ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

୨୦୧୯ ବଜେଟ ଅପଡେଟ୍‌

୨୦୧୯-୨୦ ଲାଗି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୭ ଲକ୍ଷ ୮୪ ହଜାର ୨୦୦ କୋଟିର ବଜେଟ ଘୋଷଣା କରିଛନ୍ତି। ଯାହା ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ। ଏହି ବଜେଟ ରାଶି ଭିତରେ ମୋଦି ସରକାର କୃଷକ, କରଦାତା, ଶ୍ରମିକଙ୍କୁ ଅଧିକ ଗୁରୁତ୍ତ୍ୱ ଦେଇଛନ୍ତି। ଏହାଛଡ଼ା ଅନ୍ୟାନ୍ୟ ସେକ୍ଟର ପାଇଁ ମଧ୍ୟ ଅର୍ଥରାଶି ଘୋଷଣା କରିଛନ୍ତି ପୀୟୁଷ ଗୋୟଲ।

ଆଜିଠୁ ଲାଗୁ ହେବ ନୂଆ ଡିଟିଏଚ୍‌ ଦର 

ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଆଜିଠୁ ଲାଗୁ ହେବ ନୂଆ ଡିଟିଏଚ୍‌ ଟାରିଫ ବ୍ୟବସ୍ଥା। ଏଣିକି ଦର୍ଶକ ନିଜ ମନ ପସନ୍ଦର ଚ୍ୟାନେଲ ପାଇଁ ଟଙ୍କା ଦେବେ। ଯେଉଁ ଚ୍ୟାନେଲ୍‌ ଦର୍ଶକ ଦେଖିବାକୁ ଚାହିଁବେ, ସେହି ଚ୍ୟାନେଲ୍‌ ଅନୁଯାୟୀ ଦର୍ଶକ ଡିଟିଏଚ୍‌ କମ୍ପାନିଙ୍କୁ ଟଙ୍କା ଦେବେ।

ବଜେଟ-୨୦୧୯, ଇଏସଆଇ ୨୧ରୁ ୨୫କୁ ବୃଦ୍ଧି

ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସଂସଦରେ ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ। ୨୦୧୯-୨୦ ଲାଗି ୨୭ଲକ୍ଷ ୮୪ହଜାର ୨ଶହ କୋଟିର ବଜେଟ ଘୋଷଣା କରିଛନ୍ତି। ଏହା ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ଅଟେ।

ଖୁବଶୀଘ୍ର ସିବିଆଇରେ ହାଜର ହେବି – ଅରୁଣ ସାହୁ

ବିଜୁ ଜନତା ଦଳର ଦୁଇ ଆଗ ଧାଡ଼ିର ନେତା ତଥା ଅରୁଣ ସାହୁ ଓ ଅତନୁସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ୍‌ ପରେ ଅରୁଣ ସାହୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ଖୁବଶୀଘ୍ର ସିବିଆଇରେ ହାଜର ହେବେ ବୋଲି ଅରୁଣ ସାହୁ ସୂଚନା ଦେଇଛନ୍ତି।

ବଜେଟ୍‌ରେ କୃଷକଙ୍କ ଲାଗି ମୋଦି ସରକାରଙ୍କ ବଡ଼ ଉପହାର

ମୋଦି ସରକାରଙ୍କ ଅଧ୍ୟକ୍ଷତାରେ ଆଜି ଉପସ୍ଥାପନା ହେଉଛି ବଜେଟ। ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ। ମୋଦି ସରକାର ପ୍ରଥମେ ଘୋଷଣା କଲେ କୃଷକଙ୍କ ପାଇଁ ବଜେଟ। ଏହି ଘୋଷଣାରେ ୨ହେକ୍ଟର ଜମିଥିବା ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା।

ବଜେଟ୍‌ରେ ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା’, ଉପକୃତ ହେବେ ୧୦ କୋଟି ଅସଙ୍ଗଠିତ ଶ୍ରମିକ

ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନା କରୁଛନ୍ତି। ଚାଷୀଙ୍କ ପରେ ଶ୍ରମିକମାନଙ୍କ ପାଇଁ ଉପହାର ଆଣିଛନ୍ତି କେନ୍ଦ୍ର ସରକାର। ଶ୍ରମିକମାନଙ୍କ ଉନ୍ନତି ପାଇଁ ଆରମ୍ଭ ହେଲା ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା’। ଏହି ଯୋଜନା ଦ୍ୱାରା ଅସଙ୍ଗଠିତ ଭାବେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୬୦ ବର୍ଷ ପରେ ମାସିକ ୩ହଜାର ଟଙ୍କା ପେନ୍‌ସନ୍‌ ମିଳିବ। ଏଥିପାଇଁ ମାସିକ ୧୦୦ଟଙ୍କା ଦେବାକୁ ପଡ଼ିବ।

ବଜେଟକୁ ନେଇ କେଉଁ ଦଳର କ’ଣ ପ୍ରତିକ୍ରିୟା?

ସଂସଦରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯-୨୦ଲାଗି ବଜେଟ ଉପସ୍ଥାପନ କରାଯାଇଛି। ଚଳିତ ବର୍ଷ ଲାଗି ୨୭ଲକ୍ଷ ୮୪ହଜାର କୋଟି ୨ଶହ କୋଟିର ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

୧.୬ ଲକ୍ଷ କୋଟିର ରେଳ ବଜେଟ

୨୦୧୯-୨୦ ଲାଗି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୭ ଲକ୍ଷ ୮୪ ହଜାର ୨୦୦ କୋଟିର ବଜେଟ ଘୋଷଣା କରିଛନ୍ତି। ଯାହା ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ। ସଂସଦରେ ବଜେଟ୍‌ ଅଧିବେଶନରେ ରେଳର ଭତ୍ତିଭୂମୀ ବିକାଶ ପାଇଁ ୧.୬ଲକ୍ଷ କୋଟିର ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ।

ବାୟୁସେନାର ଲଢ଼ୁଆ ବିମାନ ମିରାଜ୍ ୨୦୦୦ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ମୃତ

ବେଙ୍ଗାଳୁରୁରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିରାଜ୍ ୨୦୦୦ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ବେଙ୍ଗାଳୁରୁ ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ବିମାନ ବନ୍ଦର ନିକଟରେ ଘଟିଛି।

ବଦଳିଲା ମାଟ୍ରିକ ପରୀକ୍ଷା ସମୟ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ସରିବ। ଚଳିତ ଥର ମାଟ୍ରିକ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି। ମାଟ୍ରିକ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ ଯାଏଁ ଚାଲିବ। ବୋର୍ଡ ସଭାପତି ଜାହାନ ଆରା ବେଗମ ଏନେଇ ସୂଚନା ଦେଇଛନ୍ତି। ପୂର୍ବ ବର୍ଷ ଗୁଡ଼ିକରେ ସାଧାରଣତଃ ସକାଳ ୯ଟାରେ ପରୀକ୍ଷା ହେଉଥିଲା।

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶୁକ୍ରବାର ଜାମ୍ମୁ କାଶ୍ମୀର ପୁଲୱାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇିଥିଲା। ଏହି ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି।

ସମ୍ବଲପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ ବଡ଼ ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ବଲପୁର ଜିଲ୍ଲା ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି।

ବଜେଟ ଉପସ୍ଥାପନ ବେଳେ ସାଂସଦଙ୍କ ମୁହଁରେ ଫିଲ୍ମ ‘ଉରୀ’ର ଡାଇଲଗ୍

ଭିକି କୌଶଳଙ୍କ ଅଭିନୀତ ଫିଲ୍ମ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ୍‌’ର ବକ୍ସ ଅଫିସ୍‌ରେ କମାଲ କରିବା ସହ ସଂସଦରେ ବି କମାଲ କରୁଛି। ସଂସଦରେ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ଆଜି ବଜେଟ୍‌ ଉପସ୍ଥାପନା କରିଥିଲେ। ଏହି ସମୟରେ ସଂସଦରେ ସାଂସଦମାନେ ଉରୀ ଫିଲ୍ମର ଡାଇଲଗ୍‌ ଜୋର ଜୋର୍‌ରେ ଦୋହରାଉଥିଲେ। ତେବେ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପରେଶ ରାୱଲଙ୍କ ମୁହଁରେ ହସ ଖେଳିଯାଇଥିଲା।

ନବୀନଙ୍କୁ ଅନୁସରଣ କରୁଛନ୍ତି ମୋଦି!

ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଶୁକ୍ରବାର ୨୦୧୯-୨୦ବର୍ଷ ଲାଗି ଉପସ୍ଥାପନ କରିଛନ୍ତି। ବଜେଟରେ ବିଶେଷତଃ କୃଷି, ଶ୍ରମିକ ଓ ମଧ୍ୟବିତ୍ତ ପରିବାରକୁ ଗୁରୁତ୍ୱ ଦିଆଯାଇଛି।

ଅର୍ଥନୀତିଜ୍ଞଙ୍କ ଚେତାବନୀ – ବିଗିଡ଼ିବ ରାଜକୋଷ ନିଅଣ୍ଟର ଅଙ୍କ

କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଦ୍ୱାରା ଶୁକ୍ରବାର ଦିନ ୨୦୧୯-୨୦ ବର୍ଷ ପାଇଁ  ଅନ୍ତରୀଣ ବଜେଟ ଉପସ୍ଥାପିତ କରାଯାଇଛି। ବଜେଟ ଘୋଷଣା ପରେ ଅର୍ଥନୀତି ବିଶାରଦମାନେ କହିଛନ୍ତି ଯେ ରାଜକୋଷ ନିଅଣ୍ଟ ବା ଫିସକଲ ଡେଫିସିଟକୁ ରୋକିବାରେ ଏହା ଆଦୌ ସାହାଯ୍ୟ କରିବ ନାହିଁ। ରେଟିଙ୍ଗ ଏଜେନ୍ସି ମୁଡିଜର ବିଶେଷଜ୍ଞଙ୍କ ମତରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୩.୪ ପ୍ରତିଶତ ରାଜକୋଷ ନିଅଣ୍ଟ ହାସଲ କରିବା କ୍ଷେତ୍ରରେ ସରକାରଙ୍କୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।

ନିର୍ବାଚନ ଉପରେ ଆଖି! ବଜେଟରେ କୃଷକ-ଶ୍ରମିକ-ଗ୍ରାମାଞ୍ଚଳକୁ ଫୋକସ୍ ଦେଲେ ମୋଦି ସରକାର

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ। ମୋଟ ୨୭ ଲକ୍ଷ ୮୪ ହଜାର ୨୦୦ କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି ପୀୟୁଷ।

କେନ୍ଦ୍ର ବଜେଟକୁ ନବୀନ କହିଲେ ‘ନୈରାଶ୍ୟଜନକ’

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିବା ପରେ ଏହାକୁ କାଉଣ୍ଟର କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହି ବଜେଟକୁ ନୈରାଶ୍ୟଜନକ କହି ୧୦ରୁ ଅଢ଼େଇ ମାର୍କ ଦେଇଛନ୍ତି ନବୀନ।

ରେଳ ବଜେଟରେ ଓଡ଼ିଶାର କେଉଁ ପ୍ରକଳ୍ପକୁ ମିଳିଲା କେତେ?

ଲୋକସଭାରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରେଳ ବଜେଟ ଆଗତ କରିଛନ୍ତି। ୧ ଲକ୍ଷ ୫୮ ହଜାର ରେଳ ବଜେଟରେ ପୂର୍ବତଟ ରେଳବାଇର ଭାଗ ପଡ଼ିଛି ୭ ହଜାର ୧୦ କୋଟି ଟଙ୍କା।

ରେଳ ବଜେଟରେ ଓଡ଼ିଶାର କେଉଁ ପ୍ରକଳ୍ପକୁ ମିଳିଲା କେତେ?

ଲୋକସଭାରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରେଳ ବଜେଟ ଆଗତ କରିଛନ୍ତି। ୧ ଲକ୍ଷ ୫୮ ହଜାର ରେଳ ବଜେଟରେ ପୂର୍ବତଟ ରେଳବାଇର ଭାଗ ପଡ଼ିଛି ୭ ହଜାର ୧୦ କୋଟି ଟଙ୍କା।

ଟ୍ରେନ ଧକ୍କାରେ ଗଲା ଆଉ ଏକ ହାତୀର ଜୀବନ

ପୁଣି ଏକ ମାଈ ହାତୀର ଜୀବନ ଯାଇଛି। ହାତୀପଲଙ୍କ ସହ ଟ୍ରାକ ଅତିକ୍ରମ କରୁଥିବା ବେଳେ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଫଳରେ ମାଈ ହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାରେ ଘଟିଛି।

ବଜେଟକୁ ନେଇ କ’ଣ କହିଲେ ଓଡ଼ିଶାର ତିନି ଦଳର ମୁଖିଆ?

କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସଂସଦରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨୭ ଲକ୍ଷ ୮୪ ହଜାର ୨୦୦ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହି ବଜେଟ୍‌ ବିଜେପି ମହଲରେ ସ୍ୱାଗତ କରାଯାଇଥିବା ବେଳେ ବିରୋଧୀ ସମାଲୋଚନା କରି ନିର୍ବାଚନମୁଖି ବଜେଟ ବୋଲି କହିଛନ୍ତି। ଏ ସମ୍ପର୍କରେ ଓଡ଼ିଶାର ତିନି ପ୍ରମୁଖ ଦଳର ସଭାପତି ନବୀନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଏବଂ ବସନ୍ତ ପଣ୍ଡା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

Comment