ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।

ବଦଳିଲା ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ – ଶନିବାର ପରିବର୍ତ୍ତେ ଶୁକ୍ରବାର ଯିବେ ବ୍ରହ୍ମପୁର

ରାଷ୍ଟ୍ରପତିଙ୍କ ଗସ୍ତରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି। ଶନିବାର ପରିବର୍ତ୍ତେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ କାଲି ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ବ୍ରହ୍ମପୁର ଗସ୍ତରେ ଯିବେ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

ରାୟଗଡ଼ା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟିତ

ରାୟଗଡ଼ା ଜିଲ୍ଲା ରାଣିଗୁଡ଼ା ଫାର୍ମସ୍ଥିତ ଜିଲ୍ଲା ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମିୃତ ଋତୁରାଜ ଏହି ନୂତନ କୋଠାର ଉଦ୍‌ଘାଟନ କରିଛନ୍ତି।

ନାଗାସାଧୁ ବେଶରେ ‘ଲାଲ୍‌ କପ୍ତାନ’ ଫିଲ୍ମରେ ଆସିବେ ସୈଫ୍‌

ନାଗାସାଧୁ ବେଶରେ ଦର୍ଶକଙ୍କ ପାଖକୁ ଫିଲ୍ମ ନେଇ ଆସୁଛନ୍ତି ବଲିଉଡ୍ ଆକ୍ଟର ସୈଫ୍ ଅଲ୍ଲୀ ଖାନ୍। ସୈଫ୍ ଅଲ୍ଲୀ ଖାନଙ୍କ ଆଗାମୀ ବଲିଉଡ୍ ଫିଲ୍ମ ‘ଲାଲ୍ କପ୍ତାନ’କୁ ନେଇ ଏବେ ଜୋରଦାର ଚର୍ଚ୍ଚା।

ମୋଦୀଙ୍କ ପରେ ଧୋନି ହେଲେ ଭାରତରେ ସବୁଠାରୁ ଲୋକପ୍ରିୟ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଦେଶର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି। ତେବେ ତାଙ୍କ ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦ୍ୱିତୀୟ ଲୋକପ୍ରିୟ ବ୍ୟକ୍ତିତ୍ୱ ହୋଇପାରିଛନ୍ତି। ଏହା ସହିତ ଭାରତରେ ସବୁଠାରୁ ଲୋକପ୍ରିୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି ଧୋନି।

ବିଜେପୁର ରଣନୀତି – ବିଜେଡି, ବିଜେପିଠାରୁ ଆଗରେ କଂଗ୍ରେସ

ବିଜେପୁର ଉପ-ନିର୍ବାଚନକୁ କଂଗ୍ରେସ ଏଥର ଗୁରୁତର ଭାବେ ଗ୍ରହଣ କରିଥିବା ମନେହେଉଛି। ଦୁଇ ପ୍ରମୁଖ ଦଳ ବିଜେପି ଏବଂ ବିଜେଡି ଟିକେଟକୁ ନେଇ କସରତ୍‌ କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ଆଗରେ ରହିଛି। ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ଆଗୁଆ ଟିକେଟ ଦେଇ ଗଡ଼ ରକ୍ଷା କରିବାକୁ କଂଗ୍ରେସ ଗୋଟି ଚାଳନା କରିଛି।

ଗୋଟିଏ ଦିନରେ ୮ ଜିଲ୍ଲାରେ ବନ୍ଧା ହେଲେ ୩୦ ଦଲାଲ

ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚଢ଼ାଉ କରି ୩୦ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ। ହସ୍ପିଟାଲରୁ ଦଲାଲ ଗିରଫ ହୋଇଥିବା ନେଇ ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

ଘରେ ଘରେ ପହଞ୍ଚିବ ‘ଟିକି ମାଉସୀ’, ଲୋକମାନଙ୍କୁ ଦେବ ସଚେତନତାର ବାର୍ତ୍ତା

ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ରାଜ୍ୟସ୍ତରୀୟ ବ୍ୟାପକ ସଂଚାର ନୀତି ଏବଂ ମାସ୍କଟ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ।

ବିଜେପିରେ ମିଶିଲେ କୁସ୍ତିଯୋଦ୍ଧା ଯୋଗେଶ୍ଵର ଦତ୍ତ

ବିଜେପିରେ ମିଶିଲେ ଦେଶର ଜଣାଶୁଣା କୁସ୍ତିଯୋଦ୍ଧା ଯୋଗେଶ୍ଵର ଦତ୍ତ। ହରିୟାଣା ବିଧାନସଭା ନିର୍ବାଚନ ଠିକ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ସେ ବିଜେପି କାର୍ଯ୍ୟାଳୟରେ ସଦସ୍ୟତା ଗ୍ରହଣ କରିଛନ୍ତି।

