ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସ୍‌ର ପ୍ରସ୍ତୁତି

ଦୁର୍ଗାପୂଜାକୁ ଆଉ ମାତ୍ର ରହିଲା ଅଳ୍ପ ଦିନ। ଚାରିଆଡ଼େ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ବ୍ୟାପକ ପ୍ରସ୍ତୁତିରେ ମାତିଛନ୍ତି ସବୁ ପୂଜା କମିଟି।

ଇସ୍ରୋ ବୈଜ୍ଞାନିକଙ୍କ କଥା ଶୁଣୁନି ‘ବିକ୍ରମ’!

ଦିନ ପରେ ଦିନ ଗଡୁଛି। ହେଲେ ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ସମ୍ଭବ ହୋଇ ପାରୁନି। ହାତରେ ଆଉ ମାତ୍ର ୧୦ ଦିନ ଥିବାରୁ ବୈଜ୍ଞାନିକମାନେ ‘ବିକ୍ରମ’ ସହ ଯୋଗାଯୋଗ କରିବାକୁ ଦିନରାତି ଏକ କରି ଦେଇଛନ୍ତି। ହେଲେ ଇସ୍ରୋ ବୈଜ୍ଞାନିକଙ୍କ କଥାକୁ ‘ବିକ୍ରମ’ ଶୁଣିପାରୁ ନାହିଁ।

ରସୁଲଗଡ଼ ଦୁର୍ଗାପୂଜା କମିଟିର ପ୍ରସ୍ତୁତି: ଏଥର ଫୁଲତୋରଣ ମୁଖ୍ୟ ଆକର୍ଷଣ

ଆରମ୍ଭ ହୋଇଯାଇଛି ପାର୍ବଣ ୠତୁ। ଧରାପୃଷ୍ଠକୁ ଓହ୍ଲାଇବେ ମା’ ଦୁର୍ଗା। ବିଭିନ୍ନ ପୂଜା କମିଟି ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ପୂଜା କମିଟିମାନେ ନିଜ ନିଜ ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ସଜବାଜ ହେଲେଣି। ପ୍ରତିବର୍ଷ ଭଳି ଚଳିତବର୍ଷ ବି ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ତାଙ୍କ ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ଲାଗି ପଡ଼ିଛନ୍ତି।

ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ ନିଜ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇଲେ ସୁନ୍ଦରଗଡ଼ ଏସପି

ପୁଣି ଚର୍ଚ୍ଚାରେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର। ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇଛନ୍ତି ଏସପି। ଏହି ବିଷୟ ଏବେ ସୁନ୍ଦରଗଡ଼ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ମୋଦିଙ୍କୁ ମିଳିଥିବା ‘ଗିଫ୍ଟ’କୁ ନିଲାମ କରିବେ ସରକାର, କିଣିବେ କି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଗିଫ୍ଟକୁ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ ତାହାଲେ କେନ୍ଦ୍ର ପର୍ଯ୍ୟଟନ ବିଭାଗର ଇ-ନିଲାମୀ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ। ପର୍ଯ୍ୟଟନ ବିଭାଗ ମୋଦିଙ୍କୁ ମିଳିଥିବା ପ୍ରାୟ ୨ ହଜାର ୭୭୨ ଗିଫ୍ଟର ନିଲାମ କରିବ। ସାଧାରଣ ଲୋକ ଚାହିଁଲେ ଇ-ନିଲାମୀ ଜରିଆରେ ମନ ପସନ୍ଦର ଗିଫ୍ଟ କିଣିପାରିବେ।

ସମ୍‌ରେ ଆରମ୍ଭ ହେଲା ଫ୍ଲାଟ୍ ଫୁଟ ଓ ଡାଇବେଟିକ୍ ଫୁଟ୍ ସଚେତନତା ଶିବିର

ଫ୍ଲାଟ ଫୁଟ୍ ଓ ଡାଇବେଟିକ୍ ଫୁଟ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀମାନଙ୍କ ପାଇଁ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ରୋଗ ନିରୂପଣ ଓ ଚିକିତ୍ସା ସହିତ ସଚେତନତା ଶିବିର ଆରମ୍ଭ ହୋଇଛି।

ଦୋହା ଓ୍ଵାର୍ଲ୍ଡ ଚାମ୍ପିୟନସିପ୍‌ ପାଇଁ ଦୂତି ମନୋନୀତ

ଦୋହାରେ ହେବାକୁ ଥିବା ଓ୍ଵାର୍ଲ୍ଡ ଚାମ୍ପିୟନସିପ୍‌ରେ ଭାରତୀୟ ସ୍ପିଣ୍ଟର ଦୂତି ଚାନ୍ଦ ମନୋନୀତ ହୋଇଛନ୍ତି। ୨୫ ଜଣିଆ ଭାରତୀୟ ଦଳରେ ଦୂତି ସ୍ଥାନ ପାଇଛନ୍ତି। ଏନେଇ ସେ ନିଜ ଟୁଇଟରରେ ଘୋଷଣା କରିଛନ୍ତି। ଏହି ଚାମ୍ପିୟନସିପ୍‌ ସେପ୍ଟେମ୍ଵର ୨୭ ତାରିଖରେ ଆରମ୍ଭ ହେବ।

