ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’ – ଅଫିସରଙ୍କୁ 5-T ପାଠ ପଢ଼ାଇଲେ ପାଣ୍ଡିଆନ୍

ଡାକ୍ତରଖାନାରେ ଉଚିତ୍‌ ସେବା ମିଳୁଛି କି? ଆପଣ ନେଇକି ଯାଇଥିବା ଅଭିଯୋଗକୁ ଥାନାରେ କେତେ ଗୁରୁତ୍ୱ ଦିଆଗଲା? ପୋଲିସ ବାବୁ ଆପଣଙ୍କ ସହିତ କେମିତି ବ୍ୟବହାର କଲେ?

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଶକ୍ତିକରଣ ପାଇଁ ରାଜ୍ୟସ୍ତରୀୟ ପୁରସ୍କାର -୨୦୧୯

ଭିନ୍ନକ୍ଷମଙ୍କୁ ସଶକ୍ତୀକରଣ କରିବାକୁ ପୁରସ୍କୃତ କରିବେ ରାଜ୍ୟ ସରକାର। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ତରଫରୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏନେଇ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି।

ସ୍କୁଲରେ ଗୀତ ଗାଇ ଶିଖାଯାଏ ହିନ୍ଦୀ – ପ୍ରତିବର୍ଷ ଆସନ୍ତି ୨୦୦ ବିଦେଶୀ

ଉତ୍ତରାଖଣ୍ଡର ମସୁରୀରେ ଅଛି ଏକ ଛୋଟିଆ ସହର ଲେଣ୍ଡୋର୍। ଲାଣ୍ଡୋରରେ ଥିବା ୧୦୮ ବର୍ଷ ପୁରୁଣା ଏକ ହିନ୍ଦୀ ଭାଷା ଶିକ୍ଷା ଦିଆଯାଏ, ତା’ପୁଣି ଏକ ଏକ ନିଆରା ଢ଼ଙ୍ଗରେ। ଗୀତ ମାଧ୍ୟମରେ ଏହି ସ୍କୁଲରେ ହିନ୍ଦୀ ପାଠ ତଥା ଭାଷା ଶିଖାଯାଏ। ପ୍ରତିବର୍ଷ ପ୍ରାୟ ୨୦୦ ବିଦେଶ ବିଦ୍ୟାର୍ଥୀ ହିନ୍ଦୀ ଭାଷା ଶିଖିବାକୁ ଆସନ୍ତି ଲାଣ୍ଡୋରର ଏହି ସ୍କୁଲକୁ।

୨୦୨୦ ଜାନୁଆରୀ ପହିଲାରୁ ଦେଶରେ ନୂଆ ରପ୍ତାନି ନିୟମ

ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ମୋଦି ସରକାର ବିରୋଧୀଙ୍କ ଟାର୍ଗେଟରେ ରହିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦେଶର ମୁଦ୍ରରସ୍ଫିତି ଠିକ୍‌ ରହିଥିବା ସୀତାରମଣ କହିଛନ୍ତି।

ଆକ୍ସିସ୍‌ ବ୍ୟାଙ୍କ ଲୁଟ୍‌ ଘଟଣାରେ ଜଣକୁ ଗିରଫ କଲା ଝାରସୁଗୁଡ଼ା ପୋଲିସ

ଆକ୍ସିସ ବ୍ୟାଙ୍କ ଲୁଟ ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବିହାର ମୁଜାଫରପୁର ଜିଲ୍ଲାର ପଓ୍ଵନ ଠାକୁରଙ୍କ ପୁଅ ନିରଜ ଠାକୁର। ନିରଜକୁ ଗିରଫ ପରେ ପ୍ରଥମେ ମୁଜାଫରପୁର କୋର୍ଟ ଓ ପରେ ଝାରସୁଗୁଡ଼ା କୋର୍ଟକୁ ପଠାଯାଇଛି। ତେବେ ଏହି ଲୁଟ ଘଟଣାରେ ସମ୍ପୃକ୍ତଥିବା ଅନ୍ୟ ଅପରାଧୀମାନଙ୍କୁ ଯଥା ଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱନୀକୁମାର ମହାନ୍ତି କହିଛନ୍ତି।