କାଠରେ ନିର୍ମିତ ୨୪ତାଲାର ଘର – ଦେଖିବାକୁ ଦୂର ଦୂରାନ୍ତରୁ ଆସୁଛନ୍ତି ଲୋକ

ସାଧାରଣତଃ ଆପଣମାନେ ଜାଣିଥିବେ ଘର ନିର୍ମାଣ ପାଇଁ ସିମେଣ୍ଟ, ବାଲି, ପଥର ବ୍ୟବହାର କରାଯାଏ। ହେଲେ ଏମିତି ଏକ ଘର ଅଛି ଯାହାର ପିଲର୍‌କୁ ଛାଡ଼ିଦେଲେ ଅନ୍ୟ ସବୁ କାମରେ କାଠ ବ୍ୟବହୃତ ହୋଇଛି। ୨୪ ତାଲା ବିଶିଷ୍ଟ ଏହି ଘରର ଉଚ୍ଚତା ୯୯.୯ ମିଟର ରହିଛି।

ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର, ଖର୍ଚ୍ଚ ହେବ ୧୬୦ କୋଟି ଟଙ୍କା

ନୂଆରୂପରେ ସଜେଇ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ରାଜ୍ୟର ସବୁଠାରୁ ବଡ଼ ବସଷ୍ଟାଣ୍ଡର ନବୀକରଣ କରି ଏହାକୁ ଆନ୍ତରାଜ୍ୟ ବସ୍ ଟର୍ମିନାଲରେ ପରିଣତ କରିବାକୁ କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ରାଉରକେଲା: ନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ର

ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନବମ ଶ୍ରେଣୀର ଜଣେ ଛାତ୍ର। ରାଉରକେଲା ଝିରିପାଣି ବ୍ରିଜ ଉପରୁ କୋଏଲ ନଦୀକୁ ଡିଆଁ ମାରିଛନ୍ତି। ଛାତ୍ର ଜଣକ ରାଉରକେଲାର ଗୋଟେ ଘରୋଇ ଇଂଲିଶ ମିଡିୟମ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି।

ଆଇଆଇଏମ୍‍ସିରେ ‘ଫଟୋଗ୍ରାଫିଆ-୩’ ଉଦ୍‍ଯାପିତ – ଫଟୋ ବଖାଣୁଛି ଜୀବନ, ଜୀବିକାର କାହାଣୀ

ଫଟୋରେ ଫଟୋରେ କେତେ କଥା। ଫଟୋରେ ଜୀବନ, ଫଟୋରେ ଜୀବିକା। କ୍ୟାମେରା ଲେନ୍ସରେ ତୋଳାଯାଇଥିବା ଏମିତି କିଛି ଫଟୋ କହୁଛି କାହାଣୀ। କେଉଁ ଫଟୋ ମଣିଷର ସଂଘର୍ଷ କଥା କହୁଛି ତ ପୁଣି କେଉଁ ଫଟୋ ଜୀବନଶୈଳୀ କଥା କହୁଛି। ପୁଣି କିଛି ଫଟୋରେ ପରିବେଶ ପ୍ରସଙ୍ଗ ଫୁଟିକି ବାହାରିଛି। ଏସବୁ ସମସ୍ତଙ୍କୁ ବାନ୍ଧି ରଖୁଛି।

HDFC ବ୍ୟାଙ୍କ୍‌ର ଉପହାର, ମାଗଣାରେ ମିଳିବ ୫୦ ଲିଟର ପେଟ୍ରୋଲ

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦର ୨ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ତେବେ ଏମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏକ ଖାସ୍‌ କାର୍ଡ ଲଞ୍ଚ କରିଛି। ଏହି କାର୍ଡ ଜରିଆରେ ଗ୍ରାହକ ୫୦ ଲିଟର ପେଟ୍ରୋଲ ମାଗଣାରେ ପାଇପାରିବେ।

