ୨୦୧୨ରେ “ପଦ୍ମଭୂଷଣ” ସମ୍ମାନରେ ସମ୍ମାନିତ ହୋଇଥିବା ବଲିଉଡ୍ ର ସୁନାମଧନ୍ୟ ଅଭିନେତ୍ରୀ ବଲିଉଡରେ ଏକ ବିଶେଷ ଜାଗା ତିଆରି କରିପାରିଛନ୍ତି ନିଜ ପାଇଁ। ଉଭୟ ବଙ୍ଗଳା ଓ ହିନ୍ଦୀ କମର୍ସିଆଲ୍ ସିନେମା, ଟେଲିଭିଜନ୍, ଥିଏଟର୍ ସବୁଠି ସେ ସଫଳ। ସବୁପ୍ରକାର ଭୂମିକାରେ ନିଜକୁ ପରଦାରେ ନିଖୁଣ ଭାବେ ପ୍ରତିଫଳିତ କରିବା ଶୈଳୀ ତାଙ୍କୁ ଖୁବ୍ ଭଲଭାବେ ଜଣା। ଫିଲ୍ମ ସହିତ ସାବାନାଙ୍କ ବ୍ୟକ୍ତିଗତ ଜୀବନ ବି ବହୁଚର୍ଚ୍ଚିତ।

ଏଣିକି ଶିକ୍ଷକ-ଶିକ୍ଷୟତ୍ରୀ ୬ ଘଣ୍ଟା ବଦଳରେ ୭ ଘଣ୍ଟା ସ୍କୁଲରେ ରହିବେ

ଏଣିକି ବଦଳିବ ସ୍କୁଲ ସମୟ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତି ନିଆଯାଇଛି। ଏହି ନିଷ୍ପତି ଅନୁଯାୟୀ, ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ହେବ।

ରେଳ କର୍ମଚାରୀଙ୍କୁ ପୂଜା ଭେଟି, ମିଳିବ ୭୮ ଦିନର ବୋନସ୍‌

ରେଳ କର୍ମଚାରୀଙ୍କୁ ଖୁସି କରାଇଲେ କେନ୍ଦ୍ର ସରକାର। ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ଏଥିରେ ମୋଟ ୧୧ ଲକ୍ଷ ୫୨ ହଜାର ରେଳ କର୍ମଚାରୀ ବୋନସ ପାଇବେ।

ଦେଶରେ ଚଡ଼ି-ଗଞ୍ଜି ବ୍ୟବସାୟ ବି ମାନ୍ଦା

ଭାରତରେ ବର୍ତ୍ତମାନ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ଓ ବିକ୍ରିବଟାରେ ଯେଉଁଭଳି ବ୍ୟାପକ ହ୍ରାସ ଘଟିଛି ତାହା ଅନ୍ତବସ୍ତ୍ର କ୍ଷେତ୍ରକୁ ମଧ୍ୟ ବ୍ୟାପିଛି। ଚଡ଼ି ଓ ଗଞ୍ଜି ବ୍ୟବସାୟରେ ଯେଉଁ ବଡ଼ ବଡ଼ କମ୍ପାନି ଅଛନ୍ତି ସେମାନେ ବ୍ୟବସାୟର ରଣନୀତି ବଦଳାଇବା ପାଇଁ ବାଧ୍ୟ ହେଉଛନ୍ତି। ଆଗକୁ ପାର୍ବଣ ଋତୁ ଥିବାରୁ ଏହି ବ୍ୟବସାୟ ସୁଧୁରୁଛି କି ନା ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଦୁନିଆର ସବୁଠୁ ଭୟାନକ ବ୍ରିଜ- ଯିବା ତ ଦୂର କଥା ଫଟୋ ଦେଖିଲେ ବି ଡରିବେ

ପୃଥିବୀରେ ଏମିତି କିଛି ବ୍ରିଜ ରହିଛି ଯାହା ସୁନ୍ଦର ହୋଇଥିଲେ ମଧ୍ୟ ଭୟାନକ। ସେହି ବ୍ରିଜ ଯିବା ତ ଦୂର କଥା ଫଟୋ ବି ଦେଖିଲେ ଭୟ ଲାଗେ। ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ରିଜ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ବି ଥରେ ନିଶ୍ଚୟ ଯିବାକୁ ଭାବିବେ।

ଫୁଲବାଣୀ: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ

୫ ବର୍ଷ ପରେ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସ୍ଵତନ୍ତ୍ର ପୋକ୍ସୋ କୋର୍ଟ। ଘଟଣାଟି ଫୁଲବାଣୀ ଅଞ୍ଚଳରେ ଘଟିଛି। ଜିଲ୍ଲା ସ୍ଵତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତ ଦାଶରଥୀ ସେଠୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନ କରିଛନ୍ତି।

‘କାଳିଆ’ ବଢ଼ାଇଲା ଦ୍ୱନ୍ଦ୍ୱ – କୃଷିମନ୍ତ୍ରୀଙ୍କ ତଥ୍ୟକୁ ଖଣ୍ଡନ କଲେ ବିଜେଡି ବିଧାୟକ

କାଳିଆ ଅଯୋଗ୍ୟ ତାଲିକା ପ୍ରକାଶ ପରେ ଏବେ ବିଜେଡିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମଙ୍ଗଳବାର କୃଷିମନ୍ତ୍ରୀ ଅରୁଣ ସାହୁ କାଳିଆ ଅଯୋଗ୍ୟ ହିତାଧିକାରୀ ୩ଲକ୍ଷ ୪୧ ହଜାର କହିଥିବା ବେଳେ ଆଜି ବିଜେଡିର ମୁଖପାତ୍ର ଏହାକୁ ଖଣ୍ଡନ କରି ଅଯୋଗ୍ୟ ହିତାଧିକାରୀ ୩୨ ହଜାର ବୋଲି କହିଛନ୍ତି।

Comment