ରାୟଗଡା ପୋଲିସ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ

ରାୟଗଡ଼ା ପୋଲିସ ସହ ଭିଡିଓ କନଫରେନ୍ସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ନିକଟତର ହେବା ପାଇଁ ଆଜି ବିଭିନ୍ନ ଥାନାର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବାରିପଦା ବସ୍‌ଷ୍ଟାଣ୍ଡରୁ ଗଞ୍ଜେଇ ଜବତ

ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରର କୋଲକାତା ବସଷ୍ଟାଣ୍ଡ ନିକଟରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି। ଏକ ଘରୋଇ ବସଟି କୋଲକାତା ଯିବା ସମୟରେ ସେହି ବସ୍‌ରେ ଗଞ୍ଜେଇ ଥିବା ଦେଖି ଲୋକେ ପୋଲିସକୁ ଜଣାଇଥିଲେ। ବାରିପଦା ଟାଉନ ପୋଲିସ ଖବର ପାଇ କୋଲକାତା ବସଷ୍ଟାଣ୍ଡ ନିକଟରୁ ଏହି ଗଞ୍ଜେଇ ବସ୍ତା ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମାନ୍ଦାବସ୍ଥାରେ ମହିନ୍ଦ୍ରା କମ୍ପାନି, ୧୭ ଦିନ ବନ୍ଦ ରଖିବ ପ୍ଲାଣ୍ଟର ଉତ୍ପାଦନ

ଦେଶର ଦ୍ୱିତୀୟ ବୃହତ ଅଟୋମୋବାଲ କମ୍ପାନି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ‘ନୋ ପ୍ରଡକ୍ସନ ଡେ’। ଆଗାମୀ ୩ ମାସ ମଧ୍ୟରେ ଦେଶର ବିଭିନ୍ନ ପ୍ଲାଣ୍ଟଗୁଡ଼ିକର ଉତ୍ପାଦନ ୧୭ ଦିନ ବନ୍ଦ ରଖିବାକୁ କମ୍ପାନି ପକ୍ଷରୁ ସ୍ଥିର କରାଯାଇଛି। ଯାହା ଦେଶର ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ ନୁହେଁ।

ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଁ କରିପାରିବେ ଆବେଦନ

ରାଜ୍ୟ ହସ୍ତଶିଳ୍ପ କାରିଗରମାନଙ୍କୁ ପୁରସ୍କୃତ କରିବେ ସରକାର। ଉତ୍କୃଷ୍ଟ କାରିଗରୀ କୃତ୍ତି ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ। ରାଜ୍ୟ ସରକାର ‘ରାଜ୍ୟ ହସ୍ତତନ୍ତ ପୁରସ୍କାର’ ଓ ‘ଜୀବନ ବ୍ୟାପି ହସ୍ତଶିଳ୍ପ କୃତି ପୁରସ୍କାର’ ପ୍ରଦାନ କରିବେ। ତେବେ ଏନେଇ ଇଚ୍ଛୁକ କାରିଗରମାନେ ଆବେଦନ କରିପାରିବେ।

ଧର୍ମଶାଳାରେ ବର୍ଷା ଆଶଙ୍କା – ସଙ୍କଟରେ ପ୍ରଥମ ଟି-୨୦

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତାକାଲି ୩ଟିକିଆ ଟି-୨୦ ସିରିଜ୍ ହେବାକୁ ଯାଉଛି। ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମ ଖେଳାଯିବ। ମ୍ୟାଚ ପୂର୍ବରୁ ଷ୍ଟାଡିୟମର ଏକ ଫଟୋ ବିସିସିଆଇ ସେୟାର କରିଛି। ଯେଉଁଥିରେ ପିଚ୍‌ ଚକାଚକ୍‌ ଥିବା ବେଳେ ଆକାଶରେ କଳା ମେଘ ଦେଖାଯାଉଛି।