ପୁରୀ ଶ୍ରୀନଅର ପକ୍ଷରୁ ସ୍ପଷ୍ଟୀକରଣ – ସୋସିଆଲ ମିଡିଆରେ ବୁଲୁଥିବା ଫଟୋ ସତ ନୁହେଁ

ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ଏକ ଫଟୋ ଘୂରି ବୁଲୁଥିଲା। ଏହି ଫଟୋରେ ରାଜା ପୋଷାକ ଗେଟ୍ଅପ୍‌ରେ ଥିବା ଜଣେ ଯୁବକଙ୍କୁ ପୁରୀ ଗଜପତି ମହାରାଜାଙ୍କ ଉତ୍ତରାଧିକାରୀ ଭାବେ ଚିତ୍ରଣ କରାଯାଇଥିଲା। ଏହି ଫଟୋରେ ଯୁବକଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ରାଣୀ ରହିଥିବାରୁ କିଛି ଲୋକ ମଧ୍ୟ ଏହି ଫଟୋକୁ ସତ ମାନି ନେଇଥିଲେ। କିନ୍ତୁ ପୁରୀ ଶ୍ରୀନଅର ପକ୍ଷରୁ ଆଜି ଏହି ଫଟୋ ଉପରେ ସ୍ପଷ୍ଟୀକରଣ ଦିଆଯାଇଛି। ଗଜପତି ମହାରାଜାଙ୍କ ଉତ୍ତରାଧିକାରୀ ଏବେଯାଏଁ ଚୂଡ଼ାନ୍ତ ହୋଇ ନଥିବା ସ୍ପଷ୍ଟ କରାଯାଇଛି।

୧୫ଦିନରେ ଦଲାଲମୁକ୍ତ ହେବ ରାଜ୍ୟର ସମସ୍ତ ଆରଟିଓ: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ସମସ୍ତ ଆରଟିଓକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୫ଦିନ ମଧ୍ୟରେ ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟ(ଆରଟିଓ)କୁ ଦଲାଲମୁକ୍ତ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କ୍ୟାପିଟାଲ ହସ୍ପିଟାଲରୁ ଏସସିବି ଗଲେ ଆଶୀର୍ବାଦ ବେହେରା

କଟକ ଏସସିବିରେ ଭର୍ତ୍ତି ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ପୂର୍ବରୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଏସସିବି କାଜୁଆଲିଟିର ସ୍ଵତନ୍ତ୍ର ଓ୍ଵାର୍ଡରେ ଭର୍ତ୍ତି ହୋଇଛନ୍ତି।

ବଲାଙ୍ଗିର: ଗିରଫ ହେଲେ ୯ ଦଲାଲ

ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଚଢ଼ାଉରେ ବଲାଙ୍ଗିର ଜିଲ୍ଲାରେ ୯ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଟାଉନ ଥାନା ପୋଲିସ ଦ୍ଵାରା ଆରଟିଓ ଅଫିସରୁ ୫ ଜଣ ଦଲାଲ ଗିରଫ ହୋଇଥିବା ବେଳେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରୁ ୪ଜଣ ଦଲାଲଙ୍କୁ ଗିରଫ କରାଯାଇଛି।

ଚିକିତ୍ସାରେ ଅବହେଳା – କିମ୍ସକୁ ଅଢ଼େଇ ଲକ୍ଷ ଟଙ୍କା ଫାଇନ

ଚିକିତ୍ସା ଅବହେଳା ଯୋଗୁଁ କିମ୍ସକୁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବଧିକାର କମିସନ। କ୍ଷତିପୂରଣ ନଦେଲେ ଡିଏମଇଟି କାର୍ଯ୍ୟାନୁଷ୍ଠାନ ନେବ ବୋଲି ତାଗିଦ୍‌ କରାଯାଇଛି।

ଚୀନ୍‌ ନିର୍ମାଣ କଲା ଦୁନିଆର ସବୁଠୁ ବଡ଼ ଏୟାରପୋର୍ଟ

ଚୀନ ରାଜଧାନୀ ବେଜିଂରେ ଦୁନିଆର ସବୁଠୁ ବଡ଼ ଏୟାରପୋର୍ଟ ଏବେ ଲୋକଙ୍କ ପାଇଁ ପ୍ରସ୍ତୁତ। ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‌ ବୁଧବାର ଏହାକୁ ଉଦଘାଟନ କରିଛନ୍ତି।

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି – ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୫ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ବାହାରିବେ। ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବେ।

୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି: ବଦଳିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରୂପରେଖ

ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୦ ଟି ପ୍ରସ୍ତାବ ଉପରେ ମୋହର ବାଜିଛି।

ତିନି ବର୍ଷ ପରେ ଆଇଆଇଟିରୁ ବାହାରି ଯାଇପାରିବେ ଦୁର୍ବଳ ଛାତ୍ର

ଦେଶର ଶକ୍ତିଶାଳୀ ଶିକ୍ଷାନୁଷ୍ଠାନ ଆଇଆଇଟି ପକ୍ଷରୁ ଏବେ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ପଢ଼ାରେ ଦୁର୍ବଳ ରହୁଛନ୍ତି ସେମାନେ ତିନି ବର୍ଷ ପରେ ବିଏସସି (ଇଞ୍ଜିନିୟରିଂ) ଡିଗ୍ରୀ ସହିତ ପଢ଼ା ଶେଷ କରି ଘରକୁ ଯାଇପାରିବେ।