ସରକାର ଜରିମାନା ଆଦାୟ କରି ନିଜ ପକେଟ ଫୁଲ କରୁନାହାନ୍ତି – ନିତୀନ ଗଡ଼କରୀ

“ସରକାର ଜରିମାନା ଆଦାୟ କରି ନିଜ ପକେଟ ଫୁଲ କରୁନାହାନ୍ତି ବରଂ ସମସ୍ତଙ୍କୁ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ କରିଛନ୍ତି। ଜରିମାନାରୁ ଆଦାୟ ଆୟ ରାଜ୍ୟ ସରକାରଙ୍କ ପାଣ୍ଠିକୁ ହିଁ ଯିବ। ରାଜ୍ୟ ସରକାର ଚାହିଁଲେ ଏହି ନିୟମ ଉଠାଇ ଦେଇ ପାରିବେ ଏହା ତାଙ୍କ ଉପରେ ନିର୍ଭର କରେ। କେନ୍ଦ୍ରସରକାରଙ୍କ ଲକ୍ଷ୍ୟ ଲୋକଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା“ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ।

ୟୁଟ୍ୟୁବରେ ଯୁବପିଢ଼ିଙ୍କୁ ଇନସ୍ପାୟର କରିବ ଆକାଶଙ୍କ ‘ଆକାଶ ଇନସ୍ପାୟର୍ସ’

ଆକାଶ ଦାସ ନାୟକ। ଓଡ଼ିଶାରେ ଜଣେ ଜଣାଶୁଣା ଚେହେରା। ଜଣେ ଲୋକପ୍ରିୟ ଅଭିନେତା, ଜଣେ ଯୁବ ନେତା ଭାବେ ସେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ଭିନ୍ନ ଭିନ୍ନ ଫିଲ୍ମରେ ଦମଦାର ଅଭିନୟ କରି ସେ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇଛନ୍ତି। ତେବେ କେବଳ ଅଭିନୟ ନୁହେଁ ରାଜନୀତିରେ ମଧ୍ୟ ଆକାଶ ତାଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି।

କଶ୍ମୀର ମାମଲାରେ ମୁଣ୍ଡ ପୂରାଇବାକୁ ପୁଣି ମନା କରିଦେଲା ଜାତିସଂଘ, ପାକିସ୍ତାନ ହତାଶ!

ଜାତିସଂଘରେ ପାକିସ୍ତାନ ପୁଣି ହଟହଟା ହୋଇଛି। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପାକିସ୍ତାନକୁ ସଫା ସଫା ମନା କରିଦେଇଛି ଜାତିସଂଘ। କଶ୍ମୀର ମାମଲା ଭାରତ-ପାକିସ୍ତାନର ଦ୍ୱାପାକ୍ଷିକ ସମସ୍ୟା ହୋଇଥିବାରୁ ଏଥିରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି।

ଝାରସୁଗୁଡ଼ା ବିମାନ ବନ୍ଦରରୁ ଆଉ ଦୁଇଟି ନୂଆ ସହରକୁ ଉଡ଼ିବ ବିମାନ

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ଦୁଇଟି ନୂଆ ସ୍ଥାନକୁ ବିମାନ ଉଡ଼ିବ। ବୁଧବାର ଆଞ୍ଚଳିକ ଯୋଗାଯୋଗ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ରିଲିଜ ହେଲା ରାନୁ-ହିମେଶଙ୍କ ପୂରା ଗୀତ ‘ତେରୀ ମେରୀ କାହାନୀ’

ହିମେଶ ରେଶମିଆଁଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର୍‌’ର ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ରିଲିଜ ହୋଇଛି। ଏହି ଗୀତକୁ ସୋସିଆଲ ମିଡିଆ ସେନସେସନ୍‌ ରାନୁ ମଣ୍ଡଳ ଓ ହିମେଶ ରେଶମିଆଁ ଗାଇଛନ୍ତି।

ଆରଟିଓରେ ଗହଳି: ଲାଇସେନ୍ସ ପାଇଁ ୧୦ ଦିନରେ ୧୦ ହଜାର ଆବେଦନ

ଗାଡ଼ି ଚଢ଼ିବା ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଆରଟିଓ ଅଫିସ୍‌ରେ ସୋରିଷ ପକେଇବାକୁ ଜାଗା ନାହିଁ। କିଏ ନୂଆ ଲାଇସେନ୍ସ ପାଇଁ ତ କିଏ ଲାଇସେନ୍ସର ଅପଡେଟ୍‌ କରିବା ପାଇଁ ଭିଡ଼ ଲଗେଇଛନ୍ତି। ଆରଟିଓ ଅଫିସ୍‌ରେ ଗେଟ୍‌ ପାଖରୁ ଅଧ ରାସ୍ତା ଯାଏଁ ଲମ୍ବିଛି ଲୋକଙ୍କ ଧାଡ଼ି। ଭୁବନେଶ୍ୱର ଆରଟିଓ ୧ ଓ ଆରଟିଓ ୨ରେ ଏଭଳି ଅଧିକାରୀଙ୍କୁ ଅମମ୍ଭାଳ କରିଦେଉଛି।

ପାକିସ୍ତାନରେ କ୍ଷୀର ଚଡ଼କ – ଲିଟର ପିଛା ୧୪୦ ଟଙ୍କା

ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା। କରାଚୀରେ କ୍ଷୀର ଦର ସର୍ବାଧିକ ସ୍ତରରେ ପହଞ୍ଚିଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏମିତିକି ପେଟ୍ରୋଲ ଓ ଡିଜେଲ ଦରଠାରୁ କ୍ଷୀର ଦର ଅଧିକ ହୋଇଛି।

Comment