ଜୟପୁର: ସ୍କର୍ପିଓ ଗାଡ଼ି ସହ ୬୧ କିଲୋଗ୍ରାମର ଗଞ୍ଜେଇ, ୫ ଗିରଫ

ଜୟପୁର: ବୈପାରିଗୁଡ଼ା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ଚାଲାଣ ସମୟରେ ପୋଲିସ ଚଢ଼ାଉ କରି ୬୧ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳୁର ପୋଲିସ ଏକ ସ୍କର୍ପିଓ ଗାଡ଼ି ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

କୋଣାର୍କ ମନ୍ଦିର ସୁରକ୍ଷା ଚିନ୍ତା- ଆମିକସ୍ କ୍ୟୁରି କଲେ ସ୍ଥିତି ଅନୁଧ୍ୟାନ

ଓଡ଼ିଶାର ଐତିହ୍ୟ ବହନ କରୁଥିବା କୋଣାର୍କର ସୂର୍ଯ୍ୟମନ୍ଦିରର ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଶୁକ୍ରବାର ଏନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍ କ୍ୟୁରି ଏନ୍.କେ. ମହାନ୍ତି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଦେଶର ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ ଭାବନାକୁ ଯୋଡ଼ିଛି ହିନ୍ଦୀ – ଡକ୍ଟର ଉମାଶଙ୍କର ପାଣ୍ଡେ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ହିନ୍ଦୀ ଦିବସ ପାଳିତ ହୋଇଛି। ଏହି ଅବସରରେ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ ଡକ୍ଟର ଉମାଶଙ୍କର ପାଣ୍ଡେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରି ସହାୟକ ପ୍ରଫେସର ସମ୍ବିତ ପାଲ କହିଛନ୍ତି, “ବିଶ୍ୱର ଯେକୌଣସି କୋଣକୁ ଗଲେ ମଧ୍ୟ ହିନ୍ଦୀ ଜାଣିଥିବା ଲୋକ ଅଛନ୍ତି। ଏହା ହେଉଛି ହିନ୍ଦୀ ଭାଷାର ସ୍ୱତନ୍ତ୍ରତା”।

ଭାରତର ପ୍ରଥମ ଉବର ଡ୍ରାଇଭର ଭାବେ ୫ ଷ୍ଟାର ରେଟିଂ ପାଇଲେ ଓଡ଼ିଆ କିନ୍ନର ରାଣୀ

ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ କିନ୍ନର ରାଣୀ। ଦେଶର ପ୍ରଥମ ଡ୍ରାଇଭର ଭାବେ ତାଙ୍କୁ ୫ ଷ୍ଟାର ରେଟିଂ ମିଳିଛି। କିନ୍ନରମାନଙ୍କ ପ୍ରତି ସମାଜର ଆକ୍ଷେପକୁ ସେ ଖାତି ନକରି ନିଜ ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଦକ୍ଷ ଗାଡ଼ି ଚାଳନା, ଉତ୍ତମ ବ୍ୟବହାର ଯୋଗୁଁ ତାଙ୍କୁ ଉବର କମ୍ପାନି ତରଫରୁ ସର୍ବଶ୍ରେଷ୍ଠ ଡ୍ରାଇଭର ଭାବେ ୫ ଷ୍ଟାର ରେଟିଂ ମିଳିଛି।

ମାଲକାନଗିରିରେ ପୁଣି ମିଳିଲା ପ୍ଲାଷ୍ଟିକ ଅଣ୍ଡା

ମାଲକାନଗିରିରେ ପୁଣି ସାମ୍ନାକୁ ଆସିଲା ପ୍ଲାଷ୍ଟିକ ଅଣ୍ଡା। ବସ୍‌ଷ୍ଟାଣ୍ଡ ନିକଟସ୍ଥ ଏକ ଦୋକାନରୁ ପ୍ଲାଷ୍ଟିକ୍‌ ଅଣ୍ଡା ମିଳିଥିବା ଅଭିଯୋଗ ହୋଇଛି।