ଆସିଲା ରିପୋର୍ଟ – ହରପିସ୍ ହିଁ ନେଇଛି ନନ୍ଦନକାନନରେ ହାତୀଙ୍କ ଜୀବନ

ନନ୍ଦନକାନନରେ ହାତୀ ମୃତ୍ୟୁ ଘଟଣାର ଆସିଲା ରିପୋର୍ଟ। ହର୍‌ପିସ୍‌ ଭୂତାଣୁ ସଂକ୍ରମଣ ଯୋଗୁଁ ହିଁ ୪ଜଣ ହାତୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏନେଇ ଭେଟେନାରୀ ପାଥୋଲୋଜି ବିଭାଗୀୟ ସୂଚନା ଦେଇଛନ୍ତି।

ପଡ଼ି ରହିଛି ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ଟଙ୍କା- ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ମଞ୍ଜୁର ଅର୍ଥ ପଡ଼ି ରହିଥିବା ନେଇ ସେ ଚିଠି ଲେଖିଛନ୍ତି।

୮୭ ବର୍ଷରେ ମନମୋହନ ସିଂହ – ସରଳ ବ୍ୟକ୍ତିତ୍ୱ ତାଙ୍କର ଅନ୍ୟତମ ପରିଚୟ  

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି । ଏହି ଅବସରେ ବହୁ ବରିଷ୍ଠ ନେତା ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଦଳୀୟ ନେତା କର୍ମୀଙ୍କ ବ୍ୟତୀତ ସେ ବିରୋଧୀ ଦଳ ନେତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କିଏ ହେବେ ନୂଆ ସେନାମୁଖ୍ୟ : ଡିସେମ୍ବରରେ ଅବସର ନେବେ ବିପିନ ରାଓ୍ୱତ

ଭାରତୀୟ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ ଡିସେମ୍ବର ୩୧ରେ ଅବସର ନେବେ। ସେଥିପାଇଁ ଏବେଠୁ ତାଙ୍କ ଉତ୍ତରାଧିକାରୀ ବା ନୂଆ ସେନାମୁଖ୍ୟ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବୁଧବାର ସୂଚନା ଦିଆଯାଇଥିଲା।

୪ଟଙ୍କା ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର। ଶୁକ୍ରବାରଠୁ ଓମ୍‌ଫେଡ୍‌ କ୍ଷୀରର ବର୍ଦ୍ଧିତ ଦର ଲାଗୁ ହେବ। କ୍ଷୀର ପିଚ୍ଛା ୪ ଟଙ୍କା ବଢ଼ିବ।

୧୧ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା

ରାଜ୍ୟରେ ୧୧ଟି ଜିଲ୍ଲାରେ ଗୁରୁବାର ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଖୁବଶୀଘ୍ର ଭାରତ ଫେରିବେ ମେହୁଲ ଚୋକସୀ

ପିଏନବି ଠକେଇ ମାମଲରେ ଦେଶ ବାହାରେ ଥିବା ମେହୁଲ ଚୋକସୀଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଖୁବଶୀଘ୍ର ମେହୁଲ ଚୋକସୀ ଭାରତକୁ ଫେରିବେ। ନ୍ୟୁୟର୍କରେ ଏନେଇ ସୂଚନା ଦେଇଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟିନ୍ ବ୍ରାଉନି।

Android 10 ସହିତ ଆଜି ଭାରତରେ ଲଞ୍ଚ ହେବ OnePlus 7T ସ୍ମାର୍ଟଫୋନ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ୱାନ୍ ପ୍ଲସ ପକ୍ଷରୁ ଆଜି ଭାରତରେ ଏକ ଇଭେଣ୍ଟ ଆୟୋଜନ କରାଯାଉଛି। ଏହି ଅବସରରେ କମ୍ପାନି ଭାରତରେ ଲଞ୍ଚ କରିବ ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ୱାନ୍ ପ୍ଲସ ୭ଟି’ ଏବଂ ‘ୱାନ୍ ପ୍ଲସ ୭ଟି ପ୍ରୋ’। ତେବେ ଏହା ପୂର୍ବରୁ ଏହି ସ୍ମାର୍ଟଫୋନର କିଛି ଫିଚର ସାମ୍ନାକୁ ଆସିଛି।

ମା’ ମଝିଘରିଆଣିଙ୍କ ହୁଣ୍ଡିରୁ ବାହାରିଲା ୫୪ ଲକ୍ଷ ୫୧ ହଜାର ଟଙ୍କା

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ଚଳିତ ବର୍ଷ ତୃତୀୟ ଥର ପାଇଁ ହୁଣ୍ଡି ଖୋଲାଯାଇଛି। ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି।

Comment