ଭାରତୀୟ ସେନା ଗୁଳିରେ ଟିଳିଲେ ୨ ପାକ୍‌ ସୈନ୍ୟ, ଧଳା ପତାକା ଦେଖାଇ ନେଲେ ଶବ

ପୁଣିଥରେ ପାକିସ୍ତାନ ସେନାକୁ କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଗୁଳିରେ ପାକିସ୍ତାନ ସେନାର ଦୁଇ ଯବାନ ନିପାତ ହୋଇଛନ୍ତି। ପାକ୍‌ ସେନା ଦ୍ୱାରା ଅସ୍ତ୍ର ବିରତି ଉଲ୍ଲଙ୍ଘନ ହେବା ପରେ ଭାରତୀୟ ଯବାନ ଏହାର ଦୃଢ଼ ଜବାବ ଦେଇ ଗୁଳି ବର୍ଷଣ କରି୍ଥିଲେ।  ଏଥିରେ ପାକ୍‌ର ଦୁଇ ଯବାନ ନିହତ ହୋଇଥିଲେ।

୫ଫିଲ୍ମ – ଆୟୁଷ୍ମାନଙ୍କୁ କରିଛି ଜବ୍‌ରା ହିରୋ

ଅଭିନେତା ଆୟୁଷ୍ମାନଙ୍କ ଆଜି ଜନ୍ମଦିନ। ୧୯୮୪ ଚଣ୍ଡିଗଡ଼ରେ ଜନ୍ମ ହୋଇଥିବା ଏହି ଜବ୍‌ରା ଅଭିନେତା ଆଜି ତାଙ୍କ ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେୂ ଆମେ ଆପଣଙ୍କ କହିବୁ ଆୟୁଷ୍ମାନଙ୍କ ସେହି ଫିଲ୍ମ ବିଷୟରେ ଯେଉଁଥିରେ ତାଙ୍କ ଅଭିନୟ ଚାର୍‌ ଚାନ୍ଦ୍‌ ଲଗାଇଛି।

ଛାଡ଼ପତ୍ର ମାମଲା ଚାଲିଥିବାବେଳେ ମହିଳାଙ୍କୁ ମିଳିବ ପେନସନ୍

ଏଣିକି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଥିବାବେଳେ ମହିଳାଙ୍କୁ ମିଳିବ ପେନସନ୍। ବାର୍ଷିକ ୪୦ହଜାରରୁ କମ୍ ଆୟ ଥିବା ମହିଳାମାନଙ୍କର ଯଦି ଛାଡ଼ପତ୍ର ମାମଲା ଚାଲିଥିବ ତେବେ ସେମାନଙ୍କୁ ପେନସନ୍ ଟଙ୍କା ମିଳିବ।

ପୁରୀର ବିକାଶ ପାଇଁ କାହିଁକି ଆଇଏଏସ୍‌ମାନଙ୍କୁ ଭରସା କଲେ ସରକାର?

ପଞ୍ଚମ ପାଳିରେ ଶାସକ ବିଜୁ ଜନତା ଦଳ ପୁରୀକୁ ଯେମିତି ଫୋକସ୍‌ କରୁଛି ତାହା ପୂର୍ବ ପାଳିରେ କେବେ ଦେଖିବାକୁ ମିଳି ନଥିଲା। ପୂର୍ବ ପାଳିରେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ, ଠିକ୍‌ ସମୟରେ ଅବଢ଼ା ନବାହାରିବା, ଦାରୁ ଚିହ୍ନଟରେ ଅନିୟମିତତା, ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ପୁରୀ ଚର୍ଚ୍ଚାରେ ରହିଥିଲା। ଏହାସହ ଶାସକ ଦଳକୁ ମଧ୍ୟ ଅଡୁଆରେ ପକାଇଥିଲା।

Comment